ରାମଲାଲାଙ୍କ ଦର୍ଶନ ମାତ୍ର ହଜାରେ ଟଙ୍କାରେ: ଯିବା-ଆସିବା-ଖାଇବା ମାଗଣା, କିଏ ଦେଉଛି ଜାଣନ୍ତୁ…
ଅଯୋଧ୍ୟା,୨୩।୧ : , ଅଯୋଧ୍ୟାରେ ଭଗବାନ ରାମଙ୍କ ନୂତନ ମନ୍ଦିର ଉଦଘାଟନ କରାଯାଇଛି। ଉଦଘାଟନୀ ଉତ୍ସବର ପ୍ରଥମ ଦିନରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇବାକୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଥିଲା। ଭକ୍ତଙ୍କ ଏହି ଭାବନାକୁ ଦୃଷ୍ଟିରେ ରଖି ସେମାନଙ୍କୁ କେବଳ ଏକ ହଜାର ଟଙ୍କାରେ ଅଯୋଧ୍ୟାରେ ରହିବା, ଖାଦ୍ୟ ଏବଂ ଦର୍ଶନ ଯାତ୍ରା କରିବାର ସୁବିଧା ଯୋଗାଇ ଦିଆଯାଉଛି। ପ୍ରଭୁ ରାମଙ୍କର ଦର୍ଶନ ପାଇବା ପାଇଁ କେବଳ ଏକ ହଜାର ଟଙ୍କା ଖର୍ଚ୍ଚ କରି ଏହି […] The post ରାମଲାଲାଙ୍କ ଦର୍ଶନ ମାତ୍ର ହଜାରେ ଟଙ୍କାରେ: ଯିବା-ଆସିବା-ଖାଇବା ମାଗଣା, କିଏ ଦେଉଛି ଜାଣନ୍ତୁ… appeared first on Dharitri Odia News.
ଅଯୋଧ୍ୟା,୨୩।୧ : , ଅଯୋଧ୍ୟାରେ ଭଗବାନ ରାମଙ୍କ ନୂତନ ମନ୍ଦିର ଉଦଘାଟନ କରାଯାଇଛି। ଉଦଘାଟନୀ ଉତ୍ସବର ପ୍ରଥମ ଦିନରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇବାକୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଥିଲା। ଭକ୍ତଙ୍କ ଏହି ଭାବନାକୁ ଦୃଷ୍ଟିରେ ରଖି ସେମାନଙ୍କୁ କେବଳ ଏକ ହଜାର ଟଙ୍କାରେ ଅଯୋଧ୍ୟାରେ ରହିବା, ଖାଦ୍ୟ ଏବଂ ଦର୍ଶନ ଯାତ୍ରା କରିବାର ସୁବିଧା ଯୋଗାଇ ଦିଆଯାଉଛି। ପ୍ରଭୁ ରାମଙ୍କର ଦର୍ଶନ ପାଇବା ପାଇଁ କେବଳ ଏକ ହଜାର ଟଙ୍କା ଖର୍ଚ୍ଚ କରି ଏହି ସୁବିଧା ମିଳିପାରିବ।
ବାସ୍ତବରେ, ଭାଜପା ଏହାର ସମସ୍ତ ଏମପି, ବିଧାୟକ, ମନ୍ତ୍ରୀ ଏବଂ ସଂଗଠନର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ସେମାନେ ନିଜ ଅଞ୍ଚଳରୁ ଅଯୋଧ୍ୟା ଯିବାକୁ ଚାହୁଁଥିବା ସମସ୍ତ ଲୋକଙ୍କୁ ଏଭଳି ସୁବିଧା ସୁଯୋଗ ଉପଲବ୍ଧ କରାଇବେ। ଏହି ଯୋଜନା ୨୩ ଜାନୁଆରୀରୁ ଆରମ୍ଭ ହୋଇ ୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଲୋକସଭା ନିର୍ବାଚନମଣ୍ଡଳୀ, ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ସମଗ୍ର ଦେଶର ପ୍ରତ୍ୟେକ ବ୍ଲକ ସ୍ତରୀୟ ବିଭାଗରୁ ଲୋକଙ୍କୁ ଅଯୋଧ୍ୟାକୁ ନେବାକୁ ପ୍ରସ୍ତୁତି ଚାଲିଛି। ଅନୁମାନ କରାଯାଉଛି ଏହି ଯୋଜନା ଦ୍ୱାରା ପ୍ରାୟ ୨୫ କୋଟି ରାମ ଭକ୍ତ ୨୫ ମାର୍ଚ୍ଚ ସୁଦ୍ଧା ରାମଲାଲଙ୍କୁ ଦର୍ଶନ କରିବେ। ଉତ୍ତରପ୍ରଦେଶ ଭାଜପା ଏବଂ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାଙ୍କୁ ଅଯୋଧ୍ୟାରେ ପ୍ରଶାସନିକ ସୁବିଧା କ୍ଷେତ୍ରରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦିଲ୍ଲୀର ସମସ୍ତ ସାତୋଟି ଲୋକସଭା ନିର୍ବାଚନମଣ୍ଡଳୀରୁ ସାତୋଟି ଟ୍ରେନ ଅଯୋଧ୍ୟାକୁ ଯାତ୍ରା କରିବ। ଯଦି ଭକ୍ତଙ୍କ ସଂଖ୍ୟା ଅଧିକ ହେବ ଏଥିପାଇଁ ଅତିରିକ୍ତ ଟ୍ରେନ ବ୍ୟବସ୍ଥା କରାଯିବ। ଜାନୁଆରୀ ୨୯ରୁ ବିହାରରୁ ଟ୍ରେନ ଚାଲିବା ଆରମ୍ଭ ହେବ ଏବଂ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଚାଲିବ। ସେହିଭଳି ରାମ ଭକ୍ତମାନଙ୍କୁ ଦେଶର ସମସ୍ତ ରାଜ୍ୟରୁ ଅଯୋଧ୍ୟାକୁ ନେଇ ସେମାନଙ୍କୁ ଦର୍ଶନ ଦେବା ପାଇଁ ପ୍ରସ୍ତୁତି ଚାଲିଛି। ବିଶ୍ୱ ସ୍ତରରେ ବିଶ୍ୱହିନ୍ଦୁ ପରିଷଦ ପ୍ରାୟ ୫ ହଜାର କର୍ମୀଙ୍କୁ ଅଯୋଧ୍ୟାରେ ଭଗବାନ ରାମଙ୍କ ଦର୍ଶନ କରାଇବାକୁ ଯୋଜନା କରୁଛି।
ଜଣେ ଭାଜପା ନେତାଙ୍କ କହିବାନୁସାରେ, ଏଥିପାଇଁ କେବଳ ୧୦୦୦ ଟଙ୍କା ରଖାଯାଇଛି ଯାହାଦ୍ୱାରା ଲୋକମାନେ ପ୍ରଭୁ ରାମଙ୍କ ଦର୍ଶନ ପାଇଁ ଏହି ଯୋଜନାର ଲାଭ ପାଇପାରିବେ । ଦକ୍ଷିଣ ଭାରତ ଏବଂ ଉତ୍ତର-ପୂର୍ବର ସୁଦୂର ରାଜ୍ୟରୁ ଅଯୋଧ୍ୟାରେ ପହଞ୍ଚିବା ପାଇଁ ଅନେକ ହଜାର ଟଙ୍କା ଖର୍ଚ୍ଚ ହେବ। ଛଏହି ଯାତ୍ରାରେ ଅବଶିଷ୍ଟ ଖର୍ଚ୍ଚ ଦଳର ନେତା କିମ୍ବା ଏମପି-ବିଧାୟକମାନେ ବହନ କରିବେ।
The post ରାମଲାଲାଙ୍କ ଦର୍ଶନ ମାତ୍ର ହଜାରେ ଟଙ୍କାରେ: ଯିବା-ଆସିବା-ଖାଇବା ମାଗଣା, କିଏ ଦେଉଛି ଜାଣନ୍ତୁ… appeared first on Dharitri Odia News.