୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ
ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଚିନଙ୍କୁ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଏ। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାମରେ ଏପରି ଅନେକ ରେକର୍ଡ ଅଛି, ଯାହା କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ ଭାଙ୍ଗିବା ବହୁତ କଷ୍ଟକର। ଅନ୍ତର୍ଜାତୀୟ କ୍ରିକେଟରେ ସଚିନ ସର୍ବାଧିକ ରନ ସ୍କୋରର। ଅନ୍ତର୍ଜାତୀୟ କ୍ରିକେଟରେ ଅଧିକାଂଶ ଶତକ, […] The post ୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ appeared first on Dharitri Odia News.
ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଚିନଙ୍କୁ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଏ। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାମରେ ଏପରି ଅନେକ ରେକର୍ଡ ଅଛି, ଯାହା କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ ଭାଙ୍ଗିବା ବହୁତ କଷ୍ଟକର।
ଅନ୍ତର୍ଜାତୀୟ କ୍ରିକେଟରେ ସଚିନ ସର୍ବାଧିକ ରନ ସ୍କୋରର। ଅନ୍ତର୍ଜାତୀୟ କ୍ରିକେଟରେ ଅଧିକାଂଶ ଶତକ, ଅଧିକାଂଶ ଟେଷ୍ଟ ରନ ଏବଂ ୫୦ରୁ ଅଧିକ ସ୍କୋର କରିବାର ରେକର୍ଡ ମଧ୍ୟ ସେ ରଖିଛନ୍ତି।
ଏପ୍ରିଲ ୨୪, ୧୯୭୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ସଚିନ ୧୯୮୯ ମସିହାରେ ପାକିସ୍ତାନ ବିପକ୍ଷରେ ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସ୍କୋରର୍ ହୋଇଥିଲେ। ସେ ନଭେମ୍ବର ୨୦୧୩ରେ ସମସ୍ତ ପ୍ରକାର ଖେଳରୁ ଅବସର ନେଇଥିଲେ।
The post ୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ appeared first on Dharitri Odia News.