ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ନିହାର ସୁରିନଙ୍କୁ ଜେଏମ୍‌ଏମ୍‌ ଟିକେଟ୍‌ ଦେଇଛି। ପ୍ରାର୍ଥୀ ଘୋଷଣା ପରେ ନିହାର ରାଞ୍ଚିରୁ ସା ସାଢେ ୭ଟାରେ ବୀରମିତ୍ରପୁରରେ ପହଞ୍ଚି ଥିଲେ। ପରେ ତାଙ୍କୁ କଂଗ୍ରେସ, ଜେଏମ୍‌ଏମ୍‌ ସମେତ ଅନ୍ୟ ସହଯୋଗୀ ଦଳର ବରିଷ୍ଠ କର୍ମକତ୍ତା ବାଜା, ବାଣ ଫୁଟାଇ ସ୍ବାଗତ କରି ବୀରମିତ୍ରପୁର ସହର ପରିକ୍ରମା କରିଥିଲେ। ଏହି […] The post ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌ appeared first on Dharitri Odia News.

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ନିହାର ସୁରିନଙ୍କୁ ଜେଏମ୍‌ଏମ୍‌ ଟିକେଟ୍‌ ଦେଇଛି। ପ୍ରାର୍ଥୀ ଘୋଷଣା ପରେ ନିହାର ରାଞ୍ଚିରୁ ସା ସାଢେ ୭ଟାରେ ବୀରମିତ୍ରପୁରରେ ପହଞ୍ଚି ଥିଲେ। ପରେ ତାଙ୍କୁ କଂଗ୍ରେସ, ଜେଏମ୍‌ଏମ୍‌ ସମେତ ଅନ୍ୟ ସହଯୋଗୀ ଦଳର ବରିଷ୍ଠ କର୍ମକତ୍ତା ବାଜା, ବାଣ ଫୁଟାଇ ସ୍ବାଗତ କରି ବୀରମିତ୍ରପୁର ସହର ପରିକ୍ରମା କରିଥିଲେ।

ଏହି ଅବସରରେ ନିହାର ଦଳୀୟ କର୍ମୀଙ୍କ ସହ ତଳ ବସ୍‌ଷ୍ଟାଣ୍ଡରେ ଥିବା ବିର୍ସା ମୁଣ୍ଡା ଓ ପୁରୁଣା ଥାନା ନିକଟରେ ଥିବା ଆମ୍ବେଡ଼କରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ସହରର ବିଭିନ୍ନ ଅଞ୍ଚଳରେ ଦଳୀୟ କର୍ମୀମାନଙ୍କ ସହ ବୁଲି ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।

ବିଜେଡ଼ିରେ ଦୀର୍ଘ ବର୍ଷ କାମ କଲାପରେ ଦଳ ମୋତେ ଟିକେଟ ଦେବ ବୋଲି କହି ଶେଷରେ ଧୋକା ଦେବାରୁ କର୍ମୀଙ୍କ ସହ ଆଲୋଚନା କରି ଦଳ ଛାଡ଼ିବା ପରେ ଦୀର୍ଘ ୧୪ ବର୍ଷ ପରେ ପୁରୁଣା ଦଳ ଜେଏମଏମକୁ ଫେରିଛି ବୋଲି ନିହାର ପ୍ରତିକ୍ରିୟାରେ କହିଛନ୍ତି। ମୁଁ ପୁରୁଣା ଦଳକୁ ଫେରିବା ପରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢିଛି। ଏଠାରୁ ନିଶ୍ଚୟ ବିଜୟୀ ହେବୁ ବୋଲି ନିହାର କହିଛନ୍ତି। ନିହାରଙ୍କ ସହ କଂଗ୍ରେସ ନେତା ବିକ୍ରମ ପଟ୍ଟନାୟକ, ଲଲନ ଶ୍ରୀବାସ୍ତବଙ୍କ ସହ ଅନ୍ୟମାନେ ଉପସ୍ଥିତ ରହି ସହର ପରିକ୍ରମା କରିଥିଲେ।

The post ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌ appeared first on Dharitri Odia News.