ମୋବାଇଲ ରିଚାର୍ଜ ଦାମ୍ ବଢାଇଲା ଜିଓ ରିଲାଏନ୍ସ, ୩ ଜୁଲାଇରୁ ହେବ ଲାଗୁ, ଜାଣନ୍ତୁ କେତେ ଟଙ୍କାରେ ମିଳିବ ପ୍ଲାନ୍
ନୂଆଦିଲ୍ଲୀ,୨୭।୬: ମୋବାଇଲ ରିଚାର୍ଜ ଶୁଳ୍କ ମହଙ୍ଗା ହୋଇଛି। ଦେଶର ବୃହତ୍ତମ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ ମୋବାଇଲ ରିଚାର୍ଜ ଶୁଳ୍କ ବୃଦ୍ଧି କରି ଏକ ନୂତନ ଶୁଳ୍କ ଯୋଜନା ପ୍ରଣୟନ କରିଛି। ଜିଓର ନୂତନ ଶୁଳ୍କ ଯୋଜନା ୨୦୨୪ ଜୁଲାଇ ୩ରୁ କାର୍ଯ୍ୟକାରୀ ହେବ। ନୂତନ ଶୁଳ୍କ ଯୋଜନା ଅନୁଯାୟୀ, ମାସିକ ଯୋଜନା ପାଇଁ ୨୮ ଦିନ ବୈଧତା ସହିତ ୧୫୫ ଟଙ୍କା ଦେବାକୁ ପଡୁଥିଲା, ବର୍ତ୍ତମାନ ୧୮୯ ଟଙ୍କା ଦେବାକୁ ପଡିବ। ୨୦୯ ଟଙ୍କା […] The post ମୋବାଇଲ ରିଚାର୍ଜ ଦାମ୍ ବଢାଇଲା ଜିଓ ରିଲାଏନ୍ସ, ୩ ଜୁଲାଇରୁ ହେବ ଲାଗୁ, ଜାଣନ୍ତୁ କେତେ ଟଙ୍କାରେ ମିଳିବ ପ୍ଲାନ୍ appeared first on Dharitri Odia News.
ନୂଆଦିଲ୍ଲୀ,୨୭।୬: ମୋବାଇଲ ରିଚାର୍ଜ ଶୁଳ୍କ ମହଙ୍ଗା ହୋଇଛି। ଦେଶର ବୃହତ୍ତମ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ ମୋବାଇଲ ରିଚାର୍ଜ ଶୁଳ୍କ ବୃଦ୍ଧି କରି ଏକ ନୂତନ ଶୁଳ୍କ ଯୋଜନା ପ୍ରଣୟନ କରିଛି। ଜିଓର ନୂତନ ଶୁଳ୍କ ଯୋଜନା ୨୦୨୪ ଜୁଲାଇ ୩ରୁ କାର୍ଯ୍ୟକାରୀ ହେବ।
ନୂତନ ଶୁଳ୍କ ଯୋଜନା ଅନୁଯାୟୀ, ମାସିକ ଯୋଜନା ପାଇଁ ୨୮ ଦିନ ବୈଧତା ସହିତ ୧୫୫ ଟଙ୍କା ଦେବାକୁ ପଡୁଥିଲା, ବର୍ତ୍ତମାନ ୧୮୯ ଟଙ୍କା ଦେବାକୁ ପଡିବ। ୨୦୯ ଟଙ୍କା ଯୋଜନା ପାଇଁ ଆପଣଙ୍କୁ ୨୪୯ଟଙ୍କା ଦେବାକୁ ପଡିବ। ସେହିପରି ୨୩୯ ଟଙ୍କା ପାଇଁ ଆପଣଙ୍କୁ ୨୯୯ଟଙ୍କା, ୨୯୯ ଟଙ୍କା ପାଇଁ ୩୪୯, ୨୮ ଦିନିଆ ୩୪୯ ଟଙ୍କା ଯୋଜନା ପାଇଁ ଯେଉଁଥିରେ ପ୍ରତିଦିନ ୨.୫ ଜିବି ଡାଟା ଉପଲବ୍ଧ ଥିଲା, ତାହାକୁ ଏବେ ୩୯୯ ଟଙ୍କା ଦେବାକୁ ପଡିବ। ୩୯୯ ଟଙ୍କା ଯୋଜନା ପାଇଁ, ଆପଣଙ୍କୁ ୪୪୯ ଟଙ୍କା ଦେବାକୁ ପଡିବ। ଯେଉଁଥିରେ ଆପଣ ୩ ଜିବି ଡାଟା ପାଇବେ।
The post ମୋବାଇଲ ରିଚାର୍ଜ ଦାମ୍ ବଢାଇଲା ଜିଓ ରିଲାଏନ୍ସ, ୩ ଜୁଲାଇରୁ ହେବ ଲାଗୁ, ଜାଣନ୍ତୁ କେତେ ଟଙ୍କାରେ ମିଳିବ ପ୍ଲାନ୍ appeared first on Dharitri Odia News.