୮ଟି ଶ୍ରେଣୀକୁ ୫ କୋଠରି, ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

କେସିଙ୍ଗା,୧୩ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଶିକ୍ଷାଦାନ କ୍ଷେତ୍ରରେ ବହୁ ଅବହେଳା ହେଉଛି। ଇତିମଧ୍ୟରେ ଗଣଶିକ୍ଷା ଓ ବିଦ୍ୟାଳୟ ମନ୍ତ୍ରୀ କେସିଙ୍ଗା ପରିଦର୍ଶନ ଆସି ଫେଇଯାଇଛନ୍ତି। ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷାଦେବା ଦିଗରେ ସରକାରୀ ସ୍କୁଲମାନଙ୍କରେ ଅନେକ ସୁବିଧା ସୁଯୋଗ ଯୋଗାଇ ଆସୁଛନ୍ତି। କିନ୍ତୁ କେଉଁଠି ଶିକ୍ଷକର ଅଭାବ ରହୁଛି ତ ଆଉ କେଉଁଠି ଶ୍ରେଣୀ ଗୃହର ଅଭାବ ରହୁଛି। ତେବେ କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ଚିଚର୍ଲା ଗାଁସ୍ଥିତ ରହିଥିବା ସରକାରୀ ପ୍ରାଥମିକ […] The post ୮ଟି ଶ୍ରେଣୀକୁ ୫ କୋଠରି, ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର appeared first on Dharitri Odia News.

୮ଟି ଶ୍ରେଣୀକୁ ୫ କୋଠରି, ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

କେସିଙ୍ଗା,୧୩ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଶିକ୍ଷାଦାନ କ୍ଷେତ୍ରରେ ବହୁ ଅବହେଳା ହେଉଛି। ଇତିମଧ୍ୟରେ ଗଣଶିକ୍ଷା ଓ ବିଦ୍ୟାଳୟ ମନ୍ତ୍ରୀ କେସିଙ୍ଗା ପରିଦର୍ଶନ ଆସି ଫେଇଯାଇଛନ୍ତି। ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷାଦେବା ଦିଗରେ ସରକାରୀ ସ୍କୁଲମାନଙ୍କରେ ଅନେକ ସୁବିଧା ସୁଯୋଗ ଯୋଗାଇ ଆସୁଛନ୍ତି। କିନ୍ତୁ କେଉଁଠି ଶିକ୍ଷକର ଅଭାବ ରହୁଛି ତ ଆଉ କେଉଁଠି ଶ୍ରେଣୀ ଗୃହର ଅଭାବ ରହୁଛି।
ତେବେ କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ଚିଚର୍ଲା ଗାଁସ୍ଥିତ ରହିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ରହିଥିବାରୁ ଛାତ୍ରୀଛାତ୍ର ସ୍କୁଲ ବାରଣ୍ଡାରେ ଅଧ୍ୟୟନ କରୁଥିବା ଦେଖିବାକୁ ମିଳିଛି।
ଏହି ସ୍କୁଲ ୧୯୬୨ରେ ସ୍ଥାପିତ ହୋଇଥିବା ବେଳେ ପ୍ରଥମେ ଏହା ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିଲା। ପରେ ସରକାରଙ୍କ ପକ୍ଷରୁ ଅଷ୍ଟମ ଶ୍ରେଣୀକୁ ସଂଯୋଗ କରାଗଲା।
ଏଥିରେ ପର୍ଯ୍ୟାପ୍ତ ପରିମାଣର କୋଠରି ରହିନଥିବାରୁ ଛାତ୍ରୀଛାତ୍ର ସ୍କୁଲ ବାରଣ୍ଡାରେ ବସିବା ପାଇଁ
ବାଧ୍ୟ ହେଉଛନ୍ତି। ଏଥିରେ ଶିକ୍ଷାଦାନ ଦେବା ନିମନ୍ତେ ଜଣେ ପ୍ରଧାନଶିକ୍ଷକଙ୍କ ସମେତ ୪ ଜଣ ଶିକ୍ଷୟିତ୍ରୀଶିକ୍ଷକ ରହିଥିବା ବେଳେ ୧୧୭ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସ୍କୁଲ ଗୃହ ଅଭାବ ନେଇ ଅନେକ ଥର ଅଭିଭାବକ ତଥା ସ୍କୁଲ କମିଟି ସମ୍ପୃକ୍ତ ବିଭାଗ ଗୋଷ୍ଠୀ ଶିକ୍ଷା ଅଧିକାରୀ କେସିଙ୍ଗକୁ ବହୁବାର ଅଭିଯୋଗ କରି ଆସୁଛନ୍ତି।କିନ୍ତୁ ଆଜିପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନାହିଁ। ଫଳରେ ଏନେଇ ଅଭିଭାବକ ତଥା ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଣୁ ଏଦିଗରେ ସମ୍ପୃକ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହୋଇଛି। ଏ ସଂକ୍ରାନ୍ତରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରାଙ୍କୁ ପଚାରିବାରୁ ମୁଁ ତଦନ୍ତ କଲା ପରେ ବିଚାର କରିବି ବୋଲି ପ୍ରକାଶ କରିଥିଲେ।

The post ୮ଟି ଶ୍ରେଣୀକୁ ୫ କୋଠରି, ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର appeared first on Dharitri Odia News.