ଭୁବନେଶ୍ୱରରେ ନିଆରା ଫ୍ୟାଶନ୍‌ ଶୋ ଲାବଣ୍ୟବତୀ

ଭୁବନେଶ୍ୱର,୨୯ା୭: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଓ ଫିକି ଫ୍ଲୋ ଭୁବନେଶ୍ୱର ଚାପ୍ଟରର ମିଳିତ ସହଯୋଗରେ ଏକ ନିଆରା ଫ୍ୟାଶନ୍‌ ଶୋ ଲାବଣ୍ୟବତୀ (ହସ୍ତତନ୍ତର କବିତା) ଭୁବନେଶ୍ୱରର ଏକ ଘରୋଇ ହୋଟେଲଠାରେ ଆୟୋଜିତ ହୋଇଯାଇଛି। ଏପରିକି ଆମ ଅସ୍ମିତା ଆମ ଗର୍ବ, ଆମ ଗୌରବ’ଶୀର୍ଷକ (ଥିମ୍‌)ରେ ଆୟୋଜିତ ଏହି ଅନନ୍ୟ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ତଥା ସମନ୍ବୟ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ […] The post ଭୁବନେଶ୍ୱରରେ ନିଆରା ଫ୍ୟାଶନ୍‌ ଶୋ ଲାବଣ୍ୟବତୀ appeared first on Dharitri Odia News.

ଭୁବନେଶ୍ୱରରେ ନିଆରା ଫ୍ୟାଶନ୍‌ ଶୋ ଲାବଣ୍ୟବତୀ

ଭୁବନେଶ୍ୱର,୨୯ା୭: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଓ ଫିକି ଫ୍ଲୋ ଭୁବନେଶ୍ୱର ଚାପ୍ଟରର ମିଳିତ ସହଯୋଗରେ ଏକ ନିଆରା ଫ୍ୟାଶନ୍‌ ଶୋ ଲାବଣ୍ୟବତୀ (ହସ୍ତତନ୍ତର କବିତା) ଭୁବନେଶ୍ୱରର ଏକ ଘରୋଇ ହୋଟେଲଠାରେ ଆୟୋଜିତ ହୋଇଯାଇଛି। ଏପରିକି ଆମ ଅସ୍ମିତା ଆମ ଗର୍ବ, ଆମ ଗୌରବ’ଶୀର୍ଷକ (ଥିମ୍‌)ରେ ଆୟୋଜିତ ଏହି ଅନନ୍ୟ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ତଥା ସମନ୍ବୟ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ସେହିଭଳି ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ, ପ୍ରବକ୍ତା ତଥା ପୁରୀ ଗୋବର୍ଦ୍ଧନମଠର ଉପଦେଷ୍ଟା ପଣ୍ଡିତ ମାତୃପ୍ରସାଦ ମିଶ୍ର, ରୁଚି ଫୁଡ଼୍‌ଲାଇନ୍‌ର ପରିଚାଳନା ନିର୍ଦ୍ଦେଶକ ଡ.ଶରତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଫ୍ଲୋ ଭୁବନେଶ୍ୱରର ଅଧ୍ୟକ୍ଷା ରଶ୍ମି ସାହୁ ସ୍ବାଗତ ସମ୍ଭାଷଣ ସହ ଶୋ’ର ଆଭିମୁଖ୍ୟ ବିଷୟରେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନପ୍ରାନ୍ତରୁ ଆସିଥିବା ବୁଣାକାର ଯଥା ସୋନପୁର କ୍ଲଷ୍ଟରର ଗୀତା ମେହର, ଭାଗୀରଥି ମହେର, ଗ୍ୟାବ୍‌ଜୋର କ୍ଲଷ୍ଟରର ସଂଗୀତା ମେହେର, ଭୁବନେଶ୍ୱର ମେହେର, ଖୋଟପାଡ଼ କ୍ଲଷ୍ଟ୍‌ର୍‌ର ପ୍ରହଲ୍ଲାଦ ମହନ୍ତ ଓ ଛବି ଆଦିଙ୍କୁ ଫିକି ପକ୍ଷରୁ ଅର୍ଥ ରାଶି, ଉପଢୌକନ ଓ ଫଳକ ଦେଇ ମନ୍ତ୍ରୀ ସମ୍ମାନୀତ କରିଥିଲେ। ସେହିପରି ସଂଧ୍ୟ୍ୟାରେ ରିମିଲି ଷ୍ଟୁଡ଼ିଓ, ଅରେଞ୍ଜ୍‌ ଷ୍ଟ୍ରିମ୍‌, ଲେବଲ୍‌ ବାହାର୍‌, ଗ୍ୟାଲାଙ୍ଗ୍‌ ଗବାନ୍‌, ସୋଲ୍‌ ବୟ ଇଣ୍ଡିଆନ୍‌ ଏବଂ କିମ୍ବଦନ୍ତୀ ଆଦି ପ୍ରସ୍ତୁତ କରିଥିବା ବେଳେ ଆଡ଼ିକ୍ସନ୍‌ ଟିମ୍‌ର ମୁଖ୍ୟ ଜନ୍‌ ଅଜୟଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ୧୪ ଝିଅ ଓ ୬ ପୁଅ ମଡ଼େଲ ର଼୍ୟାମ୍ପ୍‌ ୱାକ୍‌ କରିଥିଲେ।

The post ଭୁବନେଶ୍ୱରରେ ନିଆରା ଫ୍ୟାଶନ୍‌ ଶୋ ଲାବଣ୍ୟବତୀ appeared first on Dharitri Odia News.