ସୁନା ଖଣିରେ ଭୂସ୍ଖଳନ: ଚାଲିଗଲା ୧୨ ଜୀବନ
ଜାକର୍ତ୍ତା,୮।୭: ଅନେକ ଦିନ ଧରି ପ୍ରବଳ ବର୍ଷା ହେତୁ ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ପ୍ରବଳ ବର୍ଷା ହେତୁ ଏକ ବେଆଇନ ସୁନା ଖଣିରେ ଭୂସ୍ଖଳନ ଘଟିଥିଲା। ଭୂସ୍ଖଳନ ଯୋଗୁ ଅତିକମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ୧୮ ଜଣ ନିଖେଶଜ ଅଛନ୍ତି। ସ୍ଥାନୀୟ ଉଦ୍ଧାରକାରୀ ସଂସ୍ଥା ମୁଖ୍ୟ ହେରିୟାଣ୍ଟୋ କହିଛନ୍ତି, ଗୋରୋଣ୍ଟାଲୋ ପ୍ରଦେଶର ଏକ ଭୂସ୍ଖଳନରେ ଏକ ବେଆଇନ ଖଣି ନିକଟରେ ରହୁଥିବା ଖଣି ମାଲିକ ଏବଂ ବାସିନ୍ଦାଙ୍କର ମୃତ୍ୟୁ […] The post ସୁନା ଖଣିରେ ଭୂସ୍ଖଳନ: ଚାଲିଗଲା ୧୨ ଜୀବନ appeared first on Dharitri Odia News.
ଜାକର୍ତ୍ତା,୮।୭: ଅନେକ ଦିନ ଧରି ପ୍ରବଳ ବର୍ଷା ହେତୁ ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ପ୍ରବଳ ବର୍ଷା ହେତୁ ଏକ ବେଆଇନ ସୁନା ଖଣିରେ ଭୂସ୍ଖଳନ ଘଟିଥିଲା। ଭୂସ୍ଖଳନ ଯୋଗୁ ଅତିକମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ୧୮ ଜଣ ନିଖେଶଜ ଅଛନ୍ତି।
ସ୍ଥାନୀୟ ଉଦ୍ଧାରକାରୀ ସଂସ୍ଥା ମୁଖ୍ୟ ହେରିୟାଣ୍ଟୋ କହିଛନ୍ତି, ଗୋରୋଣ୍ଟାଲୋ ପ୍ରଦେଶର ଏକ ଭୂସ୍ଖଳନରେ ଏକ ବେଆଇନ ଖଣି ନିକଟରେ ରହୁଥିବା ଖଣି ମାଲିକ ଏବଂ ବାସିନ୍ଦାଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମାଟି ତଳେ ପୋତି ହୋଇଥିବା ପାଞ୍ଚ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ତେବେ ଉଦ୍ଧାରକାରୀ ଦଳ ସୋମବାର ନିଖୋଜ ୧୮ ଜଣଙ୍କୁ ଖୋଜୁଛନ୍ତି।
The post ସୁନା ଖଣିରେ ଭୂସ୍ଖଳନ: ଚାଲିଗଲା ୧୨ ଜୀବନ appeared first on Dharitri Odia News.