ରତ୍ନଭଣ୍ଡାର ଚଟାଣ ତଳେ… ବଡ଼ ସୂଚନା ଦେଲେ ଆଇନ ମନ୍ତ୍ରୀ
ଭୁବନେଶ୍ୱର,୧୩/୧୦: ରତ୍ନଭଣ୍ଡାର ଭିତରେ କ’ଣ ଅଛି? କେତେ ହୀରା-ନୀଳା ରତ୍ନ ଅଛି। ଆଉ ୨-୪ ଦିନ ଭିତରେ ସବୁ ଜଣାପଡିବ। କାରଣ ଆଉ ୨/୪ ଦିନରେ ଆସିବ ରତ୍ନଭଣ୍ଡାର ସର୍ଭେ ରିପୋର୍ଟ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଜିପିଆର୍ ସର୍ଭେ ରିପୋର୍ଟ ଦୁଇ ଚାରି ଦିନ ଭିତରେ ଆସିବ। ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ। ଚଟାଣ ତଳେ କିମ୍ବା କାନ୍ଥରେ ରତ୍ନ ଥିବା ସ୍ପଷ୍ଟ ହେଲେ […] The post ରତ୍ନଭଣ୍ଡାର ଚଟାଣ ତଳେ… ବଡ଼ ସୂଚନା ଦେଲେ ଆଇନ ମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୧୩/୧୦: ରତ୍ନଭଣ୍ଡାର ଭିତରେ କ’ଣ ଅଛି? କେତେ ହୀରା-ନୀଳା ରତ୍ନ ଅଛି। ଆଉ ୨-୪ ଦିନ ଭିତରେ ସବୁ ଜଣାପଡିବ। କାରଣ ଆଉ ୨/୪ ଦିନରେ ଆସିବ ରତ୍ନଭଣ୍ଡାର ସର୍ଭେ ରିପୋର୍ଟ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ମନ୍ତ୍ରୀ କହିଛନ୍ତି, ଜିପିଆର୍ ସର୍ଭେ ରିପୋର୍ଟ ଦୁଇ ଚାରି ଦିନ ଭିତରେ ଆସିବ। ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ। ଚଟାଣ ତଳେ କିମ୍ବା କାନ୍ଥରେ ରତ୍ନ ଥିବା ସ୍ପଷ୍ଟ ହେଲେ ସରକାର ନିଷ୍ପତ୍ତି ନେବେ। ଯଦି କିଛି ନାହିଁ, ରିପୋର୍ଟ ଆସିବା ପରେ ଏଏସଆଇ ମରାମତି କରିବ।
The post ରତ୍ନଭଣ୍ଡାର ଚଟାଣ ତଳେ… ବଡ଼ ସୂଚନା ଦେଲେ ଆଇନ ମନ୍ତ୍ରୀ appeared first on Dharitri Odia News.