ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ରାଗିଗଲେ ଶାହା, କଂଗ୍ରେସ ନେତାଙ୍କୁ କହିଲେ…
ନୂଆଦିଲ୍ଲୀ,୧୧।୯: ଆମେରିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଭାଜପାର ଆକ୍ରମଣ ଜାରି ରହିଛି। ଦଳର ବହୁ ବଡ ନେତା ରାହୁଲଙ୍କ ବୟାନକୁ ସମାଲୋଚନା କରିଛନ୍ତି। ବର୍ତ୍ତମାନ ଏହି ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷ ଅମିତ ଶାହା ରାହୁଲଙ୍କ ଉପରେ ବର୍ଷିଛନ୍ତି। ଅମିତ ଶାହା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି , ରାଷ୍ଟ୍ର ବିରୋଧୀ କଥାବାର୍ତ୍ତା କରିବା ଏବଂ ଦେଶ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଶକ୍ତି ସହିତ ଛିଡା ହେବା ରାହୁଲ […] The post ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ରାଗିଗଲେ ଶାହା, କଂଗ୍ରେସ ନେତାଙ୍କୁ କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୧୧।୯: ଆମେରିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଭାଜପାର ଆକ୍ରମଣ ଜାରି ରହିଛି। ଦଳର ବହୁ ବଡ ନେତା ରାହୁଲଙ୍କ ବୟାନକୁ ସମାଲୋଚନା କରିଛନ୍ତି। ବର୍ତ୍ତମାନ ଏହି ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷ ଅମିତ ଶାହା ରାହୁଲଙ୍କ ଉପରେ ବର୍ଷିଛନ୍ତି। ଅମିତ ଶାହା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି , ରାଷ୍ଟ୍ର ବିରୋଧୀ କଥାବାର୍ତ୍ତା କରିବା ଏବଂ ଦେଶ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଶକ୍ତି ସହିତ ଛିଡା ହେବା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ପାର୍ଟି ପାଇଁ ଏକ ଅଭ୍ୟାସ ହୋଇଗଲାଣି। ସଂରକ୍ଷଣ ବିରୋଧୀ ଏଜେଣ୍ଡାକୁ ସମର୍ଥନ କରନ୍ତୁ କିମ୍ବା ବିଦେଶୀ ଫୋରମରେ ଭାରତ ବିରୋଧୀ କଥା ହେଉ, ରାହୁଲ ଗାନ୍ଧୀ ଦେଶର ସୁରକ୍ଷା ତଥା ଭାବନାକୁ ସର୍ବଦା କ୍ଷତି ପହଞ୍ଚାଉଛନ୍ତି।
ଶାହା ଆହୁରି ଲେଖିଛନ୍ତି, ଭାଷା ଠାରୁ ଭାଷା, ଅଞ୍ଚଳରୁ ଅଞ୍ଚଳ ଏବଂ ଧର୍ମରୁ ଧର୍ମକୁ ଭେଦଭାବ ବିଷୟରେ କହିବା ରାହୁଲ ଗାନ୍ଧୀଙ୍କ ବିଭେଦକାରୀ ଚିନ୍ତାଧାରାକୁ ଦର୍ଶାଉଛି। ଦେଶରୁ ସଂରକ୍ଷଣ ସମାପ୍ତି ବିଷୟରେ କଥାବାର୍ତ୍ତା କରି ରାହୁଲ ଗାନ୍ଧୀ ପୁଣି ଥରେ କଂଗ୍ରେସର ସଂରକ୍ଷଣ ବିରୋଧୀ ଚେହେରାକୁ ଦେଶ ସାମ୍ନାକୁ ଆଣିଛନ୍ତି। ମନରେ ଥିବା ଚିନ୍ତାଧାରା କିଛି ନା କିଛି ଅନ୍ୟ ଉପାୟ ମାଧ୍ୟମରେ ବାହାରିଥାଏ। ମୁଁ ରାହୁଲ ଗାନ୍ଧୀଙ୍କୁ କହିବାକୁ ଚାହେଁ ଯେ ପର୍ଯ୍ୟନ୍ତ ଭାଜପା ଅଛି, ସଂରକ୍ଷଣକୁ କେହି ଛୁଇଁ ପାରିବେ ନାହିଁ ଏବଂ ଦେଶର ଏକତା ସହ କେହି ଖେଳି ପାରିବେ ନାହିଁ।
The post ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ରାଗିଗଲେ ଶାହା, କଂଗ୍ରେସ ନେତାଙ୍କୁ କହିଲେ… appeared first on Dharitri Odia News.