ୟୁପିର ପୂର୍ବତନ ମନ୍ତ୍ରୀ ଆଜମ୍‌ ଖାନ୍‌ଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡ, ଦେବାକୁ ପଡ଼ିବ ୫ ଲକ୍ଷ ଟଙ୍କା ଜୋରିମାନା

ସମାଜବାଦୀ ପାର୍ଟି ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କୁ ଝଟ୍‌କା। ଡୁଙ୍ଗରପୁର ମାମଲାରେ ରାମପୁରର ସାଂସଦ-ବିଧାୟକ କୋର୍ଟ ତାଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ  ୫ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି। ଏହା ବ୍ୟତୀତ ରାମପୁର ସିଟିର ପୂର୍ବତନ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଆଲେ ହାସନ ଖାନ ଏବଂ ପୂର୍ବତନ ପୌରପାଳିକା ଚେୟାରମ୍ୟାନ ଅଜହର ଅହମ୍ମଦ ଖାନଙ୍କ ସହ ତିନି ଜଣଙ୍କୁ 5 ବର୍ଷ ଜେଲ୍ଦଣ୍ଡ ଏବଂ  ୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୯ ମସିହାରେ, ରାମପୁରରଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଡୁଙ୍ଗରପୁର କଲୋନୀକୁ ଖାଲି କରିବା ପାଇଁ ୧୨ଟି ମାମଲା ପଞ୍ଜିକୃତ ହୋଇଥିଲା, ସେଥିମଧ୍ୟରୁ ଜେଲ ରୋଡର ବାସିନ୍ଦା ଏହତେଶାମଙ୍କ ପକ୍ଷରୁ ଗୋଟିଏ ମାମଲା ଦାୟର କରାଯାଇଥିଲା। ଏଥିରେ ସମସ୍ତେ ଘର ଭିତରକୁ ପଶି ଆକ୍ରମଣ, ଦୁର୍ବ୍ୟବହାର, ଡକାୟତି ଏବଂ ଅପରାଧିକ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ମାର୍ଚ୍ଚ ୪ରେ କୋର୍ଟରେ ଏହି ମାମଲାର ଶୁଣାଣି ଶେଷ ହୋଇଥିଲା। ଡୁଙ୍ଗରପୁର ସହ ଜଡିତ ଏକ ମାମଲାରେ ରୁବିଙ୍କ ଦ୍ୱାରା ଦାଖଲ ହୋଇଥିବା ଏଫ୍ଆଇଆରରେ ଜାନୁଆରୀ ୩୧ରେ ଆଜମ କୋର୍ଟଙ୍କ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।ଆଜମ ଖାନଙ୍କୁ ଦଣ୍ଡିତ କରାଯିବା ପରେ ଭାରତୀୟ ଜନତା ପାର୍ଟି ନେତା ତଥା ରାମପୁର ବିଧାୟକ ଆକାଶ ସାକ୍ସେନା କହିଛନ୍ତି ଯେ ଏହା ଏକ ଗମ୍ଭୀର ମାମଲା ଥିଲା

ୟୁପିର ପୂର୍ବତନ ମନ୍ତ୍ରୀ ଆଜମ୍‌ ଖାନ୍‌ଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡ,  ଦେବାକୁ ପଡ଼ିବ ୫ ଲକ୍ଷ ଟଙ୍କା ଜୋରିମାନା

ସମାଜବାଦୀ ପାର୍ଟି ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କୁ ଝଟ୍‌କା। ଡୁଙ୍ଗରପୁର ମାମଲାରେ ରାମପୁରର ସାଂସଦ-ବିଧାୟକ କୋର୍ଟ ତାଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ  ୫ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି। ଏହା ବ୍ୟତୀତ ରାମପୁର ସିଟିର ପୂର୍ବତନ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଆଲେ ହାସନ ଖାନ ଏବଂ ପୂର୍ବତନ ପୌରପାଳିକା ଚେୟାରମ୍ୟାନ ଅଜହର ଅହମ୍ମଦ ଖାନଙ୍କ ସହ ତିନି ଜଣଙ୍କୁ 5 ବର୍ଷ ଜେଲ୍ଦଣ୍ଡ ଏବଂ  ୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। 

୨୦୧୯ ମସିହାରେ, ରାମପୁରରଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଡୁଙ୍ଗରପୁର କଲୋନୀକୁ ଖାଲି କରିବା ପାଇଁ ୧୨ଟି ମାମଲା ପଞ୍ଜିକୃତ ହୋଇଥିଲା, ସେଥିମଧ୍ୟରୁ ଜେଲ ରୋଡର ବାସିନ୍ଦା ଏହତେଶାମଙ୍କ ପକ୍ଷରୁ ଗୋଟିଏ ମାମଲା ଦାୟର କରାଯାଇଥିଲା। 

ଏଥିରେ ସମସ୍ତେ ଘର ଭିତରକୁ ପଶି ଆକ୍ରମଣ, ଦୁର୍ବ୍ୟବହାର, ଡକାୟତି ଏବଂ ଅପରାଧିକ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ମାର୍ଚ୍ଚ ୪ରେ କୋର୍ଟରେ ଏହି ମାମଲାର ଶୁଣାଣି ଶେଷ ହୋଇଥିଲା। ଡୁଙ୍ଗରପୁର ସହ ଜଡିତ ଏକ ମାମଲାରେ ରୁବିଙ୍କ ଦ୍ୱାରା ଦାଖଲ ହୋଇଥିବା ଏଫ୍ଆଇଆରରେ ଜାନୁଆରୀ ୩୧ରେ ଆଜମ କୋର୍ଟଙ୍କ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

ଆଜମ ଖାନଙ୍କୁ ଦଣ୍ଡିତ କରାଯିବା ପରେ ଭାରତୀୟ ଜନତା ପାର୍ଟି ନେତା ତଥା ରାମପୁର ବିଧାୟକ ଆକାଶ ସାକ୍ସେନା କହିଛନ୍ତି ଯେ ଏହା ଏକ ଗମ୍ଭୀର ମାମଲା ଥିଲା। ଏହା ଳୁଟ୍ପାଟ୍ ମାମଲା ଥିଲା। କୋର୍ଟଙ୍କ ନିଷ୍ପତ୍ତି ଅତ୍ୟନ୍ତ ଐତିହାସିକ ଅଟେ। ଏହି ନିଷ୍ପତ୍ତି ସେହି ଲୋକ, ସରକାରୀ କର୍ମଚାରୀ ଏବଂ ଅନ୍ୟମାନଙ୍କ ମନରେ ଆସିବା ଉଚିତ ଯେଉଁମାନେ ସରକାରଙ୍କ ବଡ ଲୋକଙ୍କୁ ଖୁସି କରିବା ପାଇଁ ସେମାନଙ୍କ ପଦର ଅପବ୍ୟବହାର କରିଥିଲେ।