ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଖଲିଲ ହକାନୀ ମୃତ
କାବୁଲ,୧୧।୧୨: ଆଫଗାନିସ୍ତାନର ରାଜଧାନୀରେ ଏକ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ତାଲିବାନର ଶରଣାର୍ଥୀ ମନ୍ତ୍ରୀ ତଥା ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଖାଲିଲ ହକାନୀଙ୍କ ମୃତ୍ୟୁ ଘଟିଛି। ଆମେରିକା ତାଙ୍କ ଉପରେ ୫ନିୟୁତ ଡଲାର ପୁରସ୍କାର ଘୋଷଣା କରିଥିଲା। ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଖାଲିଲ ହକାନୀ ମୁକ୍ତ ଭାବରେ ବୁଲୁଥିଲେ। ମିଳିତ ଜାତିସଂଘ ମଧ୍ୟ ତାଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆତ୍ମଘାତୀ ବିସ୍ଫୋରଣକାରୀ ତାଙ୍କ କାଗଜପତ୍ର ଖୋଜୁଥିବା ଏବଂ […] The post ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଖଲିଲ ହକାନୀ ମୃତ appeared first on Dharitri Odia News.
କାବୁଲ,୧୧।୧୨: ଆଫଗାନିସ୍ତାନର ରାଜଧାନୀରେ ଏକ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ତାଲିବାନର ଶରଣାର୍ଥୀ ମନ୍ତ୍ରୀ ତଥା ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଖାଲିଲ ହକାନୀଙ୍କ ମୃତ୍ୟୁ ଘଟିଛି।
ଆମେରିକା ତାଙ୍କ ଉପରେ ୫ନିୟୁତ ଡଲାର ପୁରସ୍କାର ଘୋଷଣା କରିଥିଲା। ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଖାଲିଲ ହକାନୀ ମୁକ୍ତ ଭାବରେ ବୁଲୁଥିଲେ। ମିଳିତ ଜାତିସଂଘ ମଧ୍ୟ ତାଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଆତ୍ମଘାତୀ ବିସ୍ଫୋରଣକାରୀ ତାଙ୍କ କାଗଜପତ୍ର ଖୋଜୁଥିବା ଏବଂ ସାହାଯ୍ୟ ମାଗୁଥିବା ଶରଣାର୍ଥୀ ଭାବରେ ମନ୍ତ୍ରଣାଳୟକୁ ଆସିଥିଲେ। ଖଲିଲ ମଧ୍ୟାହ୍ନ ଭୋଜନ ପରେ ମନ୍ତ୍ରଣାଳୟ ପରିସରକୁ ଆସି କରିଡର ଦେଇ ଯାଉଥିବା ବେଳେ ଆକ୍ରମଣକାରୀ ବୋମା ବିସ୍ଫୋରଣ କରିଥିଲେ।
ବିସ୍ଫୋରଣରେ ଆଉ କେତେ ଜଣଙ୍କର ମୃତ୍ୟୁ ଘଟିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।
ଖାଲିଲ ଶକ୍ତିଶାଳୀ ହକାନୀ ନେଟୱାର୍କର ସଦସ୍ୟ ଥିଲେ। ସେ ହକାନି ନେଟୱାର୍କ ପ୍ରତିଷ୍ଠାତା ଜାଲାଲୁଦ୍ଦିନ ହକାନୀଙ୍କ ଭାଇ ଏବଂ ତାଲିବାନ ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜ ହକାନୀଙ୍କ ମାମୁଁ ଥିଲେ।
The post ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଖଲିଲ ହକାନୀ ମୃତ appeared first on Dharitri Odia News.