ସୁଭଦ୍ରା ଯୋଜନା ଆବେଦନ ପାଇଁ …

ଖଜୁରୀପଡ଼ା, ୫ା୯( ବିଦୁର ବେହେରା): ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତୀକରଣ କରିବା ପାଇଁ ସୁଭଦ୍ରା ଯୋଜନା ମାଧ୍ୟମରେ ୫୦ ହଜାର ଟଙ୍କାର କ୍ୟାଶ୍‌ ଭାଉଚର୍‌ ଦେବା ପାଇଁ ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆବେଦନ ପାଇଁ ସରକାରୀ ପୋର୍ଟାଲ ଖୋଲା ରହିଥିବାରୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳାମାନେ ଅଙ୍ଗନୱାଡି କର୍ମୀଠାରୁ ଆବେଦନ ଫର୍ମ ଆଣି ଜନସେବା କେନ୍ଦ୍ର ସାମ୍ନାରେ ଖରା ବର୍ଷା ସହି ଲମ୍ବା ଲାଇନ ଲଗେଇ ଛିଡା ହୋଇ ରହୁଛନ୍ତି । […] The post ସୁଭଦ୍ରା ଯୋଜନା ଆବେଦନ ପାଇଁ … appeared first on Dharitri Odia News.

ସୁଭଦ୍ରା ଯୋଜନା ଆବେଦନ ପାଇଁ …

ଖଜୁରୀପଡ଼ା, ୫ା୯( ବିଦୁର ବେହେରା): ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତୀକରଣ କରିବା ପାଇଁ ସୁଭଦ୍ରା ଯୋଜନା ମାଧ୍ୟମରେ ୫୦ ହଜାର ଟଙ୍କାର କ୍ୟାଶ୍‌ ଭାଉଚର୍‌ ଦେବା ପାଇଁ ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆବେଦନ ପାଇଁ ସରକାରୀ ପୋର୍ଟାଲ ଖୋଲା ରହିଥିବାରୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳାମାନେ ଅଙ୍ଗନୱାଡି କର୍ମୀଠାରୁ ଆବେଦନ ଫର୍ମ ଆଣି ଜନସେବା କେନ୍ଦ୍ର ସାମ୍ନାରେ ଖରା ବର୍ଷା ସହି ଲମ୍ବା ଲାଇନ ଲଗେଇ ଛିଡା ହୋଇ ରହୁଛନ୍ତି । ଏହାର ପ୍ରଭାବ ସାରା ଜିଲାରେ ପଡିଥିବା ବେଳେ ଖଜୁରୀପଡ଼ା ବ୍ଲକରେ ମଧ୍ୟ ଏହାର ପ୍ରଭାବ ଗୁରୁବାର ଦିନ ଦେଖିବାକୁ ମିଳିଛି।

ସୁଭଦ୍ରା ଯୋଜନାରେ ମହିଳାମାନେ ଯେପରି ସୁଚାରୁ ଭାବେ ଆବେଦନ କରିପାରିବେ ସେଥି ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ୨୪ଟା କମନ ସର୍ଭିସିଂ ସେଣ୍ଟର୍‌ ଖୋଲା ଯିବା ସହିତ ୧୬ ଗୋଟି ଜନସେବା କେନ୍ଦ୍ରକୁ ଏହାର ଦାୟିତ୍ୱ ଦିଆଯାଇଛି ବୋଲି ଓଡ଼ିଶା ଜୀବିକା ମିଶନ ଅଧିକାରୀ ସନାତନ ମଲ୍ଲିକ ସୂଚନା ଦେଇଛନ୍ତି। କିନ୍ତୁ ବାସ୍ତବିକରେ ସରୋବର ଡାଉନ ଯୋଗୁଁ ସୁଭଦ୍ରା ଯୋଜନାରେ ଆବେଦନ ପ୍ରକ୍ରିୟା ବିଳମ୍ବ ହେଉଛି। ସକାଳୁ ସା, ରାତି ପର୍ଯ୍ୟନ୍ତ ମହିଳାମାନେ ହଇରାଣ ହରକତ ହୋଇ ଜନ ସେବା କେନ୍ଦ୍ର ସାମ୍ନାରେ ଛିଡା ହୋଇ ରହୁଛନ୍ତି। ଅନ୍ୟପକ୍ଷେ ଆଧାର ସହିତ ମୋବାଇଲ ନମ୍ବର ସଂଯୁକ୍ତ ହୋଇଥିବା ଜରୁରୀ ରହୁଛି ବୋଲି ମହିଳାମାନେ କୁହନ୍ତି । ତେଣୁ ଯାହାର ମୋବାଇଲ ସହିତ ଆଧାର ସଂଯୋଗୀକରଣ ହୋଇ ନାହିଁ ସେମାନେ ଆଧାର ସହିତ ମୋବାଇଲ ସଂଯୋଗ କରିବା ପାଇଁ ଆଧାର କେନ୍ଦ୍ର ଏବଂ ଜନସେବା କେନ୍ଦ୍ରରେ ଲମ୍ବା ଲାଇନ ଲଗେଇ ଛିଡାହୋଇ ଥିବା ଦେଖିବାକୁ ମିଳିଛି। ତେଣୁ ସରକାର ଏହି ସବୁ ସମସ୍ୟା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ମହିଳାମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି।

The post ସୁଭଦ୍ରା ଯୋଜନା ଆବେଦନ ପାଇଁ … appeared first on Dharitri Odia News.