ସରକାରଙ୍କ ବଡ଼ ଯୋଜନା: ବିଭାଜନ ହେବ ବ୍ଲକ, ବଢ଼ିବ ପଞ୍ଚାୟତ ସଂଖ୍ୟା
ଭୁବନେଶ୍ୱର,୨୯ା୧୨: ସରକାର ଏକ ବଡ଼ ଯୋଜନା ହାତକୁ ନେଇଛନ୍ତି। ରାଜ୍ୟରେ ଥିବା ବ୍ଲକଗୁଡ଼ିକ ବିଭାଜନ ହେବ। ଏଥିସହିତ ପଞ୍ଚାୟତ ସଂଖ୍ୟା ମଧ୍ୟ ବଢ଼ିବ। କିନ୍ତୁ ନୂଆ ବ୍ଲକ ପାଇଁ କ’ଣ ବନ୍ଦୋବସ୍ତ ହେବ ତାହା ବର୍ତ୍ତମାନ ଜଣାପଡ଼ିନାହିଁ। କାରଣ ଜନଗଣନା ଶେଷ ହୋଇନାହିଁ। କେଉଁ ଆଧାରରେ ସରକାର ନୂଆ ବ୍ଲକ ଘୋଷଣା କରିବେ ତାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି। ରାଜ୍ୟରେ ବ୍ଲକ ଏବଂ ତହସିଲ ସଂଖ୍ୟା ବଢାଇବାକୁ ସରକାର ଅନୁଧ୍ୟାନ କରୁଥିବା ନେଇ ଶନିବାର ସୂଚନା ଦେଇଥିଲେ […] The post ସରକାରଙ୍କ ବଡ଼ ଯୋଜନା: ବିଭାଜନ ହେବ ବ୍ଲକ, ବଢ଼ିବ ପଞ୍ଚାୟତ ସଂଖ୍ୟା appeared first on Dharitri Odia News.
ଭୁବନେଶ୍ୱର,୨୯ା୧୨: ସରକାର ଏକ ବଡ଼ ଯୋଜନା ହାତକୁ ନେଇଛନ୍ତି। ରାଜ୍ୟରେ ଥିବା ବ୍ଲକଗୁଡ଼ିକ ବିଭାଜନ ହେବ। ଏଥିସହିତ ପଞ୍ଚାୟତ ସଂଖ୍ୟା ମଧ୍ୟ ବଢ଼ିବ। କିନ୍ତୁ ନୂଆ ବ୍ଲକ ପାଇଁ କ’ଣ ବନ୍ଦୋବସ୍ତ ହେବ ତାହା ବର୍ତ୍ତମାନ ଜଣାପଡ଼ିନାହିଁ। କାରଣ ଜନଗଣନା ଶେଷ ହୋଇନାହିଁ। କେଉଁ ଆଧାରରେ ସରକାର ନୂଆ ବ୍ଲକ ଘୋଷଣା କରିବେ ତାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି।
ରାଜ୍ୟରେ ବ୍ଲକ ଏବଂ ତହସିଲ ସଂଖ୍ୟା ବଢାଇବାକୁ ସରକାର ଅନୁଧ୍ୟାନ କରୁଥିବା ନେଇ ଶନିବାର ସୂଚନା ଦେଇଥିଲେ ରାଜସ୍ବ ମନ୍ତ୍ରୀ। କହିଥିଲେ, ବିକାଶକୁ ତଳସ୍ତରରେ ପହଞ୍ଚାଇବା ସହ ସୁଶାସନ ଦେବାରେ ଏହା ସହାୟକ ହେବ। ଯଦିଓ ଅନେକ ସ୍ଥାନରେ ବ୍ଲକ ବିଭାଜନ ପାଇଁ ଦାବି ଉଠିଛି, କିନ୍ତୁ ବଡ଼ କଥା ହେଲା ଏଥିପାଇଁ ପାରାମିଟର କ’ଣ ହେବ? ଜନସଂଖ୍ୟା ଏକ ବଡ଼ ଆଧାର, କିନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଜନଗଣନା ହୋଇ ନ ଥିବାରୁ ସରକାର ତାକୁ ଆଧାର ଭାବେ କେମିତି ନେବେ ? ତେଣୁ ଅଞ୍ଚଳ ଏବଂ ଦୂରତା ଏକ ଆଧାର ହୋଇପାରେ ବୋଲି କୁହାଯାଉଛି। କିମ୍ବା ବ୍ଲକ ଅଧୀନରେ ପଞ୍ଚାୟତ ସଂଖ୍ୟାକୁ ସୀମିତ ରଖିବାକୁ ପଡ଼ିବ । ଏଥିପାଇଁ ସରକାର ବ୍ଲକ ବିଭାଜନ କମିଶନ ବସାଇ ପାରନ୍ତି।
The post ସରକାରଙ୍କ ବଡ଼ ଯୋଜନା: ବିଭାଜନ ହେବ ବ୍ଲକ, ବଢ଼ିବ ପଞ୍ଚାୟତ ସଂଖ୍ୟା appeared first on Dharitri Odia News.