ନୀରଜଙ୍କୁ ରୌପ୍ୟ: ପାକିସ୍ତାନର ନଦିମଙ୍କୁ ସ୍ବର୍ଣ୍ଣ

ପ୍ୟାରିସ, ୯।୮: ପ୍ୟାରିସ୍‌ ଅଲିମ୍ପିକ୍ସରେ ଚମକ ଦେଖାଇ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ନୀରଜ ଚୋପ୍ରା। ଗୁରୁବାର ଅନୁଷ୍ଠିତ ପୁରୁଷ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ସେ ଯଦିଓ ନିଜର ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସକ୍ଷମ ହୋଇ ନାହାନ୍ତି ତେବେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପ୍ରଥମ ଉଦ୍ୟମରେ ଫାଉଲ କରି ବସିଥିବା ନୀରଜ ଦ୍ୱିତୀୟ ଉଦ୍ୟମରେ ସିଜନ ଶ୍ରେଷ୍ଠ ୮୯.୪୫ ମିଟର ଥ୍ରୋ କରିଥିଲେ। ମାତ୍ର ପରବର୍ତ୍ତୀ ୪ […] The post ନୀରଜଙ୍କୁ ରୌପ୍ୟ: ପାକିସ୍ତାନର ନଦିମଙ୍କୁ ସ୍ବର୍ଣ୍ଣ appeared first on Dharitri Odia News.

ନୀରଜଙ୍କୁ ରୌପ୍ୟ: ପାକିସ୍ତାନର ନଦିମଙ୍କୁ ସ୍ବର୍ଣ୍ଣ

ପ୍ୟାରିସ, ୯।୮: ପ୍ୟାରିସ୍‌ ଅଲିମ୍ପିକ୍ସରେ ଚମକ ଦେଖାଇ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ନୀରଜ ଚୋପ୍ରା। ଗୁରୁବାର ଅନୁଷ୍ଠିତ ପୁରୁଷ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ସେ ଯଦିଓ ନିଜର ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସକ୍ଷମ ହୋଇ ନାହାନ୍ତି ତେବେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପ୍ରଥମ ଉଦ୍ୟମରେ ଫାଉଲ କରି ବସିଥିବା ନୀରଜ ଦ୍ୱିତୀୟ ଉଦ୍ୟମରେ ସିଜନ ଶ୍ରେଷ୍ଠ ୮୯.୪୫ ମିଟର ଥ୍ରୋ କରିଥିଲେ। ମାତ୍ର ପରବର୍ତ୍ତୀ ୪ ରାଉଣ୍ଡ ତାଙ୍କର ଫାଉଲ ହୋଇଥିଲା। ଏହା ସତ୍ତ୍ୱେ ସେ ପାକିସ୍ତାନର ଅର୍ଶଦ ନଦିମଙ୍କ ପଛକୁ ଓଭରଅଲ୍‌ ଦ୍ୱିତୀୟ ସ୍ଥାନରେ ରହିଥିଲେ।

ଏହା ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟରେ ସେ ୮୯.୩୪ ମିଟର ଥ୍ରୋ କରି ଫାଇନାଲରେ ପ୍ରବେଶ କରିଥିଲେ। ଏହା ସେତେବେଳେ ଥିଲା ତାଙ୍କର ସିଜନ ଶ୍ରେଷ୍ଠ। ମନୁ ଭାକର ୨ଟି ବ୍ରୋଞ୍ଜ, ସ୍ବପ୍ନିଲ କୁଶାଲେ ଓ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିବାପରେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି ଏହି ଜାଭେଲିନ ଷ୍ଟାର। ପାକିସ୍ତାନର ଅର୍ଶଦ ନଦିମ ପ୍ରଥମେ ଫାଉଲ କରିଥିଲେ ହେଁ ଦ୍ୱିତୀୟ ଉଦ୍ୟମରେ ଅଲିମ୍ପିକ୍‌ ରେକର୍ଡ ୯୨.୯୭ ମିଟର ଥ୍ରୋ କରି ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ। ପୂର୍ବରୁ ଅଲିମ୍ପିକ୍‌ ରେକର୍ଡ ଥିଲା ୯୦.୫୭ ମିଟର।

୨୦୦୮ ବେଜିଂ ଅଲିମ୍ପିକ୍ସରେ ନରଓ୍ବେର ଆନ୍ଦ୍ରିଆସ ଥୋର୍କିଲ୍ଡସନ ଏହି ରେକର୍ଡର ଅଧିକାରୀ ଥିଲେ। ଥରେ ନୁହେଁ ନଦିମ ୨ ଥର ୯୦ ମିଟର ଉପରକୁ ଥ୍ରୋ କରି ନିଜ ଦକ୍ଷତା ଦେଖାଇଥିଲେ। ସେ ନିଜ ୬ଷ୍ଠ ତଥା ଅନ୍ତିମ ଉଦ୍ୟମରେ ୯୧.୭୯ ମିଟର ଥ୍ରୋ କରିଥିଲେ। ଗ୍ରେନେଡାର ପିଟର ଆଣ୍ଡରସନ ୮୮.୫୪ ମିଟର ଥ୍ରୋ କରି ବ୍ରୋଞ୍ଜ ପଦକ ପାଇଥିଲେ। ଟୋକିଓରେ ସ୍ବର୍ଣ୍ଣ ଓ ପ୍ୟାରିସ୍‌ରେ ରୌପ୍ୟ ପଦକ ଜିତି ଅଲିମ୍ପିକ୍ସର ବ୍ୟକ୍ତିଗତ ଇଭେଣ୍ଟରେ ଏକାଧିକ ପଦକ ଜିତିବାରେ ସ୍ବାଧୀନ ଭାରତର ସବୁଠାରୁ ସଫଳ ଆଥ୍‌ଲେଟ୍‌ ବିବେଚିତ ହୋଇଛନ୍ତି ନୀରଜ।

ତାଙ୍କ ପୂର୍ବରୁ କେବଳ ପି.ଭି. ସିନ୍ଧୁ (ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ୍‌), ରେସଲର ସୁଶୀଲ କୁମାର (ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ୍‌) ଓ ଶୁଟର ମନୁ ଭାକର (୨ଟି ବ୍ରୋଞ୍ଜ) ଅଲିମ୍ପିକ୍ସରେ ୨ଟି ଲେଖାଏ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ହରିୟାଣାର ପାନିପଥ ନିକଟସ୍ଥ ଖଣ୍ଡ୍ରା ଗ୍ରାମର ଏହି ଆଥ୍‌ଲେଟ୍‌ ପ୍ୟାରିସ୍‌ରେ ସ୍ବର୍ଣ୍ଣିମ ସଫଳତା ପାଇ ନ ଥିଲେ ହେଁ ରୌପ୍ୟ ପଦକ ଜିତି ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ହୃଦୟ ଜିତିଛନ୍ତି।

The post ନୀରଜଙ୍କୁ ରୌପ୍ୟ: ପାକିସ୍ତାନର ନଦିମଙ୍କୁ ସ୍ବର୍ଣ୍ଣ appeared first on Dharitri Odia News.