ମଝି ଆକାଶରେ ଆମେରିକା ଯୁଦ୍ଧ ବିମାନକୁ ଧ୍ୱଂସ କରିଦେଲା ପାକିସ୍ତାନୀ ବାୟୁ ସେନା? ଦାବିକୁ ନେଇ ବଡ଼ ଖୁଲାସା!
ନୂଆଦିଲ୍ଲୀ,୭।୬: ଲାଇଟହାଉସ ଜର୍ନାଲିଜମକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁଳ ଭାବେ ଶେୟାର କରାଯାଉଥିବା ଏକ ଭିଡିଓ ହସ୍ତଗତ ହୋଇଛି। ଭିଡିଓ ସହ ଏହା ଦାବି କରାଯାଉଛି ଯେ ପାକିସ୍ତାନୀ ବାୟୁ ସେନା ନ୍ୟୁ ମେକ୍ସିକୋର ଅଲ୍ବୁକର୍କ ଇଣ୍ଟରନ୍ୟାଶନାଲ ଅର୍ଥାତ ଚାଇନା ଜେଏଫ୍-୧୭ ସେନା ବିମାନ ଦ୍ୱାରା ଆମେରିକୀୟ ବାୟୁସେନାର ଏଫ୍-୩୫ଏ ଷ୍ଟେଲ୍ଥ ଫାଇଟରକୁ ଧ୍ୱଂସ କରିଦିଆଯାଇଛି। ଆଇଡିୟୁ ପକ୍ଷରୁ ମିଥ୍ୟା ଦାବି ସହ ଭିଡିଓ ଶେୟାର କରାଯାଇଛି। ଏହାପରେ ଅନେକେ ବ୍ୟବହାରକାରୀ ମଧ୍ୟ ସମାନ ଭିଡିଓ ଶେୟାର […] The post ମଝି ଆକାଶରେ ଆମେରିକା ଯୁଦ୍ଧ ବିମାନକୁ ଧ୍ୱଂସ କରିଦେଲା ପାକିସ୍ତାନୀ ବାୟୁ ସେନା? ଦାବିକୁ ନେଇ ବଡ଼ ଖୁଲାସା! appeared first on Dharitri Odia News.
ନୂଆଦିଲ୍ଲୀ,୭।୬: ଲାଇଟହାଉସ ଜର୍ନାଲିଜମକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁଳ ଭାବେ ଶେୟାର କରାଯାଉଥିବା ଏକ ଭିଡିଓ ହସ୍ତଗତ ହୋଇଛି। ଭିଡିଓ ସହ ଏହା ଦାବି କରାଯାଉଛି ଯେ ପାକିସ୍ତାନୀ ବାୟୁ ସେନା ନ୍ୟୁ ମେକ୍ସିକୋର ଅଲ୍ବୁକର୍କ ଇଣ୍ଟରନ୍ୟାଶନାଲ ଅର୍ଥାତ ଚାଇନା ଜେଏଫ୍-୧୭ ସେନା ବିମାନ ଦ୍ୱାରା ଆମେରିକୀୟ ବାୟୁସେନାର ଏଫ୍-୩୫ଏ ଷ୍ଟେଲ୍ଥ ଫାଇଟରକୁ ଧ୍ୱଂସ କରିଦିଆଯାଇଛି।
ଆଇଡିୟୁ ପକ୍ଷରୁ ମିଥ୍ୟା ଦାବି ସହ ଭିଡିଓ ଶେୟାର କରାଯାଇଛି। ଏହାପରେ ଅନେକେ ବ୍ୟବହାରକାରୀ ମଧ୍ୟ ସମାନ ଭିଡିଓ ଶେୟାର କରୁଛନ୍ତି।
#BreakingNews : #Pakistan Air Force has shot down a US Air Force’s F-35A Stealth fighter with #Chinese JF-17 Ladaku Taiyara at Albuquerque International, New Mexico. pic.twitter.com/ieTa213jo4
— IDU (@defencealerts) June 3, 2025
#BreakingNews : #Pakistan Air Force has shot down a US Air Force’s F-35A Stealth fighter with #Chinese JF-17 Ladaku Taiyara at Albuquerque International, New Mexico. pic.twitter.com/vzWx1547tm
— Durgesh Yadav (@yadavdurgeshji) June 3, 2025
#BreakingNews : पाकिस्तानी वायुसेना ने न्यू मैक्सिको के अल्बुकर्क इंटरनेशनल में चीनी JF-17 लाडाकू ताइयारा से अमेरिकी वायुसेना के F-35A स्टील्थ लड़ाकू विमान को मार गिराया#RCBvPBKS pic.twitter.com/e6CbkBkGdp
— Ankur (@Ankur_Mishra_) June 3, 2025
ପ୍ରକାଶିତ ଖବରରେ କୁହାଯାଇଥିଲା ଯେ ନ୍ୟୁ ମେକ୍ସିକୋର ଅଲ୍ବୁକର୍କରେ ଏଫ୍-୩୫ ଯୁଦ୍ଧ ବିମାନରୁ ବାହାରିବା ପରେ ଜଣେ ପାଇଲଟ ଗୁରୁତର ଆହତ ହୋଇଥିଲେ। ମଙ୍ଗଳବାର ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସିବିଏସ୍ ନ୍ୟୁଜ ଆମେରିକା ପ୍ରତିରକ୍ଷା ବିଭାଗର ଦୁଇଜଣ ଅଧିକାରୀଙ୍କ ସୂଚନା ଆଧାରରେ ଏହି ବିମାନ $୧୩୫ ମିଲିୟନ ଜେଟର ଏକ ମଡେଲ ବୋଲି କହିଥିଲା।
ତେବେ ଭାଇରାଲ ଭିଡିଓର ଯାଞ୍ଚ କରାଯିବା ପରେ ଏହା ବର୍ଷେ ତଳର ବୋଲି ଜଣାପଡ଼ିଛି। ଭିଡିଓ ୨୦୨୪ ମେ’ ୨୯ ରେ ଅପଲୋଡ କରାଯାଇଥିଲା। ଟେଲିଗ୍ରାଫ ଏବଂ ୟୁଟ୍ୟୁବରେ ମଧ୍ୟ ସମାନ ଭିଡିଓ ନଜର ଆସୁଛି। ଏଣୁ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା।
The post ମଝି ଆକାଶରେ ଆମେରିକା ଯୁଦ୍ଧ ବିମାନକୁ ଧ୍ୱଂସ କରିଦେଲା ପାକିସ୍ତାନୀ ବାୟୁ ସେନା? ଦାବିକୁ ନେଇ ବଡ଼ ଖୁଲାସା! appeared first on Dharitri Odia News.