ଇରାନକୁ ଧୋକା ଦେଲା ପାକିସ୍ତାନ: ସଂସଦରେ କହୁ କହୁ କହିଲେ ବୈଦେଶିକ ମନ୍ତ୍ରୀ

ଇସଲାମାବାଦ୍‌,୧୭।୬: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର ଏକ ଭାଇରାଲ ଭିଡିଓକୁ ମିଥ୍ୟା ଏବଂ କପୋଳକଳ୍ପିତ ବୋଲି କହିଛନ୍ତି। ପାକିସ୍ତାନ ଇରାନକୁ ପ୍ରତିଶ୍ରୁତି ଦେଇଛି ଯେ ଯଦି ଇସ୍ରାଏଲ ଇରାନ ଉପରେ ପରମାଣୁ ଆକ୍ରମଣ କରେ, ତେବେ ପାକିସ୍ତାନ ମଧ୍ୟ ଇସ୍ରାଏଲ ଉପରେ ପରମାଣୁ ଆକ୍ରମଣ କରିବ। ଭାଇରାଲ ଭିଡିଓରେ ଏଭଳି ଦାବି କରାଯାଉଛି। ଇସାକ ଡାର ସଂସଦରେ କହିଛନ୍ତି,ସୋସିଆଲ ମିଡିଆରେ ଏକ ଭିଡିଓ ଅଧିକ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଇରାନୀ ଜେନେରାଲ ଏପରି ଦାବି […] The post ଇରାନକୁ ଧୋକା ଦେଲା ପାକିସ୍ତାନ: ସଂସଦରେ କହୁ କହୁ କହିଲେ ବୈଦେଶିକ ମନ୍ତ୍ରୀ appeared first on Dharitri Odia News.

ଇରାନକୁ ଧୋକା ଦେଲା ପାକିସ୍ତାନ: ସଂସଦରେ କହୁ କହୁ କହିଲେ ବୈଦେଶିକ ମନ୍ତ୍ରୀ

ଇସଲାମାବାଦ୍‌,୧୭।୬: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର ଏକ ଭାଇରାଲ ଭିଡିଓକୁ ମିଥ୍ୟା ଏବଂ କପୋଳକଳ୍ପିତ ବୋଲି କହିଛନ୍ତି। ପାକିସ୍ତାନ ଇରାନକୁ ପ୍ରତିଶ୍ରୁତି ଦେଇଛି ଯେ ଯଦି ଇସ୍ରାଏଲ ଇରାନ ଉପରେ ପରମାଣୁ ଆକ୍ରମଣ କରେ, ତେବେ ପାକିସ୍ତାନ ମଧ୍ୟ ଇସ୍ରାଏଲ ଉପରେ ପରମାଣୁ ଆକ୍ରମଣ କରିବ। ଭାଇରାଲ ଭିଡିଓରେ ଏଭଳି ଦାବି କରାଯାଉଛି।

ଇସାକ ଡାର ସଂସଦରେ କହିଛନ୍ତି,ସୋସିଆଲ ମିଡିଆରେ ଏକ ଭିଡିଓ ଅଧିକ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଇରାନୀ ଜେନେରାଲ ଏପରି ଦାବି କରୁଥିବାର ଦେଖାଯାଉଛି। ସେ ସ୍ପଷ୍ଟ ଭାବରେ କହିଛନ୍ତି , ଏପରି କିଛି ଘଟିନାହିଁ। ଏହା ଦାୟିତ୍ୱହୀନ ଏବଂ ମିଥ୍ୟା ଖବର। ଏହି ମିଥ୍ୟା ଦାବି କେବଳ ଇଣ୍ଟରନେଟରେ ପ୍ରସାରିତ ହେଉନାହିଁ, ବରଂ ଏକ ୟୁକେ ମିଡିଆ ଚ୍ୟାନେଲ ମଧ୍ୟ ଏହା ଉପରେ ରିପୋର୍ଟ କରିଛି, ଯାହା ସଠିକ ନୁହେଁ।

ଡାର କହିଛନ୍ତି, ପାକିସ୍ତାନର ପରମାଣୁ ନୀତି ୧୯୯୮ ମସିହାରୁ ସମାନ ରହିଛି, ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ପାକିସ୍ତାନ ଏପରି କୌଣସି ବିବୃତ୍ତି ଦେଇନାହିଁ, ଯେପରି ଏକ ଭାଇରାଲ ଭିଡିଓରେ ଦାବି କରାଯାଇଛି। ସେ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ କପୋଳକଳ୍ପିତ ବୋଲି କହିଛନ୍ତି। ଆମର ପରମାଣୁ ନୀତି ଆତ୍ମରକ୍ଷା ପାଇଁ। ଆମେ ସେତେବେଳେ ଏହା ସ୍ପଷ୍ଟ କରିଥିଲୁ ଏବଂ ଏବେ ମଧ୍ୟ ଏହି ନୀତି କାର୍ଯ୍ୟକାରୀ କରାଯାଉଛି।

ଇସାକ ଡାର ଇସ୍ରାଏଲକୁ ଚେତାବନୀ ଦେଇ କହିଥିଲେ, ଇସ୍ରାଏଲ ପାକିସ୍ତାନକୁ ଉପରକୁ ଆଖି ଉଠାଇ ଦେଖିପାରିବ ନାହିଁ। ଖରାପ ଉଦ୍ଦେଶ୍ୟ ରଖି ଯେକୌଣସି କାର୍ଯ୍ୟର ଜବାବ ଦେବା ପାଇଁ ଆମର ପୂର୍ଣ୍ଣ କ୍ଷମତା ଅଛି। ଆମର ସେନା ସମ୍ପୂର୍ଣ୍ଣ ସଜାଗ ଅଛି।

ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭାଇରାଲ ଭିଡିଓର ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଥିରେ ଦାବି କରାଯାଉଥିଲା ଯେ ଟ୍ରମ୍ପ ପାକିସ୍ତାନକୁ ଇସ୍ରାଏଲ-ଇରାନ ଉତ୍ତେଜନାରୁ ଦୂରେଇ ରହିବାକୁ କହିଛନ୍ତି। ଡାର କହିଛନ୍ତି, ଏହି ଭିଡିଓ AI ସାହାଯ୍ୟରେ ତିଆରି କରାଯାଇଛି ଏବଂ ଏହା ପ୍ରକୃତ ସତ ନୁହେଁ।

ସେ ଲୋକମାନଙ୍କୁ ମିଥ୍ୟା ଏବଂ ଅସମୀତ ଖବର ଉପରେ ବିଶ୍ୱାସ ନ କରିବାକୁ ଏବଂ କେବଳ ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଉପରେ ବିଶ୍ୱାସ କରିବାକୁ ଅନୁରୋଧ କରିଥିଲେ।

The post ଇରାନକୁ ଧୋକା ଦେଲା ପାକିସ୍ତାନ: ସଂସଦରେ କହୁ କହୁ କହିଲେ ବୈଦେଶିକ ମନ୍ତ୍ରୀ appeared first on Dharitri Odia News.