ଅଧାରୁ ମାଷ୍ଟର ଡିଗ୍ରୀ ଛାଡ଼ି ଷ୍ଟ୍ରିଟ୍ ଭେଣ୍ଡର: ଦୈନିକ ୮ ହଜାର ରୋଜଗାର
ବେଜିଂ:ଅଧ୍ୟୟନରେ ପାରଙ୍ଗମ ଥିବା ଚାଇନାର ଫେଇ ୟୁ (୨୪)ମାଷ୍ଟର ଡିଗ୍ରୀ ପଢ଼ା ଅଧାରୁ ଛାଡ଼ି ଷ୍ଟ୍ରିଟ୍ ଫୁଡ୍ଷ୍ଟଲ୍ ଖୋଲି ଜୀବିକା ନିର୍ବାହ କରୁଛନ୍ତି। ଗରିବ ପରିବାରରୁ ଆସିଥିବା ଫେଇ ଚାଇନାର ପ୍ରତିଷ୍ଠିତ ସିଚୁଆନ ୟୁନିଭର୍ସିଟିରୁ ପବ୍ଲିକ୍ ହେଲ୍ଥରେ ଗ୍ରାଜୁଏଶନ କରିଥିଲେ। ୨୦୨୨ରେ ସେ ଚାଇନାର ପ୍ରତିଷ୍ଠିତ ଫୁଦାନ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଡିଗ୍ରୀ ପାଇଁ ନାମ ଲେଖାଇଥିଲେ। ତେବେ ସେଠାରେ ଜଣେ ଶିକ୍ଷକଙ୍କ ନିଷ୍ଠୁର ବ୍ୟବହାର କାରଣରୁ ସେ ଡିପ୍ରେସନ୍କୁ ଚାଲିଯାଇଥିଲେ। ତେଣୁ ବର୍ଷକର ପଢ଼ା ପରେ ସେ […] The post ଅଧାରୁ ମାଷ୍ଟର ଡିଗ୍ରୀ ଛାଡ଼ି ଷ୍ଟ୍ରିଟ୍ ଭେଣ୍ଡର: ଦୈନିକ ୮ ହଜାର ରୋଜଗାର appeared first on Dharitri Odia News.
ବେଜିଂ:ଅଧ୍ୟୟନରେ ପାରଙ୍ଗମ ଥିବା ଚାଇନାର ଫେଇ ୟୁ (୨୪)ମାଷ୍ଟର ଡିଗ୍ରୀ ପଢ଼ା ଅଧାରୁ ଛାଡ଼ି ଷ୍ଟ୍ରିଟ୍ ଫୁଡ୍ଷ୍ଟଲ୍ ଖୋଲି ଜୀବିକା ନିର୍ବାହ କରୁଛନ୍ତି। ଗରିବ ପରିବାରରୁ ଆସିଥିବା ଫେଇ ଚାଇନାର ପ୍ରତିଷ୍ଠିତ ସିଚୁଆନ ୟୁନିଭର୍ସିଟିରୁ ପବ୍ଲିକ୍ ହେଲ୍ଥରେ ଗ୍ରାଜୁଏଶନ କରିଥିଲେ। ୨୦୨୨ରେ ସେ ଚାଇନାର ପ୍ରତିଷ୍ଠିତ ଫୁଦାନ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଡିଗ୍ରୀ ପାଇଁ ନାମ ଲେଖାଇଥିଲେ। ତେବେ ସେଠାରେ ଜଣେ ଶିକ୍ଷକଙ୍କ ନିଷ୍ଠୁର ବ୍ୟବହାର କାରଣରୁ ସେ ଡିପ୍ରେସନ୍କୁ ଚାଲିଯାଇଥିଲେ। ତେଣୁ ବର୍ଷକର ପଢ଼ା ପରେ ସେ ମାଷ୍ଟର ଡିଗ୍ରୀ କୋର୍ସକୁ ଅଧାରୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଫେଇ କହିଛନ୍ତି, ଫୁଦାନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବେଳେ ସେ ଅତ୍ୟନ୍ତ ଡିପ୍ରେସନ୍କୁ ଚାଲିଯାଇଥିଲେ। ସେତେବେଳେ ତାଙ୍କୁ ରାତିରେ ନିଦ ହେଉ ନ ଥିଲା। ଏପରି ସ୍ଥିତିରେ ସେ ଉକ୍ତ ୟୁନିଭର୍ସିଟିକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ସେ ଅଧ୍ୟୟନ ପାଇଁ ଅନ୍ୟ ସ୍ଥାନରେ ଆବେଦନ କରିଥିଲେ। ଆମେରିକାରେ ଛାତ୍ରବୃତ୍ତି ସହ ଏକ ପିଏଚ୍ଡି ପ୍ରୋଜେକ୍ଟ ପାଇଁ ତାଙ୍କୁ ମନୋନୀତ ମଧ୍ୟ କରାଯାଇଥିଲା। ତେବେ ଏହି ଅଫର ତାଙ୍କ ପାଇଁ ଆବଶ୍ୟକଠାରୁ ଅଧିକ ମହଙ୍ଗା ଥିଲା। ତେଣୁ ପରବର୍ତ୍ତୀ ଅଧ୍ୟୟନ ପାଇଁ ଅସମର୍ଥ ହେବାରୁ ଫେଇ ନିଜର ଏକ ଷ୍ଟ୍ରିଟ୍ ଫୁଡ୍ଷ୍ଟଲ୍ ଖୋଲି ଅର୍ଥ ରୋଜଗାର କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ସିଚୁଆନ ୟୁନିଭର୍ସିଟି ସମ୍ମୁଖରେ ଏକ ଫୁଡ୍ଷ୍ଟଲ୍ ଖୋଲିଥିଲେ। ଫେଇ କହିଛନ୍ତି, ସେ ତାଙ୍କ ଫୁଡ୍ଷ୍ଟଲ୍ ପାଇଁ ଦୈନିକ ୪ ଘଣ୍ଟା ପ୍ରସ୍ତୁତି କରିଥାନ୍ତି। ସେହିପରି ୪ରୁ ୫ ଘଣ୍ଟା ମଧ୍ୟରେ ତାଙ୍କ ଦୋକାନର ସମସ୍ତ ଖାଦ୍ୟ ବିକ୍ରି ହୋଇଯାଇଥାଏ। ଏହିପରି ଭାବେ ସେ ଦିନକୁ ୮ରୁ ୯ ଘଣ୍ଟା ପରିଶ୍ରମ କରି ୯୫ ଆମେରିକୀୟ ଡଲାର (ପ୍ରାୟ ୮ ହଜାର ଟଙ୍କା) ରୋଜଗାର କରୁଥିବା ଫେଇ କହିଛନ୍ତି। ତେବେ ଉଚ୍ଚ ଶିକ୍ଷା ଅଧ୍ୟୟନର ଏକ ଭଲ ସୁଯୋଗକୁ ଫେଇ ନଷ୍ଟ କରି ଦେଇଥିବା କହି ଅନେକ ଲୋକ ତାଙ୍କୁ ଥଟ୍ଟା ପରିହାସ କରନ୍ତି। ଏସବୁକୁ ନେଇ ଫେଇ କହିଛନ୍ତି, ସେ ତାଙ୍କ ଫୁଡ୍ଷ୍ଟଲ୍ ସହ ଏବେ ଖୁସି ଅଛନ୍ତି। ଏହି କାର୍ଯ୍ୟ କରି ତାଙ୍କୁ ମାନସିକ ଶାନ୍ତି ମିଳୁଛି।
The post ଅଧାରୁ ମାଷ୍ଟର ଡିଗ୍ରୀ ଛାଡ଼ି ଷ୍ଟ୍ରିଟ୍ ଭେଣ୍ଡର: ଦୈନିକ ୮ ହଜାର ରୋଜଗାର appeared first on Dharitri Odia News.