ପୋଖରୀରୁ ମିଳିଲା ୮ କୁଇଣ୍ଟାଲ ବିଦ୍ୟୁତ୍‌ ତାର

ହିଞ୍ଜିଳିକାଟୁ, ୩୦ା୧୧( ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନଆମ୍ବଗାଁ ନିକଟ ଏକ ପୋଖରୀରୁ ପୋଲିସ ପ୍ରାୟ ୮ କୁଇଣ୍ଟାଲ ଆଲୁମିନିୟମ ବିଦ୍ୟୁତ୍‌ ତାର ଜବତ କରିଛି। ଏ ସଂକ୍ରାନ୍ତରେ ୨ ଜଣକୁ କାବୁ କରି ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ସେମାନଙ୍କଠାରୁ ଚୋରି ତାର ପରିବହନ ପାଇଁ ବ୍ୟବହୃତ ଗୋଟିଏ ଟାଟା ଏସିଇ, ଅଟୋ ଓ ୨ ବାଇକ୍‌ ଜବତ ହୋଇଛି। ଘଟଣାରେ ଆହୁରି ୪ରୁ ୫ ଜଣ ସମ୍ପୃକ୍ତି ଥିବା ପୋଲିସ […] The post ପୋଖରୀରୁ ମିଳିଲା ୮ କୁଇଣ୍ଟାଲ ବିଦ୍ୟୁତ୍‌ ତାର appeared first on Dharitri Odia News.

ପୋଖରୀରୁ ମିଳିଲା ୮ କୁଇଣ୍ଟାଲ ବିଦ୍ୟୁତ୍‌ ତାର

ହିଞ୍ଜିଳିକାଟୁ, ୩୦ା୧୧( ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନଆମ୍ବଗାଁ ନିକଟ ଏକ ପୋଖରୀରୁ ପୋଲିସ ପ୍ରାୟ ୮ କୁଇଣ୍ଟାଲ ଆଲୁମିନିୟମ ବିଦ୍ୟୁତ୍‌ ତାର ଜବତ କରିଛି। ଏ ସଂକ୍ରାନ୍ତରେ ୨ ଜଣକୁ କାବୁ କରି ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ସେମାନଙ୍କଠାରୁ ଚୋରି ତାର ପରିବହନ ପାଇଁ ବ୍ୟବହୃତ ଗୋଟିଏ ଟାଟା ଏସିଇ, ଅଟୋ ଓ ୨ ବାଇକ୍‌ ଜବତ ହୋଇଛି। ଘଟଣାରେ ଆହୁରି ୪ରୁ ୫ ଜଣ ସମ୍ପୃକ୍ତି ଥିବା ପୋଲିସ କହିଛି । ତଦନ୍ତରେ ବାଧା ଉପୁଜିବା ନେଇ ଅଟକଙ୍କ ପରିଚୟ ପୋଲିସ ପ୍ରକାଶ କରିନାହିଁ ।

ପ୍ରକାଶ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଶାସନଆମ୍ବଗାଁ ରାସ୍ତା ଦେଇ କେତେ ଜଣ ଯୁବକ ୨ଟି ବାଇକ୍‌ରେ ଦ୍ରୁତ ଗତିରେ ଯାଉଥିବା ବେଳେ ସେମାନଙ୍କ ପଛରେ ଏକ ଟାଟାଏସି ଓ ଏକ ଯାତ୍ରୀବାହୀ ଅଟୋ ଯାଉଥିଲା। ବିଳମ୍ବିତ ରାତିରେ ଗ୍ରାମ ରାସ୍ତା ଦେଇ ଗାଡିଗୁଡିକ ଦ୍ରୁତଗତିରେ ଯାଉଥିବାରୁ ଗ୍ରାମର କେତେ ଜଣ ଲୋକ ସନ୍ଦେହ କରିଥିଲେ। ସେମାନେ ଅଟୋ ପିଛା କରିଥିଲେ। ଅଟୋରେ ଆଲୁମିନିୟମ ବିଦ୍ୟୁତ୍‌ ତାର ବୋଝେଇ ହୋଇଥିଲା। ଲୋକମାନେ ସନ୍ଦେହ କରି ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ପୋଲିସ ଲୁଟେରାଙ୍କୁ ଧରିରିବାକୁ ଉଦ୍ୟମ କରିଥିଲା। ମାତ୍ର ପୋଲିସ ଗାଡିକୁ ଦେଖି ଲୁଟେରାମାନେ ଚୋରି କରିଥିବା ଆଲୁମିନିୟମ ବିଦ୍ୟୁତ ତାର ବଣ୍ଡଲଗୁଡିକୁ ନିମି ଗାଁ ନିମେଶ୍ୱର ପୋଖରୀକୁ ଫିଙ୍ଗି ଦେଇ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ । ପୋଲିସ ଘଟଣା ସ୍ଥଳରୁ ୨ ଜଣଙ୍କୁ ଧରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ ।

ପୋଲିସ ପୋଖରୀ ପାଣିରୁ ୪ ବିଡା ପ୍ରାୟ ୮ କୁଇଣ୍ଟାଲ ଆଲୁମିନିୟମ ବିଦ୍ୟୁତ ତାର ଉଦ୍ଧାର କରିଛି। ଗତ ପ୍ରାୟ ୧ବର୍ଷ ଧରି ହିଞ୍ଜିଳି ସମେତ ଗୋଳନ୍ଥରା, ଦିଗପହଣ୍ଡି ଓ ବ୍ରହ୍ମପୁର ସଦର ଥାନାର ବିଭିନ୍ନ ଅଞ୍ଚଳରୁ ୩୩କେଭି ବିଦ୍ୟୁତ୍‌ ସଂଯୋଗ ସକାଶେ ବିଛାଯାଇଥିବା ଆଲୁମିନିୟମ ବିଦ୍ୟୁତ ତାର ଚୋରି କରିଥିବା ଅଟକ ୨ ବ୍ୟକ୍ତି ପଚରାଉଚରା ବେଳେ ସ୍ବୀକାର କରିଛନ୍ତି।

The post ପୋଖରୀରୁ ମିଳିଲା ୮ କୁଇଣ୍ଟାଲ ବିଦ୍ୟୁତ୍‌ ତାର appeared first on Dharitri Odia News.