ଦିଲ୍ଲୀ ଏବେ ମୁକ୍ତ; ସେ ଅହଂକାରୀ, ନିର୍ଲଜ, ଚରିତ୍ରହୀନ ବ୍ୟକ୍ତିଙ୍କ ପାଇଁ ସମବେଦନା ନାହିଁ: କୁମାର ବିଶ୍ୱାସ
ନୂଆଦିଲ୍ଲୀ,୮।୨:ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ଶୋଚନୀୟ ପରାଜୟ ଉପରେ ପୂର୍ବତନ ଆପ୍ ନେତା ତଥା କବି କୁମାର ବିଶ୍ୱାସ କଟୁ ମନ୍ତବ୍ୟ ଦେଇଛନ୍ତି। କୁମାର ବିଶ୍ୱାସ କହିଛନ୍ତି ଯେ ଏହା ଜଣେ ଅହଂକାରୀ ନେତାଙ୍କ ପରାଜୟ। ଆପ ଦଳର କର୍ମୀଙ୍କ ସ୍ବପ୍ନକୁ ଚୁରମାର କରିଥିବା ବ୍ୟକ୍ତିଙ୍କ ପ୍ରତି ମୋର କୌଣସି ସହାନୁଭୂତି ନାହିଁ। ଦିଲ୍ଲୀ ଏବେ ତାଙ୍କଠାରୁ ମୁକ୍ତ। ସେ ସେହି ସ୍ବପ୍ନଗୁଡ଼ିକୁ ତାଙ୍କର ବ୍ୟକ୍ତିଗତ ମହତ୍ତ୍ୱାକାଂକ୍ଷା ପାଇଁ ବ୍ୟବହାର କରିଥିଲେ। ଆଜି ନ୍ୟାୟ […] The post ଦିଲ୍ଲୀ ଏବେ ମୁକ୍ତ; ସେ ଅହଂକାରୀ, ନିର୍ଲଜ, ଚରିତ୍ରହୀନ ବ୍ୟକ୍ତିଙ୍କ ପାଇଁ ସମବେଦନା ନାହିଁ: କୁମାର ବିଶ୍ୱାସ appeared first on Dharitri Odia News.
ନୂଆଦିଲ୍ଲୀ,୮।୨:ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ଶୋଚନୀୟ ପରାଜୟ ଉପରେ ପୂର୍ବତନ ଆପ୍ ନେତା ତଥା କବି କୁମାର ବିଶ୍ୱାସ କଟୁ ମନ୍ତବ୍ୟ ଦେଇଛନ୍ତି। କୁମାର ବିଶ୍ୱାସ କହିଛନ୍ତି ଯେ ଏହା ଜଣେ ଅହଂକାରୀ ନେତାଙ୍କ ପରାଜୟ। ଆପ ଦଳର କର୍ମୀଙ୍କ ସ୍ବପ୍ନକୁ ଚୁରମାର କରିଥିବା ବ୍ୟକ୍ତିଙ୍କ ପ୍ରତି ମୋର କୌଣସି ସହାନୁଭୂତି ନାହିଁ। ଦିଲ୍ଲୀ ଏବେ ତାଙ୍କଠାରୁ ମୁକ୍ତ। ସେ ସେହି ସ୍ବପ୍ନଗୁଡ଼ିକୁ ତାଙ୍କର ବ୍ୟକ୍ତିଗତ ମହତ୍ତ୍ୱାକାଂକ୍ଷା ପାଇଁ ବ୍ୟବହାର କରିଥିଲେ। ଆଜି ନ୍ୟାୟ ମିଳିଲା ବୋଲି କୁମାର ବିଶ୍ୱାସ କହିଛନ୍ତି।
#WATCH | On #DelhiElectionResults, former AAP leader & poet Kumar Vishwas says, “I congratulate the BJP for the victory and I hope that they’ll work for the people of Delhi… I have no sympathy for a man who crushed the dreams of AAP party workers. Delhi is now free from him…… pic.twitter.com/RffWg98Sg3
— ANI (@ANI) February 8, 2025
ସେ କହିଛନ୍ତି, ଯେତେବେଳେ ମନୀଷ ହାରିଗଲେ, ସେତେବେଳେ ରାଜନୀତିରୁ ଦୂରରେ ରହୁଥିବା ମୋର ପତ୍ନୀ କାନ୍ଦି ପକାଇଥିଲେ। କାରଣ ମନୀଷ ତାଙ୍କୁ କହିଥିଲେ ଯେ ଏବେ ବି କ୍ଷମତା ଅଛି। ପତ୍ନୀ ଜବାବରେ କହିଥିଲେ ଯେ କ୍ଷମତା ସବୁଦିନ ଲାଗି ସ୍ଥାୟୀ ନୁହେଁ। ଆଶା କରୁଛି ପରବର୍ତ୍ତୀ ଲୋକମାନେ ଏହି ଅହଂକାର ଦେଖାଇବେ ନାହିଁ ବୋଲି ସେ କହିଛନ୍ତି।
ଜଣେ ନିର୍ଲଜ୍ଜ, ନୀଚ୍ଚ, ବନ୍ଧୁ-ହତ୍ୟାକାରୀ, ନାର୍ସିସିଷ୍ଟିକ ଏବଂ ଚରିତ୍ରହୀନ ବ୍ୟକ୍ତି ଦ୍ୱାରା ରାଜନୀତି ପରିବର୍ତ୍ତନର ସ୍ବପ୍ନକୁ ହତ୍ୟା କରାଯାଇଛି, ଯିଏକି ଆନ୍ନା ଆନ୍ଦୋଳନରୁ ଆସିଥିଲେ। ତାଙ୍କ ପ୍ରତି ସହାନୁଭୂତି ଭୁଲି ଯାଅ, ଦିଲ୍ଲୀ ଏବେ ତାଙ୍କଠାରୁ ମୁକ୍ତ। ଯେଉଁମାନେ କ୍ଷମତା ଲୋଭରେ ଆମ ଆଦମୀ ପାର୍ଟିରେ ରହିଥିଲେ, ସେମାନେ ମଧ୍ୟ ଏବେ ଫେରି ଆସିବେ। ପତନ ଏହିଠାରୁ ଆରମ୍ଭ ହେଲା। ମୁଁ ଭାଜପାକୁ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି ଏବଂ ମୁଁ ଆଶା କରୁଛି ଯେ ଦଳ ଦିଲ୍ଲୀବାସୀଙ୍କ ପାଇଁ କାମ କରିବ ବୋଲି ସେ କହିଛନ୍ତି।
The post ଦିଲ୍ଲୀ ଏବେ ମୁକ୍ତ; ସେ ଅହଂକାରୀ, ନିର୍ଲଜ, ଚରିତ୍ରହୀନ ବ୍ୟକ୍ତିଙ୍କ ପାଇଁ ସମବେଦନା ନାହିଁ: କୁମାର ବିଶ୍ୱାସ appeared first on Dharitri Odia News.