ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବଇଣ୍ଡା,୧୬।୪(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡ଼ିଛି। ତାଙ୍କ ବାସ ଭବନରୁ କିଛି କାଗଜପତ୍ର ମଧ୍ୟ ଜବତ କରାଯାଇଛି । ଏଥିସହ ବ୍ଲକରେ ଉକ୍ତ ଟିମ ତାଙ୍କର କାଗଜ ପତ୍ର ଯାଞ୍ଚ କରିଛି । ତାଙ୍କ ନାମରେ ପୂର୍ବରୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହୋଇ ଥିଲା। ଏ ପରିକି […] The post ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ appeared first on Dharitri Odia News.
ବଇଣ୍ଡା,୧୬।୪(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡ଼ିଛି।
ତାଙ୍କ ବାସ ଭବନରୁ କିଛି କାଗଜପତ୍ର ମଧ୍ୟ ଜବତ କରାଯାଇଛି । ଏଥିସହ ବ୍ଲକରେ ଉକ୍ତ ଟିମ ତାଙ୍କର କାଗଜ ପତ୍ର ଯାଞ୍ଚ କରିଛି । ତାଙ୍କ ନାମରେ ପୂର୍ବରୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହୋଇ ଥିଲା। ଏ ପରିକି ଆଠମଲ୍ଲିକ ଅଞ୍ଚଳର ଜଣେ ସରପଞ୍ଚ ତାଙ୍କ ବିଲ୍ ପାସ କରି ଦେବା ପାଇ ତାଙ୍କୁ ହଇରାଣ କରୁଥିବା ବେଳେ ସେ ଗୋଡ଼ ଧରି ନିବେଦନ କରିବା ସହ ଏକ ଭିଡିଓ ସୋସିଆଲ ମିଡଆ ରେ ଭାଇରାଲ ହୋଇଥିଲା । ଏ ପରିକି ବିଭିନ୍ନ ବିଲ୍ ପାସ କରୁଥିବା ସମୟରେ ସେ ମୋଟା ଅଙ୍କର ଅର୍ଥ ନେଉଥିବା ଅଭିଯୋଗ ହୋଇଥିଲା। ଫଳରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ଅଟକ କରାଯିବା ସହ ଏକ କାଳୀନ ୯ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।
The post ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ appeared first on Dharitri Odia News.