କାହଁକି ବିଧାନସଭାରେ କାଗଜ ଫୋପାଡ଼ିଲେ ତାରା ବାହିନୀପତି: ମିଳିଲାନି କି…

ଭୁବନେଶ୍ୱର,୧୧।୯: ବିଧାନସଭା ଚାଲିଥିବା ବେଳେ  ଗୃହରେ ଶୂନ୍ୟକାଳରେ ନେତା ମନ୍ତ୍ରୀ  ପ୍ରଶ୍ନ ପଚରାଉଚରା ହେଉଛନ୍ତି। ତେବେ ଏହି ସମୟରେ ଶୂନ୍ୟକାଳରେ ଜୟପୁର ବିଧାୟକ ଗୃହରେ କାଗଜ ଫୋପାଡ଼ି କକ୍ଷ ତ୍ୟାଗ କରିଛନ୍ତି।  ଶୂନ୍ୟକାଳରେ ତାଙ୍କୁ ସୁଯୋଗ ନ ମିଳିବାରୁ ବାହିନୀପତି କାଗଜ ଫୋପାଡ଼ିଛନ୍ତି। ତାରାଙ୍କୁ ବିଜେଡି  ସମର୍ଥନ କରି ପ୍ରତିବାଦ  ମଧ୍ୟ କରିଛି। ତାରାଙ୍କ ସହ ଦାଶରଥି ଗମାଙ୍ଗ, ରାଜନ ଏକ୍କା ମଧ୍ୟ କକ୍ଷ ତ୍ୟାଗ କରିଛନ୍ତି। ତେବେ ବୁଧବାର ଗୃହରେ କୃଷି ଓ ବିଦ୍ୟୁତ ବିଭାଗର […] The post କାହଁକି ବିଧାନସଭାରେ କାଗଜ ଫୋପାଡ଼ିଲେ ତାରା ବାହିନୀପତି: ମିଳିଲାନି କି… appeared first on Dharitri Odia News.

କାହଁକି ବିଧାନସଭାରେ କାଗଜ ଫୋପାଡ଼ିଲେ ତାରା ବାହିନୀପତି: ମିଳିଲାନି କି…
ଭୁବନେଶ୍ୱର,୧୧।୯: ବିଧାନସଭା ଚାଲିଥିବା ବେଳେ  ଗୃହରେ ଶୂନ୍ୟକାଳରେ ନେତା ମନ୍ତ୍ରୀ  ପ୍ରଶ୍ନ ପଚରାଉଚରା ହେଉଛନ୍ତି। ତେବେ ଏହି ସମୟରେ ଶୂନ୍ୟକାଳରେ ଜୟପୁର ବିଧାୟକ ଗୃହରେ କାଗଜ ଫୋପାଡ଼ି କକ୍ଷ ତ୍ୟାଗ କରିଛନ୍ତି।  ଶୂନ୍ୟକାଳରେ ତାଙ୍କୁ ସୁଯୋଗ ନ ମିଳିବାରୁ ବାହିନୀପତି କାଗଜ ଫୋପାଡ଼ିଛନ୍ତି। ତାରାଙ୍କୁ ବିଜେଡି  ସମର୍ଥନ କରି ପ୍ରତିବାଦ  ମଧ୍ୟ କରିଛି। ତାରାଙ୍କ ସହ ଦାଶରଥି ଗମାଙ୍ଗ, ରାଜନ ଏକ୍କା ମଧ୍ୟ କକ୍ଷ ତ୍ୟାଗ କରିଛନ୍ତି।
ତେବେ ବୁଧବାର ଗୃହରେ କୃଷି ଓ ବିଦ୍ୟୁତ ବିଭାଗର ଆଲୋଚନା ହୋଇଛି । ୨୦୨୫ ସୁଦ୍ଧା ସମସ୍ତ ରାଜସ୍ବ ଗ୍ରାମକୁ ବିଜୁଳି ପହଞ୍ଚାଇବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ଗୃହରେ ବିଜେଡି ବିଧାୟକ ବଦ୍ରି ପାତ୍ର ପ୍ରଶ୍ନ କରିଥିଲେ ଯେ କେବେ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍ ସଂଯୋଗ କରାଯିବ। ଯାହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, ୨୪ ବର୍ଷ ବିଜେଡି ସରକାରରେ ଥିଲେ, ଆମେ ୩ ମାସ ହେବ ଆସିଛୁ। କାହିଁକି ଆଗରୁ ଜିଲାସ୍ତରୀୟ କମିଟି ନିୟମିତ ବସୁନଥିଲା। କିନ୍ତୁ ଆମେ ଆଶ୍ୱାସନା ଦେଉଛୁ ଏଣିକି ନିମୟିତ କମିଟି ବୈଠକ ବସିବ।
ଅନ୍ୟପଟେ ୫ଟି ସ୍କୁଲ ବିଜୁଳି ବିଲ ପେମେଣ୍ଟ ଉପରେ କେଭି ସିଂହଦେଓ କହିଛନ୍ତି, ୫ଟ ସ୍କୁଲ ବିଜୁଳି ବିଲ ପେମେଣ୍ଟ ହୋଇନି, ଯାହାର ପରିଣାମ ଭୋଗୁଛି ସ୍କୁଲ। ପଞ୍ଚାୟତକୁ ବକେୟା ବିଲ ପୈଠ କରିବାକୁ ୧୦୫ କୋଟି ଦିଆଯାଇଛି। ୫ଟି ନାଁରେ ମନଇଚ୍ଛା ସ୍କୁଲ ହୋଇଥିବାରୁ ପିଲାଏ ପରିଣାମ ଭୋଗୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

The post କାହଁକି ବିଧାନସଭାରେ କାଗଜ ଫୋପାଡ଼ିଲେ ତାରା ବାହିନୀପତି: ମିଳିଲାନି କି… appeared first on Dharitri Odia News.