ସୁପର ଭାସମଲ ପିଇଦେଲେ ମହିଳା ସେଲ୍ସମ୍ୟାନ
ଅନୁଗୋଳ, ୧୬।୧ (ଅମିତ କୁମାର ସାମଲ): ଅନୁଗୋଳ ସହରର ଏକ ମଲ୍ରେ କାର୍ଯ୍ୟ କରୁଥିବା ଜଣେ ମହିଳା ସେଲ୍ସମ୍ୟାନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏ ନେଇ ତାଙ୍କ ମା’ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ନଂ. ୫୮/୨୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, କିଶୋର ନଗର ବ୍ଲକ ଅଞ୍ଚଳର ସମ୍ପୃକ୍ତା ଯୁବତୀ ୩ ବର୍ଷ ହେବ ଅନୁଗୋଳ ଲକ୍ଷ୍ମୀବଜାରସ୍ଥିତ ଏକ ମଲ୍ରେ କାର୍ଯ୍ୟ କରୁଥିଲେ। ସେ […] The post ସୁପର ଭାସମଲ ପିଇଦେଲେ ମହିଳା ସେଲ୍ସମ୍ୟାନ appeared first on Dharitri Odia News.
ଅନୁଗୋଳ, ୧୬।୧ (ଅମିତ କୁମାର ସାମଲ): ଅନୁଗୋଳ ସହରର ଏକ ମଲ୍ରେ କାର୍ଯ୍ୟ କରୁଥିବା ଜଣେ ମହିଳା ସେଲ୍ସମ୍ୟାନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏ ନେଇ ତାଙ୍କ ମା’ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ନଂ. ୫୮/୨୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, କିଶୋର ନଗର ବ୍ଲକ ଅଞ୍ଚଳର ସମ୍ପୃକ୍ତା ଯୁବତୀ ୩ ବର୍ଷ ହେବ ଅନୁଗୋଳ ଲକ୍ଷ୍ମୀବଜାରସ୍ଥିତ ଏକ ମଲ୍ରେ କାର୍ଯ୍ୟ କରୁଥିଲେ। ସେ ଗାନ୍ଧୀମାର୍ଗ ଅଞ୍ଚଳରେ ରହୁଥିଲେ। ଗତ ୧୨ ତାରିଖରେ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ୧୩ ତାରିଖରେ ପରିବାର ଲୋକେ ତାଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ହେଁ ସମ୍ଭବ ହୋଇପାରି ନ ଥିଲା। ପରେ ଅନ୍ୟ ଜଣେ ଫୋନ ଉଠାଇ ଝିଅଙ୍କ ବେକ ଓ ପେଟ ପୀଡ଼ା ହେଉଥିବାରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଥିଲେ। ପରିବାର ଲୋକ କଟକରେ ପହଞ୍ଚିବା ପରେ ଝିଅ ସୁପର ଭାସମଲ ପିଇ ଦେଇଥିବାରୁ ତାର ମୃତ୍ୟୁ ହୋଇଥିବା ମଲ୍ର ୨ ଜଣ ସହକର୍ମୀଙ୍କ ଠାରୁ ଜାଣିବାକୁ ପାଇଥିଲେ। ଝିଅଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ୁଥିବାରୁ ଯୁବତୀଙ୍କ ମା’ ଥାନାରେ ଏତଲା ଦେଇଛନ୍ତି।
The post ସୁପର ଭାସମଲ ପିଇଦେଲେ ମହିଳା ସେଲ୍ସମ୍ୟାନ appeared first on Dharitri Odia News.