ନିଆରା ମୟୁର: ଜଙ୍ଗଲ ନୁହେଁ, ଲୋକଙ୍କ ଗହଣରେ ରହିବାକୁ କରୁଛି ପସନ୍ଦ
ଦାରିଙ୍ଗବାଡି,୧୮।୧୨ (ଅରୁଣ ସାହୁ): ଜଙ୍ଗଲରେ ରହୁଥିବା ପ୍ରାଣୀ ମଧ୍ୟ ମଣିଷକୁ ଭଲ ପାଏ। ଏଭଳି ପରିସ୍ଥିତି ହୁଏ ନିଜ ଜଙ୍ଗଲ ଛାଡି ଗାଁ ବସତିକୁ ଚାଲିଆସେ। ଆଉ ଲୋକଙ୍କ ଗହଣରେ ରହିବାକୁ ପସନ୍ଦ କରେ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡି ବନାଞ୍ଚଳ ଗବାଟବାଡ଼ି ଗ୍ରାମରେ। ପିଲାଟି ଦିନରୁ ଏକ ମୟୁର ଜଙ୍ଗଲରୁ ଚାଲି ଆସିଛି ଜନ ବସତି ଆଡକୁ, ଆଉ ଲୋକଙ୍କ ଗହଳି ମଧ୍ୟରେ ଦିନ ତମାମ ରହିବା ସହ ଗାଁରେ ଚରିବୁଲି ଖାଇବା […] The post ନିଆରା ମୟୁର: ଜଙ୍ଗଲ ନୁହେଁ, ଲୋକଙ୍କ ଗହଣରେ ରହିବାକୁ କରୁଛି ପସନ୍ଦ appeared first on Dharitri Odia News.
ଦାରିଙ୍ଗବାଡି,୧୮।୧୨ (ଅରୁଣ ସାହୁ): ଜଙ୍ଗଲରେ ରହୁଥିବା ପ୍ରାଣୀ ମଧ୍ୟ ମଣିଷକୁ ଭଲ ପାଏ। ଏଭଳି ପରିସ୍ଥିତି ହୁଏ ନିଜ ଜଙ୍ଗଲ ଛାଡି ଗାଁ ବସତିକୁ ଚାଲିଆସେ। ଆଉ ଲୋକଙ୍କ ଗହଣରେ ରହିବାକୁ ପସନ୍ଦ କରେ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡି ବନାଞ୍ଚଳ ଗବାଟବାଡ଼ି ଗ୍ରାମରେ। ପିଲାଟି ଦିନରୁ ଏକ ମୟୁର ଜଙ୍ଗଲରୁ ଚାଲି ଆସିଛି ଜନ ବସତି ଆଡକୁ, ଆଉ ଲୋକଙ୍କ ଗହଳି ମଧ୍ୟରେ ଦିନ ତମାମ ରହିବା ସହ ଗାଁରେ ଚରିବୁଲି ଖାଇବା ସହ ଲୋକମାନେ ମଧ୍ୟ କିଛି ଖାଦ୍ୟ ଦେଲେ ତାକୁ ଖାଇଥାଏ। ଆଉ ଶୋଇବା ପାଇଁ ଗାଁ ମୁଣ୍ଡରେ ଏକ ବିରାଟକାୟ ଗଛ ଉପରେ ଶୋଇଥାଏ । ନିଜକୁ ବିପଦ ମଣିଲେ ସେ ସିଧା ଉକ୍ତ ଗଛକୁ ଉଡି ଚାଲିଯାଏ। ଗାଁର ଛୋଟ ଶିଶୁଙ୍କ ସହ ଖେଳିବା ଓ ବୁଲିବାକୁ ମୟୁରଟି ଅଧିକା ପସନ୍ଦ କରିଥାଏ। ଗାଁ ମୁଣ୍ଡରେ ଭିଡ଼ ଦେଖିଲେ ସେଠାକୁ ଚାଲିଆସେ ଓ ଲୋକଙ୍କ ନିକଟରେ ରହିଥାଏ। ଗାଁକୁ ଆସୁଥିବା ଲୋକଙ୍କୁ ସେ ପୂର୍ବରୁ ଜାଣିଥିଲା ଭଳି ତାଙ୍କ ନିକଟକୁ ନିର୍ଭୟରେ ଚାଲିଆସେ। ଯଦି କେହି ସେହି ମୟୁର ନିକଟରେ କିଛି ସମୟ ଅଟକି ଯାଏ ତେବେ ସେ ବ୍ୟକ୍ତି ଜଣଙ୍କ ଗାଁ ଛାଡିବା ବେଳେ କିଛି ବାଟ ତାଙ୍କ ପଛରେ ଦୌଡ଼ି ଆସେ ଓ ସେଠାରୁ ପୁଣି ଗାଁ ମୁହଁକୁ ଚାଲିଯାଏ। ସ୍ଥାନୀୟ ଲୋକ କୁହନ୍ତି ପ୍ରାୟ ମୟୁରଟି ଆଉ ଜଙ୍ଗଲ ମୁହାଁ ହେଉନି। ସେ ଲୋକଙ୍କ ଗହଣ ଓ ଭିଡ଼ ଭିତରେ ରହିବାକୁ ପସନ୍ଦ କରିଥାଏ। ଯେଉଁ ଗାଁଟିରେ ମୟୁରଟି ବୁଲୁଛି ସେହି ଗାଁକୁ ଲାଗିକି ପାହାଡ଼, ଜଙ୍ଗଲ ରହିଥିବାରୁ ବୋଧେ ସେ ଜଙ୍ଗଲ ଭଳି ଭାବନାରେ ଅଟକି ଯାଇଥିବା କୁହାଯାଉଛି। ଏଭଳି ଦୀର୍ଘ ଦିନ ହେଲା ମୟୁରଟି ବୁଲୁଥିବା କୁହାଯାଉଛି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଉକ୍ତ ଅଞ୍ଚଳରେ ପ୍ରବଳ ମୟୁର ରହିଥିବାବେଳେ ଏବେ ଉକ୍ତ ଅଞ୍ଚଳରେ ମୟୂରଙ୍କ ସଂଖ୍ୟା ବହୁତ କମିଯାଇଥିବା କୁହାଯାଇଛି।
The post ନିଆରା ମୟୁର: ଜଙ୍ଗଲ ନୁହେଁ, ଲୋକଙ୍କ ଗହଣରେ ରହିବାକୁ କରୁଛି ପସନ୍ଦ appeared first on Dharitri Odia News.