ଗାଁ ପାଲଟିଛି ଡିଜିଟାଲ ହଟସ୍ପଟ୍, ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଆୟ କରୁଛନ୍ତି ଗ୍ରାମବାସୀ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ଅନେକ ଲୋକ ୟୁଟ୍ୟୁବ୍‌କୁ ରୋଜଗାରର ଏକ ମାଧ୍ୟମ ଭାବରେ ବାଛି ନେଇଛନ୍ତି। କଲେଜ ପଢ଼ୁଆ ଛାତ୍ରଛାତ୍ରୀ ହୁଅନ୍ତୁ ଅବା ବରିଷ୍ଠ ନାଗରିକ, ସମସ୍ତେ ନିଜର ଲୁକ୍କାୟିତ କଳାକୁ ୟୁଟ୍ୟୁବ ମାଧ୍ୟମରେ ଦେଖାଇ ଭଲ ରୋଜଗାର କରୁଛନ୍ତି । ଆଉ ଅର୍ଥ ଉପାର୍ଜନ ସହ ଖୁବ୍‌ ପ୍ରଶଂସା ବି ସାଉଁଟୁଛନ୍ତି। ହେଲେ ଏବେ ୟୁଟ୍ୟୁବ ସହ ଜଡ଼ିତ ଏଭଳି ଏକ ଗାଁକୁ ନେଇ ଚର୍ଚ୍ଚା ହେଉଛି, ଯେଉଁ ଗାଁ ବିଷୟରେ ଜାଣିଲେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିପାରେ । କାରଣ ଏହି ଗାଁର ପ୍ରାୟ ଏକ ଚତୁର୍ଥାଂଶ ଲୋକ ୟୁଟ୍ୟୁବର । ଏଠାରେ ୟୁଟ୍ୟୁବରଙ୍କ ସଂଖ୍ୟା ୧ ହଜାରରୁ ଅଧିକ। ସମସ୍ତେ ୟୁଟ୍ୟୁବରୁ ହିଁ ଆୟ କରୁଛନ୍ତି। ଏହି ଗାଁ ହେଉଛି ଛତିଶଗଡ଼ର ‘ତୁଳସୀ’।ଏକଦା ସଉକ ପାଇଁ ଆରମ୍ଭ ହୋଇଥିବା ୟୁଟ୍ୟୁବ୍ ଚ୍ୟାନେଲ ଆଜି ଏଠିକାର ବ୍ୟବସାୟିକ ମାନଦଣ୍ଡକୁ ବଦଳାଇଦେଇଛି। ୟୁଟ୍ୟୁବ୍‌ ବଦଳାଇଦେଇଛି ଏଠିକାର ଚାଲିଚଳଣୀ। ଚାଷୀ, ଗୃହିଣୀ ଏବଂ ଛାତ୍ରଛାତ୍ରୀ ସମସ୍ତେ ଏବେ ପାଲଟିଯାଇଛନ୍ତି ସେଲିବ୍ରିଟି। ଆପଣ ହୁଏତ ଜାଣିଲେ ଆଶ୍ଚର୍ଯ୍ୟ ହେବ ଗାଁର କିଛି ଲୋକଙ୍କ ଆୟ କୌଣସି ସରକାରୀ ଚାକିରିଆଙ୍କ ଠାରୁ ବି ଅଧିକ। ଅନେକଙ୍କ ମାସିକ ଆୟ ୩୦ ହଜାର ଟଙ୍କାରୁ ଅଧିକ।ଆହୁରି ମଧ୍ୟ, ଗାଁର ଯେଉଁ ମହିଳାମାନେ କେବଳ ଘରୋଇ କାମରେ ସୀମିତ ଥିଲେ ଏବେ ସେମାନେ କଣ୍ଟେଣ୍ଟ ପ୍ରସ୍ତୁତ କରି ନିଜ ସ୍ବାମୀଙ୍କ ଠାରୁ ବି ଭଲ ଆୟ କରୁଛନ୍ତି। କିଛି ମହିଳା ଖାଦ୍ୟ

ଗାଁ ପାଲଟିଛି ଡିଜିଟାଲ ହଟସ୍ପଟ୍, ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଆୟ କରୁଛନ୍ତି ଗ୍ରାମବାସୀ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ଅନେକ ଲୋକ ୟୁଟ୍ୟୁବ୍‌କୁ ରୋଜଗାରର ଏକ ମାଧ୍ୟମ ଭାବରେ ବାଛି ନେଇଛନ୍ତି। କଲେଜ ପଢ଼ୁଆ ଛାତ୍ରଛାତ୍ରୀ ହୁଅନ୍ତୁ ଅବା ବରିଷ୍ଠ ନାଗରିକ, ସମସ୍ତେ ନିଜର ଲୁକ୍କାୟିତ କଳାକୁ ୟୁଟ୍ୟୁବ ମାଧ୍ୟମରେ ଦେଖାଇ ଭଲ ରୋଜଗାର କରୁଛନ୍ତି । ଆଉ ଅର୍ଥ ଉପାର୍ଜନ ସହ ଖୁବ୍‌ ପ୍ରଶଂସା ବି ସାଉଁଟୁଛନ୍ତି। 

ହେଲେ ଏବେ ୟୁଟ୍ୟୁବ ସହ ଜଡ଼ିତ ଏଭଳି ଏକ ଗାଁକୁ ନେଇ ଚର୍ଚ୍ଚା ହେଉଛି, ଯେଉଁ ଗାଁ ବିଷୟରେ ଜାଣିଲେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିପାରେ । କାରଣ ଏହି ଗାଁର ପ୍ରାୟ ଏକ ଚତୁର୍ଥାଂଶ ଲୋକ ୟୁଟ୍ୟୁବର । ଏଠାରେ ୟୁଟ୍ୟୁବରଙ୍କ ସଂଖ୍ୟା ୧ ହଜାରରୁ ଅଧିକ। ସମସ୍ତେ ୟୁଟ୍ୟୁବରୁ ହିଁ ଆୟ କରୁଛନ୍ତି। ଏହି ଗାଁ ହେଉଛି ଛତିଶଗଡ଼ର ‘ତୁଳସୀ’।

ଏକଦା ସଉକ ପାଇଁ ଆରମ୍ଭ ହୋଇଥିବା ୟୁଟ୍ୟୁବ୍ ଚ୍ୟାନେଲ ଆଜି ଏଠିକାର ବ୍ୟବସାୟିକ ମାନଦଣ୍ଡକୁ ବଦଳାଇଦେଇଛି। ୟୁଟ୍ୟୁବ୍‌ ବଦଳାଇଦେଇଛି ଏଠିକାର ଚାଲିଚଳଣୀ। ଚାଷୀ, ଗୃହିଣୀ ଏବଂ ଛାତ୍ରଛାତ୍ରୀ ସମସ୍ତେ ଏବେ ପାଲଟିଯାଇଛନ୍ତି ସେଲିବ୍ରିଟି। ଆପଣ ହୁଏତ ଜାଣିଲେ ଆଶ୍ଚର୍ଯ୍ୟ ହେବ ଗାଁର କିଛି ଲୋକଙ୍କ ଆୟ କୌଣସି ସରକାରୀ ଚାକିରିଆଙ୍କ ଠାରୁ ବି ଅଧିକ। ଅନେକଙ୍କ ମାସିକ ଆୟ ୩୦ ହଜାର ଟଙ୍କାରୁ ଅଧିକ।

ଆହୁରି ମଧ୍ୟ, ଗାଁର ଯେଉଁ ମହିଳାମାନେ କେବଳ ଘରୋଇ କାମରେ ସୀମିତ ଥିଲେ ଏବେ ସେମାନେ କଣ୍ଟେଣ୍ଟ ପ୍ରସ୍ତୁତ କରି ନିଜ ସ୍ବାମୀଙ୍କ ଠାରୁ ବି ଭଲ ଆୟ କରୁଛନ୍ତି। କିଛି ମହିଳା ଖାଦ୍ୟ ପ୍ରସ୍ତୁତିର ଭିଡିଓ ଦେଖାଇ ତ’ କିଏ ନିଜର ନିତିଦିନିଆ ଜୀବନକୁ ଦେଖାଉଛି, ତ‘ ପୁଣି କିଏ ମନୋରଞ୍ଜନ ଏବଂ କମେଡି ଦେଖାଉଛନ୍ତି। ଗାଁରେ ଆପରାଧିକ ଗତିବିଧି କମିଯାଇଛି। ବେକାରୀ ହ୍ରାସ ପାଇଛି। 

ବଡ଼ କଥା ହେଲା ‘ତୁଳସୀ’ରେ ଏହି ଡିଜିଟାଲ ସାମ୍ରାଜ୍ୟର ବୃଦ୍ଧିକୁ ଦେଖି ଛତିଶଗଡ଼ ସରକାର ମଧ୍ୟ ଏହାକୁ ପ୍ରୋତ୍ସାହିତ କରିଛନ୍ତି। ଏଠାରେ ୨୦୨୩ରେ ଏଠାର ଏକ ପ୍ରୋଫେସନାଲ ୟୁଟ୍ୟୁବ୍ ଷ୍ଟୁଡିଓ ତିଆରି କରାଯାଇଥିଲା। ଯେଉଁଥିରେ ହାଇଟେକ୍ କ୍ୟାମେରା, ସାଉଣ୍ଡ୍‌ପ୍ରୁଫ୍‌ ବୁଥ୍‌‌ ଏବଂ ଏଡିଟିଂ ସଫ୍ଟଓୟାର ଆଦି ରହିଛି।

କେଉଁଠୁ ଆରମ୍ଭ ହୋଇଥିଲା ଯାତ୍ରା ?

ଆଜି ଯେଉଁ ଗାଁ ଏତେ ପ୍ରଶଂସିତ ହୋଇଛି। ଯେଉଁ ଗାଁ ଏତେ ସଫଳ ହୋଇପାରିଛି। ଆସନ୍ତୁ ସେହି ଗାଁର ୟୁଟ୍ୟୁବ୍‌ ଯାତ୍ରା ଉପରେ ନଜର ପକାଇବା। ପ୍ରକୃତରେ ଏସବୁ ଆରମ୍ଭ ହୋଇଥିଲା ୨୦୧୮ରେ। ଗାଁର ଦୁଇ ଯୁବକ ଜୟ ବର୍ମା ଏବଂ ଜ୍ଞାନେନ୍ଦ୍ର ଶୁକ୍ଳା, ମନୋରଞ୍ଜନ ପାଇଁ ଏକ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ। ସୌଭାଗ୍ୟକୁ କିଛି ମାସରେ ତାଙ୍କ ଚ୍ୟାନେଲ ‘‘ବେଇନ ଛତିଶଗଡ଼ିୟା’’ ଭାଇରାଲ ହୋଇଥିଲା। କିଛି ମାସରେ ହିଁ ଚ୍ୟାନେଲରେ ୧ ଲକ୍ଷ ୨୭ ହଜାରରୁ ଅଧିକ ସବସ୍କ୍ରାଇବର ଯୋଡ଼ି ହୋଇଥିଲେ।

ବାସ୍‌ ଏହା ପରେ ଦୁହେଁ ଚାକିରି ଛାଡ଼ି କଣ୍ଟେଣ୍ଟ କ୍ରିଏସନ କରିଥିଲେ। ଏଇଠୁ ହିଁ ଆରମ୍ଭ ହୋଇଥିଲା ଗାଁର ୟୁଟ୍ୟୁବ୍ ଯାତ୍ରା। ଜୟ ଏବଂ ଜ୍ଞାନେନ୍ଦ୍ର ଗାଁର ଅନ୍ୟମାନଙ୍କୁ ମଧ୍ୟ ୟୁଟ୍ୟୁବ ବିଷୟରେ ଶିଖାଇଥିଲେ। ଆଉ ଏହା ପରେ ଗାଁରେ ଆସିଥିଲା ଡିଜିଟାଲ ସୁନାମୀ। ଯାହା ‘ତୁଳସୀ’ର ପୂରା ଅର୍ଥବ୍ୟବସ୍ଥାକୁ ବଦଳାଇଦେଇଛି।

ଏହି ଗାଁ ଦୁନିଆକୁ ଦେଖାଉଛି, ଅନଲାଇନରେ କିଛି କରି ଟଙ୍କା ରୋଜଗାର କରିବା ପାଇଁ କୌଣସି ବଡ଼ ସହରରେ ରହିବା ଆବଶ୍ୟକ ନାହିଁ। ଦରକାର କେବଳ ଏକ ସ୍ମାର୍ଟଫୋନ, ଇଣ୍ଟରନେଟ୍ ଏବଂ କିଛି ଅଭିନବତା। 

କିଛି ଦିଗକୁ ବି ଅଣଦେଖା କରାଯାଇନପାରେ

‘ତୁଳସୀ’ ଗାଁ ବର୍ତ୍ତମାନ ଲୋକପ୍ରିୟ ହୋଇପାରିଛି ସତ। ହେଲେ ଡିଜିଟାଲ କଣ୍ଟେଣ୍ଟ ଦୁନିଆରେ ଥିବା କଠିନ ଚାଲେଞ୍ଜଙ୍କୁ ସାମ୍‌ନା କରି ଆଗକୁ ବଢ଼ିପାରିଲେ ହିଁ ଏହା ସାରା ବିଶ୍ବରେ ଖ୍ୟାତି ଅର୍ଜନ କରିପାରିବ। କାରଣ ଗ୍ରାମବାସୀଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ିଛି। ୟୁଟ୍ୟୁବ ଏହାର ଆଲଗୋରିଦମରେ ପ୍ରତିଦିନ ପରିବର୍ତ୍ତନ କରୁଛି। କୌଣସି ଭୁଲ୍ ପଦକ୍ଷେପ କାରଣରୁ ରାତାରାତି ଅର୍ଥ ଗାଏବ ହୋଇଯାଇପାରେ। ପୂରା ଗାଁ ନିଜର ଜୀବିକା ହରାଇପାରନ୍ତି।