ସହାୟତାର ହାତ ବଢ଼ାଇଲା ଏଲ୍‌ଆଇସି

ନୂଆଦିଲ୍ଲୀ,୬।୮: ଭାରତୀୟ ଜୀବନ ବୀମା ନିଗମ (ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି)ର ଏମ୍‌ଡି ତଥା ସିଇଓ ସିଦ୍ଧାର୍ଥ ମହାନ୍ତି କେରଳର ଓ୍ବାୟନାଡରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବିଶେଷ ରିହାତି ସମ୍ପର୍କରେ ଘୋଷଣା କରିଛନ୍ତି। ଏପରିକି ଏହି ବିପର୍ଯ୍ୟୟର ଶିକାର ହୋଇଥିବା ବ୍ୟକ୍ତିବିଶେଷଙ୍କ ପାଇଁ ନିଗମ ପକ୍ଷରୁ ରିହାତି ସୁବିଧା ଯୋଗାଇ ଦିଆଯିବ ବୋଲି ମହାନ୍ତି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଏଲ୍‌ଆଇସି ବୀମାଧାରୀ ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାର […] The post ସହାୟତାର ହାତ ବଢ଼ାଇଲା ଏଲ୍‌ଆଇସି appeared first on Dharitri Odia News.

ସହାୟତାର ହାତ ବଢ଼ାଇଲା ଏଲ୍‌ଆଇସି

ନୂଆଦିଲ୍ଲୀ,୬।୮: ଭାରତୀୟ ଜୀବନ ବୀମା ନିଗମ (ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି)ର ଏମ୍‌ଡି ତଥା ସିଇଓ ସିଦ୍ଧାର୍ଥ ମହାନ୍ତି କେରଳର ଓ୍ବାୟନାଡରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବିଶେଷ ରିହାତି ସମ୍ପର୍କରେ ଘୋଷଣା କରିଛନ୍ତି। ଏପରିକି ଏହି ବିପର୍ଯ୍ୟୟର ଶିକାର ହୋଇଥିବା ବ୍ୟକ୍ତିବିଶେଷଙ୍କ ପାଇଁ ନିଗମ ପକ୍ଷରୁ ରିହାତି ସୁବିଧା ଯୋଗାଇ ଦିଆଯିବ ବୋଲି ମହାନ୍ତି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଏଲ୍‌ଆଇସି ବୀମାଧାରୀ ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାର ହିତାଧିକାରୀଙ୍କ ପାଇଁ ମଧ୍ୟ ଆବଶ୍ୟକ ସହଯୋଗ ଓ ଅଭିଯୋଗର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଲାଗି ଡିଭିଜନଙ୍କୁ ମଧ୍ୟ କୁହାଯାଇଛି।
ସେହିଭଳି କେରଳ ରାଜ୍ୟ ୱାୟନାଡଠାରେ ଘଟିଯାଇଥିବା ପ୍ରାକୃତିକ ବିପର୍ଯ୍ୟୟ ଓ ଏହାଦ୍ୱାରା ପ୍ରଭାବିତ ଓ କ୍ଷତିଗ୍ରସ୍ତଙ୍କ ଉଦ୍ଦେଶ୍ୟରେ ନିଗମର କର୍ମଚାରୀ, କର୍ମଚାରୀଙ୍କ ପରିବାର ଏବଂ ଏଜେଣ୍ଟମାନେ ସମଗ୍ର ଏଲ୍‌ଆଇସି ପରିବାର ସଦସ୍ୟ ହଜିଯାଇଥିବା ଜୀବନ ଓ ପୀଡ଼ିତଙ୍କ ପରିବାର ସଦସ୍ୟଙ୍କ ସହିତ ଦୃଢ଼ ଭାବେ ଛିଡ଼ା ହୋଇଥିବାବେଳେ ସମବେଦନା ମଧ୍ୟ ଜଣାଇଛନ୍ତି। ସେହିପରି କେରଳର କୋଝିକୋଡେ ଡିଭିଜନ ନୋଡାଲ ଅଧିକାରୀଙ୍କୁ ସ୍ବତନ୍ତ୍ର ଅଧିକାର ଓ ଦାୟିତ୍ୱ ମଧ୍ୟ ଦିଆଯାଇଛି। ଏପରିକି ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ସହ ମିଳିତ ଭାବେ ହିତାଧିକାରୀଙ୍କ ସମସ୍ୟାର ସାମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଓ ତ୍ୱରିତ ଦାବି ସମାଧାନ ଲାଗି ପ୍ରୟାସ କରିବାକୁ ନିଗମ ପକ୍ଷରୁ କୁହାଯାଇଛି।

The post ସହାୟତାର ହାତ ବଢ଼ାଇଲା ଏଲ୍‌ଆଇସି appeared first on Dharitri Odia News.