ବଢୁଛି ବଜ୍ରପାତ ଭୟ: ରୋକିବ ତାଳ,ଖଜୁରିଗଛ

ମହାକାଳପଡ଼ା,୧୯ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବାରେ ଲାଗିଛି। ପୂର୍ବ ଅପେକ୍ଷା ବଜ୍ରପାତ ଭୟ ବୃଦ୍ଧି ପାଉଛି। ଫଳରେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଏହାକୁ ରୋକିବାକୁ କିଛି ବିକଳ୍ପ ନ ଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ଘାରିଛି। କିପରି ମୁକାବିଲା କରିବାକୁ ପଡ଼ିବ ସେଥିପାଇଁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗାଁଗହଳିର ରାସ୍ତା ପାର୍ଶ୍ୱ, ଖୋଲା ପଡ଼ିଆ, ବାଡ଼ି ବଗିଚା, ନଦୀ କୂଳରେ ବ୍ୟାପକ ପରିମାଣରେ […] The post ବଢୁଛି ବଜ୍ରପାତ ଭୟ: ରୋକିବ ତାଳ,ଖଜୁରିଗଛ appeared first on Dharitri Odia News.

ବଢୁଛି ବଜ୍ରପାତ ଭୟ: ରୋକିବ ତାଳ,ଖଜୁରିଗଛ

ମହାକାଳପଡ଼ା,୧୯ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବାରେ ଲାଗିଛି। ପୂର୍ବ ଅପେକ୍ଷା ବଜ୍ରପାତ ଭୟ ବୃଦ୍ଧି ପାଉଛି। ଫଳରେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଏହାକୁ ରୋକିବାକୁ କିଛି ବିକଳ୍ପ ନ ଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ଘାରିଛି। କିପରି ମୁକାବିଲା କରିବାକୁ ପଡ଼ିବ ସେଥିପାଇଁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗାଁଗହଳିର ରାସ୍ତା ପାର୍ଶ୍ୱ, ଖୋଲା ପଡ଼ିଆ, ବାଡ଼ି ବଗିଚା, ନଦୀ କୂଳରେ ବ୍ୟାପକ ପରିମାଣରେ ତାଳ ଓ ଖଜୁରିଗଛ ରୋପଣ କରିବାକୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ବ୍ୟାପକ ପରିମାଣରେ ଆର୍ଥିକ ଅନୁଦାନ ବ୍ୟୟ ବରାଦ କରାଯାଇଛି। ଅପରପକ୍ଷରେ ସାଧାରଣତଃ ତାଳ, ଖଜୁର ଗଛ ବଢ଼ିବା ପାଇଁ ଅତିକମ୍‌ରେ ୨୦ରୁ ୩୦ ବର୍ଷ ଲାଗିବ। ଏହାର ପ୍ରତି ଅନ୍ୟ ଏକ ବିକଳ୍ପ ରୂପେ ବ୍ୟାପକ ପରିମାଣରେ ଲୁଣା ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବା ଆବଶ୍ୟକତା ରହିଛି ବୋଲି କୁହାଯାଇଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ୧୦ ବର୍ଷ ମଧ୍ୟରେ ୩୫ରୁ ଅଧିକ ବଜ୍ରପାତଜନିତ ମୃତ୍ୟୁ ଘଟିଛି। ବିଶେଷକରି ଚାଷ ଜମିରେ ୨୦ରୁ ଅଧିକ ଚାଷୀଙ୍କ ଜୀବନ ଯାଇଛି ବୋଲି କୁହାଯାଇଛି। ବ୍ଲକର ଜମ୍ବୁ, ବତିଘର, ଖରିନାସି, ରାମନଗର, କୋଚିଳା, ଆଡୋଇ, କରଞ୍ଜ, ତିଖିରି, ନୂଆଗାଁ, ବଡିଢ଼ି, ସୁନିତି, ତନ୍ତିଆପାଳ, ଓସ୍ତିରା, ଗଗୁଆ, ମାଳିଅଞ୍ଚ, ବଗ ଗହଣ, ଭାଟେଣି, ରୋମିତ, ଅଳାଇଲୋ, ବଉଳକଣି, ବାରଡ଼ାଙ୍ଗ, ଗଉଡବାଡପୁର ଅଞ୍ଚଳରେ ଚାଷ ଜମିରେ ବଜ୍ରପାତଜନିତ ମୃତ୍ୟୁ ଘଟିଥିବା ତହସିଲ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବ୍ଲକର ୩୦ରୁ ଅଧିକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ବଜ୍ରପାତଜନିତ ନିରୋଧୀ ଟାୱାର ନିର୍ମାଣ ହୋଇଛି। ଏହି ଟାୱାର ନିର୍ମାଣ ହେବା ଦ୍ୱାରା ୫ ଶହ ମିଟର ଦୂରତା ପର୍ଯ୍ୟନ୍ତ କୌଣସି ବଜ୍ରପାତ ଜନିତ ଘଟଣା ଘଟିବ ନାହିଁ ବୋଲି କୁହାଯାଇଛି। ହେଲେ କିଛିବର୍ଷ ପୂର୍ବେ ବଉଳକଣି ପ୍ରେମଚାନ୍ଦ ବିଦ୍ୟାପୀଠର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ବଜ୍ରପାତ ନିରୋଧୀ ଟାୱାର ନିର୍ମାଣ ହେଇଥିଲେ ମଧ୍ୟ ୫୦ଫୁଟ୍‌ ଦୂରରେ ବଜ୍ରପାତ ଘଟି ନଡ଼ିଆ ଗଛ ଓ ଚାଳ ଘର ଜଳି ଯାଇଥିଲା ବୋଲି ଲୋକମାନେ ଅଭିଯୋଗ କରିଥିଲେ। ପରିବେଶପ୍ରେମୀ ସୁବାସ ସ୍ବାଇଁଙ୍କୁ ପଚାରିବାରେ ଏହାର ଅନ୍ୟ ଏକ କାରଣ ପାଲଟିଛି ଅତ୍ୟାଧୁନିକ ଯନ୍ତ୍ରରେ ନିର୍ମିତ ମୋବାଇଲ ଟାୱାରର ବିକିରଣ ଯୋଗୁ ପ୍ରାକୃତିକ ପରିବେଶ ଉପରେ ପ୍ରଭାବ ପଡୁଛି ବୋଲି ସେ କହିଛନ୍ତି।

The post ବଢୁଛି ବଜ୍ରପାତ ଭୟ: ରୋକିବ ତାଳ,ଖଜୁରିଗଛ appeared first on Dharitri Odia News.