ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନିଯୁକ୍ତି
ଭୁବନେଶ୍ୱର, ୨୯।୬: ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଗ୍ରାମୀଣ ବିକାଶ ବିଭାଗ ଦ୍ୱାରା ଜାରି ଏକ ଅଫିସିଆଲ ନୋଟିସ ଅନୁଯାୟୀ, ସାସ୍ୱତ ମିଶ୍ର (IAS, RR-1996), ପ୍ରଧାନ ସଚିବ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଛନ୍ତି। ସେ ମଧ୍ୟ ଆନୁଷଙ୍ଗିକ ଭାବେ ବିତ୍ତ ବିଭାଗ ଏବଂ IDCO’ର ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜାରି ହୋଇଥିବା ନୋଟିସ ଅନୁଯାୟୀ, ମିଶ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରଧାନ ସଚିବ ଭାବେ କାର୍ଯ୍ୟ କରିବା ସହ ବିତ୍ତ ବିଭାଗ […] The post ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନିଯୁକ୍ତି appeared first on Dharitri Odia News.
ଭୁବନେଶ୍ୱର, ୨୯।୬: ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଗ୍ରାମୀଣ ବିକାଶ ବିଭାଗ ଦ୍ୱାରା ଜାରି ଏକ ଅଫିସିଆଲ ନୋଟିସ ଅନୁଯାୟୀ, ସାସ୍ୱତ ମିଶ୍ର (IAS, RR-1996), ପ୍ରଧାନ ସଚିବ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଛନ୍ତି। ସେ ମଧ୍ୟ ଆନୁଷଙ୍ଗିକ ଭାବେ ବିତ୍ତ ବିଭାଗ ଏବଂ IDCO’ର ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଜାରି ହୋଇଥିବା ନୋଟିସ ଅନୁଯାୟୀ, ମିଶ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରଧାନ ସଚିବ ଭାବେ କାର୍ଯ୍ୟ କରିବା ସହ ବିତ୍ତ ବିଭାଗ ଓ IDCOର ଚେୟାରମ୍ୟାନ ଭାବେ ମଧ୍ୟ ଅଧିକ ଦାୟିତ୍ୱ ପାଇଛନ୍ତି। ଏହି ନିଯୁକ୍ତି ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାପନାରେ ଏକ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।
ତେବେ ରଥଯାତ୍ରା ପରିଚାଳନାକୁ ନେଇ ଉଠୁଥିବା ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ସଚିବ ନିଯୁକ୍ତି ପାଇଛନ୍ତି।
The post ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନିଯୁକ୍ତି appeared first on Dharitri Odia News.