ଛତ୍ରପୁର ଏସଡିପିଓ ଭାବେ ଚନ୍ଦନ ଘଡ଼ାଇଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର,୧୭।୨(ଦିଲ୍ଲୀପ ସାମଲ): ଛତ୍ରପୁର ଏସଡିପିଓ ଭାବେ ଚନ୍ଦନ ଘଡ଼ାଇ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ପୁରୀ ଜିଲାର ମୁଖ୍ୟାଳୟରେ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଥିବାବେଳେ ତାଙ୍କର ବଦଳି ଛତ୍ରପୁର ଏସଡିପିଓ ହେବାରୁ ସେ ଆଜି ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ସେ ବାଲେଶ୍ୱର, ପୁରୀ, ମୟୁରଭଞ୍ଜ, ଗଞ୍ଜାମ ଓ କଟକ ଜିଲାରେ କାର୍ଯ୍ୟ କରି ନିଜ ଦାୟିତ୍ୱ ତୁଲାଇ ଆସିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ତାଙ୍କୁ ଉପଖଣ୍ଡସ୍ତର ଥାନାର ବହୁ […] The post ଛତ୍ରପୁର ଏସଡିପିଓ ଭାବେ ଚନ୍ଦନ ଘଡ଼ାଇଙ୍କ ଦାୟିତ୍ୱ ଗ୍ରହଣ appeared first on Dharitri Odia News.

ଛତ୍ରପୁର ଏସଡିପିଓ ଭାବେ ଚନ୍ଦନ ଘଡ଼ାଇଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର,୧୭।୨(ଦିଲ୍ଲୀପ ସାମଲ): ଛତ୍ରପୁର ଏସଡିପିଓ ଭାବେ ଚନ୍ଦନ ଘଡ଼ାଇ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ପୁରୀ ଜିଲାର ମୁଖ୍ୟାଳୟରେ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଥିବାବେଳେ ତାଙ୍କର ବଦଳି ଛତ୍ରପୁର ଏସଡିପିଓ ହେବାରୁ ସେ ଆଜି ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ସେ ବାଲେଶ୍ୱର, ପୁରୀ, ମୟୁରଭଞ୍ଜ, ଗଞ୍ଜାମ ଓ କଟକ ଜିଲାରେ କାର୍ଯ୍ୟ କରି ନିଜ ଦାୟିତ୍ୱ ତୁଲାଇ ଆସିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ତାଙ୍କୁ ଉପଖଣ୍ଡସ୍ତର ଥାନାର ବହୁ ଅଧିକାରୀ ଓ କର୍ମଚାରୀମାନେ ଫୁଲତୋଡା ଦେଇ ସ୍ବାଗତ ଜଣାଇଛନ୍ତି।
ଛତ୍ରପୁର ଉପଖଣ୍ଡ ସ୍ତରରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଶେଷ ଧ୍ୟାନ ଦେବା ସହ ଅପରାଧ ମୁକ୍ତ କରିବାକୁ ଫୋକସ କରିବେ ବୋଲି ଶ୍ରୀ ଘଡ଼ାଇ କହିଥିଲେ। ଏହାସହିତ ଗଞ୍ଜାମ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବେ ବୋଲି ସେ କହିଛନ୍ତି।

ପୂର୍ବରୁ ଛତ୍ରପୁର ଏସଡିପିଓ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ଗୌରହରି ସାହୁଙ୍କ ରାୟଗଡା ଜିଲାକୁ ବଦଳି ହୋଇଯାଇଛି ।

 

The post ଛତ୍ରପୁର ଏସଡିପିଓ ଭାବେ ଚନ୍ଦନ ଘଡ଼ାଇଙ୍କ ଦାୟିତ୍ୱ ଗ୍ରହଣ appeared first on Dharitri Odia News.