ପାକିସ୍ତାନ କ୍ରିକେଟ୍ରେ ହଲଚଲ: ପୁଣି ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ
ନୂଆଦିଲ୍ଲୀ,୨।୧୦: ପାକିସ୍ତାନ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ଦ୍ୱିତୀୟଥର ପାଇଁ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ବାବର ପାକିସ୍ତାନର ଦିନିକିଆ ଏବଂ ଟି-୨୦ର ଅଧିନାୟକ ଥିଲେ। ଏହା ପୂର୍ବରୁ ମଧ୍ୟ ସେ ଥରେ ଇସ୍ତଫା ଦେଇଥିଲେ, କିନ୍ତୁ ତାଙ୍କୁ ପୁଣି ଅଧିନାୟକ କରାଯାଇଥିଲା। ଏଥର ବାବର ‘କାର୍ଯ୍ୟଭାର’ ଦର୍ଶାଇ ପାକିସ୍ତାନର ଅଧିନାୟକତ୍ୱ ଛାଡିଛନ୍ତି। ଏବେ ସେ ତାଙ୍କ ବ୍ୟାଟିଂରେ ଅଧିକ ଧ୍ୟାନ ଦେବେ ବୋଲି କହିଛନ୍ତି। ବୁଧବାର ଅର୍ଥାତ୍ ଆଜି ବାବର ପ୍ରଶଂସକଙ୍କ ସହ […] The post ପାକିସ୍ତାନ କ୍ରିକେଟ୍ରେ ହଲଚଲ: ପୁଣି ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ appeared first on Dharitri Odia News.
ନୂଆଦିଲ୍ଲୀ,୨।୧୦: ପାକିସ୍ତାନ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ଦ୍ୱିତୀୟଥର ପାଇଁ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ବାବର ପାକିସ୍ତାନର ଦିନିକିଆ ଏବଂ ଟି-୨୦ର ଅଧିନାୟକ ଥିଲେ। ଏହା ପୂର୍ବରୁ ମଧ୍ୟ ସେ ଥରେ ଇସ୍ତଫା ଦେଇଥିଲେ, କିନ୍ତୁ ତାଙ୍କୁ ପୁଣି ଅଧିନାୟକ କରାଯାଇଥିଲା। ଏଥର ବାବର ‘କାର୍ଯ୍ୟଭାର’ ଦର୍ଶାଇ ପାକିସ୍ତାନର ଅଧିନାୟକତ୍ୱ ଛାଡିଛନ୍ତି। ଏବେ ସେ ତାଙ୍କ ବ୍ୟାଟିଂରେ ଅଧିକ ଧ୍ୟାନ ଦେବେ ବୋଲି କହିଛନ୍ତି।
ବୁଧବାର ଅର୍ଥାତ୍ ଆଜି ବାବର ପ୍ରଶଂସକଙ୍କ ସହ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ଖବର ଶେୟାର କରିଛନ୍ତି। ବାବର ସୋସିଆଲ ମିଡିଆରେ ଲେଖିଛନ୍ତି, ପ୍ରିୟ ପ୍ରଶଂସକଗଣ, ମୁଁ ଆଜି ଆପଣଙ୍କ ସହ କିଛି ଖବର ବାଣ୍ଟୁଛି। ମୁଁ ପାକିସ୍ତାନ ପୁରୁଷ କ୍ରିକେଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଏହି ଦଳର ଅଧିନାୟକ ହେବା ଏକ ଗୌରବର ବିଷୟ, କିନ୍ତୁ ବର୍ତ୍ତମାନ ସମୟ ଆସିଛି ଯେ ଏହି ପଦରୁ ଇସ୍ତଫା ଦେବା ଏବଂ ମୋର ଖେଳକୁ ଧ୍ୟାନ ଦେବା ପାଇଁ ସମୟ ଆସିଛି। ମୋର ପ୍ରଦର୍ଶନକୁ ପ୍ରାଥମିକତା ଦେବା ଏବେ ମୋର କାମ। ମୋର ବ୍ୟାଟିଂକୁ ଉପଭୋଗ କରିବାକୁ ଏବଂ ମୋ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛି, ଯାହା ମୋତେ ଖୁସି ଦିଏ।
ବର୍ଷେ ମଧ୍ୟରେ ଅଧିନାୟକତ୍ୱରୁ ଏହା ବାବର ଆଜମଙ୍କର ଦ୍ୱିତୀୟ ଇସ୍ତଫା। ଏହାପୂର୍ବରୁ ସେ ଦିନିକିଆ ବିଶ୍ୱକପ ୨୦୨୩ ପରେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ଦିନିକିଆ ବିଶ୍ୱକପ ପରେ ବାବର ନଭେମ୍ବର ୧୫, ୨୦୨୩ରେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ବାବର ପାକିସ୍ତାନ ପାଇଁ ତିନୋଟି ଫର୍ମାଟର ଅଧିନାୟକ ଥିଲେ।
Dear Fans,
I’m sharing some news with you today. I have decided to resign as captain of the Pakistan men’s cricket team, effective as of my notification to the PCB and Team Management last month.
It’s been an honour to lead this team, but it’s time for me to step down and focus…
— Babar Azam (@babarazam258) October 1, 2024
The post ପାକିସ୍ତାନ କ୍ରିକେଟ୍ରେ ହଲଚଲ: ପୁଣି ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ appeared first on Dharitri Odia News.