କଥା କଟାକଟିରୁ ସୁନାଦୋକାନୀଙ୍କ ଏସିଡ୍‌ ମାଡ, ରାଜମିସ୍ତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ

ଖଇରା, ୨୯ା୧୦(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ତୁଡିଗଡିଆ ବଜାରସ୍ଥିତ ଅଶୋକ ସାହୁ ନାମକ ଗହଣା ଦୋକାନୀଙ୍କ ଏସିଡ୍‌ ଆକ୍ରମଣରେ ରାମଚନ୍ଦ୍ର ପାଢୀ ନାମକ ରାଜମିସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି ା ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ସୋର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ସେହିପରି ବଜାରକୁ ଆସୁଥିବା ଡାଲଙ୍ଗ ଗ୍ରାମର ଡମ୍ବରୁଧର ମଲ୍ଲିକଙ୍କ ଉପରେ ମଧ୍ୟ ଏସିଡ୍‌ ପଡିବାରୁ ସେ ଆହତ ହୋଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଅନ୍ନପୂର୍ଣ୍ଣା ଜୁଏଲେରୀ ମାଲିକ ଅଶୋକ ଦୋକାନ […] The post କଥା କଟାକଟିରୁ ସୁନାଦୋକାନୀଙ୍କ ଏସିଡ୍‌ ମାଡ, ରାଜମିସ୍ତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ appeared first on Dharitri Odia News.

କଥା କଟାକଟିରୁ ସୁନାଦୋକାନୀଙ୍କ ଏସିଡ୍‌ ମାଡ, ରାଜମିସ୍ତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ

ଖଇରା, ୨୯ା୧୦(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ତୁଡିଗଡିଆ ବଜାରସ୍ଥିତ ଅଶୋକ ସାହୁ ନାମକ ଗହଣା ଦୋକାନୀଙ୍କ ଏସିଡ୍‌ ଆକ୍ରମଣରେ ରାମଚନ୍ଦ୍ର ପାଢୀ ନାମକ ରାଜମିସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି ା ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ସୋର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ସେହିପରି ବଜାରକୁ ଆସୁଥିବା ଡାଲଙ୍ଗ ଗ୍ରାମର ଡମ୍ବରୁଧର ମଲ୍ଲିକଙ୍କ ଉପରେ ମଧ୍ୟ ଏସିଡ୍‌ ପଡିବାରୁ ସେ ଆହତ ହୋଇଛନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ଅନ୍ନପୂର୍ଣ୍ଣା ଜୁଏଲେରୀ ମାଲିକ ଅଶୋକ ଦୋକାନ ଭିତରେ ଥିବା ବେଳେ ତାଙ୍କ ଦୋକାନ ସମ୍ମୁଖରେ ଡାଲଙ୍ଗ ଗ୍ରାମର ମିସ୍ତ୍ରୀ ରାମଚନ୍ଦ୍ରଙ୍କ ସହ ତାଙ୍କ ଅଧୀନରେ କାମ କରୁଥିବା କିଛି ଶ୍ରମିକଙ୍କର କଥା କଟାକଟି ହୋଇଥିଲା। ଏଥିରେ ଦୋକାନୀ ଅଶୋକ ଉତ୍ତ୍ୟକ୍ତ ହୋଇ ଦୋକାନ ଆଗରେ ପାଟିତୁଣ୍ଡ ନ କରିବାକୁ ଚେତାବନୀ ଦେଇଥିଲେ। ଏହାକୁ ନେଇ ଅଶୋକ ଓ ରାମଚନ୍ଦ୍ରଙ୍କର ପାଟିତୁଣ୍ଡ ହେବା ପରେ ଅଶୋକ ଉତ୍ତ୍ୟକ୍ତ ହୋଇ ରାମଚନ୍ଦ୍ରଙ୍କ ମୁହଁକୁ ଗହଣା ଦୋକାନରେ ରଖାଯାଇଥିବା ଏସିଡ୍‌କୁ ମୁହଁକୁ ଫୋପାଡି ଥିଲେ। ଏଥିରେ ରାମଚନ୍ଦ୍ରଙ୍କ ଶରୀରର ବହୁ ଅଂଶ ପୋଡ଼ିଯାଇଥିଲା। ଅଶୋକ ଫେରାର ଥିବା ବେଳେ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post କଥା କଟାକଟିରୁ ସୁନାଦୋକାନୀଙ୍କ ଏସିଡ୍‌ ମାଡ, ରାଜମିସ୍ତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ appeared first on Dharitri Odia News.