ସବୁଜ ହେବ ମହାନଦୀ କୂଳ

ଭୁବନେଶ୍ୱର,୨୬ା୭: ରାଜ୍ୟର ମୋହନ ମାଝୀ ସରକାର ବିଧାନସଭାରେ ଉପସ୍ଥାପିତ ପ୍ରଥମ ବଜେଟରେ ମହାନଦୀ ଅବବାହିକାରେ ମୃତ୍ତିକା କ୍ଷୟ ରୋକିବା, କୂଳର ସୌନ୍ଦର୍ଯ୍ୟକରଣ ଏବଂ ଆଧ୍ୟାମତ୍ିକ ଐତିହ୍ୟର ପ୍ରସାରକୁ ବିଶେଷ ଦୃଷ୍ଟି ଦେଇଛନ୍ତି। ତଦନୁଯାୟୀ ମହାନଦୀ ରିଭରଫ୍ରଣ୍ଟ ଡେଭେଲପ୍‌ମେଣ୍ଟ ଯୋଜନା କରାଯାଇଛି। ସମ୍ବଲପୁର ଓ କଟକରେ ମହାନଦୀ କୂଳରେ ଗୁଜରାଟର ସାବରମତୀ ରିଭରଫ୍ରଣ୍ଟ ପ୍ରକଳ୍ପ ଅନୁରୂପ ମହାନଦୀ ରିଭରଫ୍ରଣ୍ଟ ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପ ଅଧୀନରେ ମହାନଦୀ କୂଳରେ ପାର୍କ, ଚଲାପଥ, ଜିମ୍‌, ମୁକ୍ତାକାଶ ରଙ୍ଗମଞ୍ଚ, ସ୍ନାନଘାଟ ଆଦିର […] The post ସବୁଜ ହେବ ମହାନଦୀ କୂଳ appeared first on Dharitri Odia News.

ସବୁଜ ହେବ ମହାନଦୀ କୂଳ

ଭୁବନେଶ୍ୱର,୨୬ା୭: ରାଜ୍ୟର ମୋହନ ମାଝୀ ସରକାର ବିଧାନସଭାରେ ଉପସ୍ଥାପିତ ପ୍ରଥମ ବଜେଟରେ ମହାନଦୀ ଅବବାହିକାରେ ମୃତ୍ତିକା କ୍ଷୟ ରୋକିବା, କୂଳର ସୌନ୍ଦର୍ଯ୍ୟକରଣ ଏବଂ ଆଧ୍ୟାମତ୍ିକ ଐତିହ୍ୟର ପ୍ରସାରକୁ ବିଶେଷ ଦୃଷ୍ଟି ଦେଇଛନ୍ତି। ତଦନୁଯାୟୀ ମହାନଦୀ ରିଭରଫ୍ରଣ୍ଟ ଡେଭେଲପ୍‌ମେଣ୍ଟ ଯୋଜନା କରାଯାଇଛି। ସମ୍ବଲପୁର ଓ କଟକରେ ମହାନଦୀ କୂଳରେ ଗୁଜରାଟର ସାବରମତୀ ରିଭରଫ୍ରଣ୍ଟ ପ୍ରକଳ୍ପ ଅନୁରୂପ ମହାନଦୀ ରିଭରଫ୍ରଣ୍ଟ ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପ ଅଧୀନରେ ମହାନଦୀ କୂଳରେ ପାର୍କ, ଚଲାପଥ, ଜିମ୍‌, ମୁକ୍ତାକାଶ ରଙ୍ଗମଞ୍ଚ, ସ୍ନାନଘାଟ ଆଦିର ସୁବିଧା ଉପଲବ୍ଧ ହେବ। ଏଥିପାଇଁ ରାଜ୍ୟ ସରକାର ୫୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହାବାଦ୍‌ ନଦୀକୂଳରେ ମୃତ୍ତିକା କ୍ଷୟକୁ ରୋକିବା ପାଇଁ ସବୁଜ ବନାନୀ ସୃଷ୍ଟି କରାଯିବ। ‘ସବୁଜ ମହାନଦୀ ମିଶନ’ ପାଇଁ ୪୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
କେବଳ ଏତିକି ନୁହେଁ, ବନୀକରଣ ଏବଂ ବନ୍ୟଜନ୍ତୁ କାର୍ଯ୍ୟକଳାପ ପାଇଁ କାମ୍ପା ଅଧୀନରେ ୧,୧୬୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟରେ ସବୁଜିମା ବୃଦ୍ଧି ପାଇଁ ଅତିରିକ୍ତି ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଓଡ଼ିଶା ଜଙ୍ଗଲ କ୍ଷେତ୍ରର ବିକାଶ ପ୍ରକଳ୍ପ ସକାଶେ ଦ୍ୱିତୀୟ ପର୍ଯ୍ୟାୟରେ ୬୨ କୋଟି ଟଙ୍କା ଦିଆଯିବ। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଇକୋ ଟୁରିଜିମ୍‌ ପାଇଁ ୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

The post ସବୁଜ ହେବ ମହାନଦୀ କୂଳ appeared first on Dharitri Odia News.