ବେଆଇନ ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ: ୪ ଗିରଫ

ଦେବଗଡ଼,୧୬।୫(ଶଶାଙ୍କ ଶେଖର ଝାଙ୍କର):ଚୋରା ଚାଲାଣ ବେଳେ ଅବକାରୀ ବିଭାଗ ଚଢଉ କରି ଏକ ମହୁଲ ବୋଝେଇ ପିକଅପ୍‌ ଭ୍ୟାନକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅବକାରୀ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ଦେବଗଡ ଜିଲାପାଳ ସୋମେସ କୁମାର ଉପାଧ୍ୟାୟ ଓ ଅବକାରୀ ଅଧିକ୍ଷିକା ବାସନ୍ତି ପ୍ରଭା ନାୟକଙ୍କ ନିର୍ଦ୍ଦେଶରେ ବୁଧବାର ରାତ୍ରୀରେ ଅବକାରୀ ବିଭାଗ ମୋବାଇଲ ଇନ୍ସପେକ୍ଟର ତେଲିଶ୍ୱର ଲାକ୍ରା ଓ ବାରକୋଟ ଅବକାରୀ ଥାନା ସବଇନ୍ସପେକ୍ଟର ସୀମା […] The post ବେଆଇନ ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ: ୪ ଗିରଫ appeared first on Dharitri Odia News.

ବେଆଇନ ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ: ୪ ଗିରଫ

ଦେବଗଡ଼,୧୬।୫(ଶଶାଙ୍କ ଶେଖର ଝାଙ୍କର):ଚୋରା ଚାଲାଣ ବେଳେ ଅବକାରୀ ବିଭାଗ ଚଢଉ କରି ଏକ ମହୁଲ ବୋଝେଇ ପିକଅପ୍‌ ଭ୍ୟାନକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅବକାରୀ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ଦେବଗଡ ଜିଲାପାଳ ସୋମେସ କୁମାର ଉପାଧ୍ୟାୟ ଓ ଅବକାରୀ ଅଧିକ୍ଷିକା ବାସନ୍ତି ପ୍ରଭା ନାୟକଙ୍କ ନିର୍ଦ୍ଦେଶରେ ବୁଧବାର ରାତ୍ରୀରେ ଅବକାରୀ ବିଭାଗ ମୋବାଇଲ ଇନ୍ସପେକ୍ଟର ତେଲିଶ୍ୱର ଲାକ୍ରା ଓ ବାରକୋଟ ଅବକାରୀ ଥାନା ସବଇନ୍ସପେକ୍ଟର ସୀମା କିରେଇ ବାରକୋଟ-ବଣାଇଁ ୧୪୩ ନମ୍ବର ଜାତୀୟ ରାଜପଥରେ ପ୍ୟାଟ୍ରୋଲିଂ କରୁଥିଲେ।
ଗୁରୁବାର ଭୋର ପ୍ରାୟ ୪ଟା ସମୟରେ ଏକ ପିକଅପ ଭ୍ୟାନ ବାରକୋଟ ପଟୁ ସୁନ୍ଦରଗଡ ଜିଲାର ବଣାଇଁ ଆଡକୁ ଯାଉଥିବା ଦେଖି ଏହାକୁ ଅଟକାଇବା ସହ ଯାଞ୍ଚ୍‌ କରିଥିଲେ। ଯାଞ୍ଚ୍‌ ସମୟରେ ଉକ୍ତ ପିକଅପ ଭ୍ୟାନ୍‌ରେ ପ୍ରାୟ ୨୦କ୍ୱିଣ୍ଟାଲ ମହୁଲ ରହିଥିବା ଏବଂ ଏ ସମ୍ପର୍କୀତ କୌଣସି ବୈଧ କାଗଜ ପତ୍ର ନଥିବାରୁ ମହୁଲ ବୋଝେଇ ପିକଅପ ଭ୍ୟାନ୍‌କୁ ଜବତ କରାଯିବା ସହ ଉକ୍ତ ମହୁଲ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ବାରକୋଟ ଥାନା କାଦୋପଡା ଗ୍ରାମର ଅମୁଲ୍ୟ ସାହୁ(୪୩), ତୁପା ମୁଣ୍ଡା(୨୫), ମିରିଡା ମୁଣ୍ଡା(୨୫) ଓ ବାରକୋଟ ଥାନା କଲା ଗ୍ରାମର ଲୁଲୁ ସାହୁ(୩୦)ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଜବତ ହୋଇଥିବା ମହୁଲର ବଜାର ଦର ପ୍ରାୟ ଏକଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

The post ବେଆଇନ ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ: ୪ ଗିରଫ appeared first on Dharitri Odia News.