କେବେଠୁ ଏବଂ କେଉଁଠି କରିବେ ସୁଭଦ୍ରା ପଞ୍ଜୀକରଣ, ବଡ଼ ସୂଚନା ଦେଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୩୧।୮: ସୁଭଦ୍ରା ଯୋଜନାନୁ ନେଇ ଆସିଲା ବଡ଼ ଖବର। ନୂଆ ଅପଡେଟ୍‌ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ପାଇଁ ମହିଳାମାନେ କେବେଠୁ ଓ କେଉଁଠି ପଞ୍ଜୀକରଣ କରିବେ ଏନେଇ ସମସ୍ତ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ପ୍ରଭାତୀ କହିଛନ୍ତି, ଆସନ୍ତ କାଲିଠୁ ଅର୍ଥାତ୍‌ ରବିବାର ଠାରୁ ‘ସୁଭଦ୍ରା‘ ପଞ୍ଜୀକରଣ ଆରମ୍ଭ ହେବ। ସୁଭଦ୍ରା ପାଇଁ ଆବେଦନ କରିବାର ଫର୍ମ ଓ ଦାଖଲ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ। ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟରେ ଏହି […] The post କେବେଠୁ ଏବଂ କେଉଁଠି କରିବେ ସୁଭଦ୍ରା ପଞ୍ଜୀକରଣ, ବଡ଼ ସୂଚନା ଦେଲେ ପ୍ରଭାତୀ ପରିଡ଼ା appeared first on Dharitri Odia News.

କେବେଠୁ ଏବଂ କେଉଁଠି କରିବେ ସୁଭଦ୍ରା ପଞ୍ଜୀକରଣ, ବଡ଼ ସୂଚନା ଦେଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୩୧।୮: ସୁଭଦ୍ରା ଯୋଜନାନୁ ନେଇ ଆସିଲା ବଡ଼ ଖବର। ନୂଆ ଅପଡେଟ୍‌ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ପାଇଁ ମହିଳାମାନେ କେବେଠୁ ଓ କେଉଁଠି ପଞ୍ଜୀକରଣ କରିବେ ଏନେଇ ସମସ୍ତ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।

ପ୍ରଭାତୀ କହିଛନ୍ତି, ଆସନ୍ତ କାଲିଠୁ ଅର୍ଥାତ୍‌ ରବିବାର ଠାରୁ ‘ସୁଭଦ୍ରା‘ ପଞ୍ଜୀକରଣ ଆରମ୍ଭ ହେବ। ସୁଭଦ୍ରା ପାଇଁ ଆବେଦନ କରିବାର ଫର୍ମ ଓ ଦାଖଲ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ। ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟରେ ଏହି ଫର୍ମ ମିଳିବ। ଏଥିସହ ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ମଧ୍ୟ ଫର୍ମ ମିଳିବ। ଫର୍ମ ପୂରଣ କରିବା ପରେ ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ କରିହେବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

The post କେବେଠୁ ଏବଂ କେଉଁଠି କରିବେ ସୁଭଦ୍ରା ପଞ୍ଜୀକରଣ, ବଡ଼ ସୂଚନା ଦେଲେ ପ୍ରଭାତୀ ପରିଡ଼ା appeared first on Dharitri Odia News.