ବଡ଼ ଝିଅକୁ ନେଇ ଥାନାକୁ ଯାଇଥିଲେ ମହିଳା, ମଝିଆ ଝିଅକୁ ଏକା ପାଇ ମାରିଲେ ଦେଢଶୁରଙ୍କ ପରିବାର
ଆନନ୍ଦପୁର,୨୦।୨(ସନ୍ତୋଷ ରାଉତ ): ବଡ ଝିଅକୁ ସାଙ୍ଗରେ ଧରି ଦେଢଶୁରଙ୍କ ପରିବାର ବିରୋଧରେ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ ମା’ । ଘରେ ଏକା ଥିବା ଦେଖି ମଝିଆ ଝିଅକୁ ସଂଘବଦ୍ଧ ଆକ୍ରମଣ କରି ଲହୁ ଲୁହାଣ କଲେ ଦେଢଶୁରଙ୍କ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଚମ୍ପାପାଳ ଗାଁରେ। ଗୁରୁତର ଅବସ୍ଥାରେ ମଝିଆ ଝିଅ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଗାଁ ରେ ବିଧବା ମହିଳା […] The post ବଡ଼ ଝିଅକୁ ନେଇ ଥାନାକୁ ଯାଇଥିଲେ ମହିଳା, ମଝିଆ ଝିଅକୁ ଏକା ପାଇ ମାରିଲେ ଦେଢଶୁରଙ୍କ ପରିବାର appeared first on Dharitri Odia News.
ଆନନ୍ଦପୁର,୨୦।୨(ସନ୍ତୋଷ ରାଉତ ): ବଡ ଝିଅକୁ ସାଙ୍ଗରେ ଧରି ଦେଢଶୁରଙ୍କ ପରିବାର ବିରୋଧରେ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ ମା’ । ଘରେ ଏକା ଥିବା ଦେଖି ମଝିଆ ଝିଅକୁ ସଂଘବଦ୍ଧ ଆକ୍ରମଣ କରି ଲହୁ ଲୁହାଣ କଲେ ଦେଢଶୁରଙ୍କ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଚମ୍ପାପାଳ ଗାଁରେ। ଗୁରୁତର ଅବସ୍ଥାରେ ମଝିଆ ଝିଅ ଡାକ୍ତରଖାନାରେ ଭର୍ତ୍ତି ହୋଇଛି।
ଗାଁ ରେ ବିଧବା ମହିଳା ପ୍ରତିମା ଜେନାଙ୍କ ତିନି ଝିଅକୁ ନେଇ ପରିବାର। ଗତ କିଛିଦିନ ହେବ ଦେଢଶୁର କୁଳମଣି ଜେନାଙ୍କ ପରିବାର ସାମାନ୍ଯ କଥାକୁନେଇ ବିଭିନ୍ନ ସମୟରେ ପ୍ରତିମା ଓ ତାଙ୍କ ଝିଅ ମାନଙ୍କୁ ଧମକ ଚମକ ଦେବା ସହ ହଇରାଣ । ଏଥିରେ ଅତିଷ୍ଟ ହୋଇ ପ୍ରତିମା ନିଜ ଝିଅକୁ ଧରି ଘଷିପୁରା ଥାନାକୁ ଅଭିଯୋଗ କରିବାକୁ ଆସିଥିବା ବେଳେ ଘରେ ଏକାକି ଥିବା ମଝିଆ ଝିଅକୁ ଦେଢଶୁରଙ୍କ ପରିବାର ଲୋକେ ମରଣାନ୍ତକ ଆକ୍ରମଣ କରିଛନ୍ତି।
The post ବଡ଼ ଝିଅକୁ ନେଇ ଥାନାକୁ ଯାଇଥିଲେ ମହିଳା, ମଝିଆ ଝିଅକୁ ଏକା ପାଇ ମାରିଲେ ଦେଢଶୁରଙ୍କ ପରିବାର appeared first on Dharitri Odia News.