ଇମାମିର ନୂତନ ଅଭିଯାନ
ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍ର ଆୟୁର୍ବେଦିକ ତେଲ ‘ନବରତ୍ନ ’ର ଗୁଣବତ୍ତା ସମ୍ପର୍କରେ ପ୍ରଚାର ଓ ପ୍ରସାର କରାଯାଇଛି। ଚଳିତ ଗ୍ରୀଷ୍ମଋତୁରେ କପିଳ ଶର୍ମାଙ୍କ ସମେତ କିକୁ ଶାରଦା, ଗୌରବ ଗେରା ଓ ସୁମୋନା ଚକ୍ରବର୍ତ୍ତୀ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ବିଶେଷକରି ବ୍ରାଣ୍ଡ୍ର ଏହି ନୂତନ […] The post ଇମାମିର ନୂତନ ଅଭିଯାନ appeared first on Dharitri Odia News.
ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍ର ଆୟୁର୍ବେଦିକ ତେଲ ‘ନବରତ୍ନ ’ର ଗୁଣବତ୍ତା ସମ୍ପର୍କରେ ପ୍ରଚାର ଓ ପ୍ରସାର କରାଯାଇଛି। ଚଳିତ ଗ୍ରୀଷ୍ମଋତୁରେ କପିଳ ଶର୍ମାଙ୍କ ସମେତ କିକୁ ଶାରଦା, ଗୌରବ ଗେରା ଓ ସୁମୋନା ଚକ୍ରବର୍ତ୍ତୀ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ବିଶେଷକରି ବ୍ରାଣ୍ଡ୍ର ଏହି ନୂତନ ଟିଭି ବିଜ୍ଞାପନ ଓ ଡିଜିଟାଲ ବିଷୟବସ୍ତୁକୁ କପିଲ ଶର୍ମା ଓ ତାଙ୍କ ଟିମ୍ ଭିନ୍ନ ଏକ ଚିନ୍ତାଧାରା ଓ ଫୋରମରେ ପରିବେଷଣ କରାଯାଇଛି। ନବରତ୍ନ ତେଲର ଏହି ନୂତନ ଅଭିଯାନ ‘ଥଣ୍ଡକ କା ବାଦଶାହା,ରାହତ କା ରାଜା’କୁ ମିଳିତ ଭାବେ କପିଲ ଶର୍ମାଙ୍କ ଟିମ୍ ସୁନ୍ଦର ଓ ନିଖୁଣ ଭାବେ ଉପସ୍ଥାପନା କରିଛନ୍ତି। ଉଲ୍ଲେଖଯୋଗ୍ୟ, ନବରତ୍ନ ତେଲକୁ ମୁଣ୍ଡରେ ୨ ମିନିଟ୍ ମାଲିସ କରିବା ଦ୍ୱାରା ଆରାମ ଲାଗିଥାଏ। ଏପରିକି ବ୍ରାଣ୍ଡ୍ର ଲୋକପ୍ରିୟ ପ୍ରଚାର ଥିମିଂ ‘ଥଣ୍ଡା ଥଣ୍ଡା କୁଲ୍ କୁଲ୍’ ବିଷୟରେ ମଧ୍ୟ ବିସ୍ତୃତ ଭାବେ ଉପସ୍ଥାପନା କରାଯାଇଛି। ଏ ସମ୍ପର୍କରେ ଇମାମି ଲିମିଟେଡ୍ର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ହର୍ଷ ଭି ଅଗ୍ରୱାଲ କହିଛନ୍ତି, ଆମର ବ୍ରାଣ୍ଡ୍ ନବରତ୍ନ ଆୟୁର୍ବେଦିକ ତେଲ ପାଇଁ କପିଳ ଶର୍ମା ଓ ତାଙ୍କ ଟିମ୍କୁ ନେଇ ଆମେ ବେଶ୍ ଉତ୍ସାହିତ ଅଛୁ। ଏପରିକି ଏକ ହାସ୍ୟରସର ପ୍ରମୁଖ ବ୍ୟକ୍ତିବିଶେଷ ଭାବେ ଜଣାଶୁଣା କପିଲଙ୍କ ହାସ୍ୟାଭିନୟ ଜନସମୁଦାୟଙ୍କୁ ମନୋରଞ୍ଜନର ଏକ ବିଶେଷ ଖୋରାକ ପ୍ରଦାନ କରିଆସୁଛି।
The post ଇମାମିର ନୂତନ ଅଭିଯାନ appeared first on Dharitri Odia News.