ବିଚ୍ ରାସ୍ତାରେ YSR କଂଗ୍ରେସର ଜଣେ ଯୁବନେତାଙ୍କୁ ହତ୍ୟା, CCTVରେ କଏଦ ଭିଜୁଆଲ
୧୮/୭: ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲାରେ ଚାଞ୍ଚଲ୍ୟ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ YSR କଂଗ୍ରେସର ଜଣେ ଯୁବନେତାଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ରାସ୍ତା ମଝିରେ ଲୋକଙ୍କ ସାମ୍ନାରେ ୨ ହାତ କାଟିବା ପରେ ବେକକୁ ହାଣିଦେଇଛନ୍ତି ଦୁର୍ବୃତ୍ତ । ମୃତକ YSR କଂଗ୍ରେସ ଯୁବ ୱିଙ୍ଗର ସଦସ୍ୟ ଶେଖ ରସିଦ । ଏହି ଲୋମଟାଙ୍କୁରା ହତ୍ୟାର ଦୃଶ୍ୟ CCTVରେ କଏଦ ହୋଇଛି । ବୁଧବାର ରାତି ପ୍ରାୟ ୮ଟା ସମୟର ଘଟଣା । ଶେଖ ଜିଲାନି ନାମକ ଜଣେ ବ୍ୟକ୍ତି ରସିଦଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଜିଲାନି ପ୍ରଥମେ ରସିଦଙ୍କ ୨ ହାତ କାଟିବା ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଆଉ ଘଟଣାସ୍ଥଳରେ ରସିଦଙ୍କ ମୃତ୍ୟୁ ହୋଇଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ହତ୍ୟାକାଣ୍ଡ ଘଟିଥିବା ଏରିଆରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।ପାଲନାଡୁ ଜିଲ୍ଲାର ଏସ୍ପି କାଞ୍ଚି ଶ୍ରୀନିବାସ କହିଛନ୍ତି ହତ୍ୟା ପଛରେ ରାଜନୈତିକ ହିଂସା ନୁହେଁ,ବ୍ୟକ୍ତିଗତ ବିବାଦ ବୋଲି ସ୍ପଷ୍ଟ କରିଛନ୍ତି । ତଦନ୍ତ ଚାଲିଛି ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ଏସ୍ପି ।
୧୮/୭: ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲାରେ ଚାଞ୍ଚଲ୍ୟ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ YSR କଂଗ୍ରେସର ଜଣେ ଯୁବନେତାଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ରାସ୍ତା ମଝିରେ ଲୋକଙ୍କ ସାମ୍ନାରେ ୨ ହାତ କାଟିବା ପରେ ବେକକୁ ହାଣିଦେଇଛନ୍ତି ଦୁର୍ବୃତ୍ତ । ମୃତକ YSR କଂଗ୍ରେସ ଯୁବ ୱିଙ୍ଗର ସଦସ୍ୟ ଶେଖ ରସିଦ ।
ଏହି ଲୋମଟାଙ୍କୁରା ହତ୍ୟାର ଦୃଶ୍ୟ CCTVରେ କଏଦ ହୋଇଛି । ବୁଧବାର ରାତି ପ୍ରାୟ ୮ଟା ସମୟର ଘଟଣା । ଶେଖ ଜିଲାନି ନାମକ ଜଣେ ବ୍ୟକ୍ତି ରସିଦଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଜିଲାନି ପ୍ରଥମେ ରସିଦଙ୍କ ୨ ହାତ କାଟିବା ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଆଉ ଘଟଣାସ୍ଥଳରେ ରସିଦଙ୍କ ମୃତ୍ୟୁ ହୋଇଯାଇଥିଲା ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ହତ୍ୟାକାଣ୍ଡ ଘଟିଥିବା ଏରିଆରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।ପାଲନାଡୁ ଜିଲ୍ଲାର ଏସ୍ପି କାଞ୍ଚି ଶ୍ରୀନିବାସ କହିଛନ୍ତି ହତ୍ୟା ପଛରେ ରାଜନୈତିକ ହିଂସା ନୁହେଁ,ବ୍ୟକ୍ତିଗତ ବିବାଦ ବୋଲି ସ୍ପଷ୍ଟ କରିଛନ୍ତି । ତଦନ୍ତ ଚାଲିଛି ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ଏସ୍ପି ।