Stock market: ସେୟାର ବଜାରରେ ହାହାକାର, ନିବେଶକଙ୍କ ବୁଡ଼ିଲା ୯.୩୨ ଲକ୍ଷ କୋଟି ଟଙ୍କା
ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଲଗାତାର ୫ ଦିନରେ ହାହାକାର ଜାରି ରହିଛି । ସେନ୍ସେକ୍ସ ୧,୦୧୮ ଅଙ୍କ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ହ୍ରାସ ପାଇ ୨୩,୧୦୦ ତଳେ ବନ୍ଦ ହୋଇଛି । ଏହି କାରଣରୁ ସେୟାର ବଜାରରେ ଆଜି ନିବେଶକଙ୍କ ଆଜି ପ୍ରାୟ ୯.୩୨ ଲକ୍ଷ କୋଟି ଟଙ୍କା ବୁଡ଼ିଛି । ଗତ ୫ ଦିନରେ ସେନ୍ସେକ୍ସ ପ୍ରାୟ ୨୩୦୦ ଅଙ୍କ ହ୍ରାସ ପାଇଛି । ଛୋଟିଆ ଏବଂ ମଧ୍ୟମ ଧରଣ ସେୟାରର ନିବେଶକଙ୍କୁ ଅଧିକ ଲହୁଲୁହାଣ କରିଛି । ବିଏସ୍ଇ ମିଡ୍କ୍ୟାପ୍ ଏବଂ ସ୍ମଲ୍କ୍ୟାପ୍ ଯଥାକ୍ରମେ ୨.୮୮ ପ୍ରତିଶତ ଏବଂ ୩.୪ ପ୍ରତିଶତ ହ୍ରାସ ପାଇଛି । ଏପରିକି ଆଜି ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ଲାଲ୍ ସଂକେତରେ ବନ୍ଦ ହୋଇଛି ।ମାର୍କେଟ୍ ବିଶେଷଜ୍ଞଙ୍କ ମତରେ ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଟାରିଫ୍ ଘୋଷଣା, ବିଦେଶୀ ନିବେଶକଙ୍କ ଦ୍ୱାରା ଜାରି ସେୟାର ବିକ୍ରି, ଭାରତୀୟ ମୁଦ୍ରା ଦୁର୍ବଳ ହେବା, କମ୍ପାନିଗୁଡ଼ିକର ଦୁର୍ବଳ ବୃଦ୍ଧି, ସ୍ମଲକ୍ୟାପ୍ ଏବଂ ମିଡ୍କ୍ୟାପ ସେୟାରଗୁଡ଼ିକର ଉଚ୍ଚ ଭେଲ୍ୟୁଏସନ୍ ଯୋଗୁ ବଜାରରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।କାରବାର ଶେଷରେ ବିଏସ୍ଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନ୍ସେକ୍ସ ୧୦୧୮.୨୦ ଅଙ୍କ ବା ୧.୩୨ ପ୍ରତିଶତ ହ୍ରାସ ପାଇ ୭୬,୨୯୩.୬୦ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୩୦୯.୮୦ ଅଙ୍କ ବା ୧.୩୨ ପ୍ରତିଶତ ଖସି ୨୩,୦୭୧.୮୦ ସ୍ତରରେ ବନ୍ଦ ହୋଇଛି ।ବିଏସ୍ରେ
ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଲଗାତାର ୫ ଦିନରେ ହାହାକାର ଜାରି ରହିଛି । ସେନ୍ସେକ୍ସ ୧,୦୧୮ ଅଙ୍କ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ହ୍ରାସ ପାଇ ୨୩,୧୦୦ ତଳେ ବନ୍ଦ ହୋଇଛି । ଏହି କାରଣରୁ ସେୟାର ବଜାରରେ ଆଜି ନିବେଶକଙ୍କ ଆଜି ପ୍ରାୟ ୯.୩୨ ଲକ୍ଷ କୋଟି ଟଙ୍କା ବୁଡ଼ିଛି । ଗତ ୫ ଦିନରେ ସେନ୍ସେକ୍ସ ପ୍ରାୟ ୨୩୦୦ ଅଙ୍କ ହ୍ରାସ ପାଇଛି । ଛୋଟିଆ ଏବଂ ମଧ୍ୟମ ଧରଣ ସେୟାରର ନିବେଶକଙ୍କୁ ଅଧିକ ଲହୁଲୁହାଣ କରିଛି । ବିଏସ୍ଇ ମିଡ୍କ୍ୟାପ୍ ଏବଂ ସ୍ମଲ୍କ୍ୟାପ୍ ଯଥାକ୍ରମେ ୨.୮୮ ପ୍ରତିଶତ ଏବଂ ୩.୪ ପ୍ରତିଶତ ହ୍ରାସ ପାଇଛି । ଏପରିକି ଆଜି ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ଲାଲ୍ ସଂକେତରେ ବନ୍ଦ ହୋଇଛି ।
ମାର୍କେଟ୍ ବିଶେଷଜ୍ଞଙ୍କ ମତରେ ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଟାରିଫ୍ ଘୋଷଣା, ବିଦେଶୀ ନିବେଶକଙ୍କ ଦ୍ୱାରା ଜାରି ସେୟାର ବିକ୍ରି, ଭାରତୀୟ ମୁଦ୍ରା ଦୁର୍ବଳ ହେବା, କମ୍ପାନିଗୁଡ଼ିକର ଦୁର୍ବଳ ବୃଦ୍ଧି, ସ୍ମଲକ୍ୟାପ୍ ଏବଂ ମିଡ୍କ୍ୟାପ ସେୟାରଗୁଡ଼ିକର ଉଚ୍ଚ ଭେଲ୍ୟୁଏସନ୍ ଯୋଗୁ ବଜାରରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।
କାରବାର ଶେଷରେ ବିଏସ୍ଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନ୍ସେକ୍ସ ୧୦୧୮.୨୦ ଅଙ୍କ ବା ୧.୩୨ ପ୍ରତିଶତ ହ୍ରାସ ପାଇ ୭୬,୨୯୩.୬୦ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୩୦୯.୮୦ ଅଙ୍କ ବା ୧.୩୨ ପ୍ରତିଶତ ଖସି ୨୩,୦୭୧.୮୦ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ରେ ସୂଚୀବଦ୍ଧ କମ୍ପାନିଗୁଡ଼ିକ ମୋଟ୍ ମାର୍କେଟ୍ କ୍ୟାପ୍ ଆଜି ହ୍ରାସ ପାଇ ୪୦୮.୫୦ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଅର୍ଥାତ୍ ସୋମବାର ଫେବ୍ରୁଆରୀ ୧୦ରେ ଏହା ୪୧୭.୮୨ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୯.୩୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ପ୍ରାୟ ୯.୩୨ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ବିଏସ୍ଇ ସେନ୍ସେକ୍ସର ୩୦ରୁ ୨୯ ସେୟାର୍ ଲାଲ୍ ସଂକେତରେ ବନ୍ଦ ହୋଇଛି । ଏଥିରେ ଜୋମାଟୋ ସେୟାର ୫.୨୪ ପ୍ରତିଶତ ହ୍ରାସ ସହ ଟପ୍ ଲୁଜର୍ସ ହୋଇଛି ।