ପ୍ରଥମ ରାଲିରେ ଦମ୍ଭୋକ୍ତି ଦେଖାଇଲେ ବିଜୟ; ଜାଣନ୍ତୁ କାହାକୁ କରିବେ ସମର୍ଥନ

ଚେନ୍ନାଇ,୨୭।୧୦: ଅଭିନୟରୁ ରାଜନୀତିରେ ପ୍ରବେଶ କରିଥିବା ତାମିଲନାଡୁର ଚର୍ଚ୍ଚିତ ଅଭିନେତା ଥାଲପଥି ବିଜୟ ରବିବାର ପ୍ରଥମ ରାଜନୈତିକ ରାଲିକୁ ସମ୍ବୋଧନ କରିଛନ୍ତି। ଏଠାରେ ସେ ନିଜ ପାର୍ଟିର ବିଚାରଧାରା, ଏବଂ ଲକ୍ଷ୍ୟ ଘୋଷଣା କରିଛନ୍ତି। ଏହି ରାଲିରେ ବିଜୟ ସମାନତା, ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା, ତାମିଲ ଭାଷାକୁ କୋର୍ଟରେ ପ୍ରଶାସନିକ ଭାଷା ଭାବରେ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟପାଳ ପଦବୀ ହଟାଇବା ଉପରେ ଜୋର ଦେଇଥିଲେ। ରାଜ୍ୟରେ ନୂଆକରି ଆରମ୍ଭ ହୋଇଥିବା ବିଜୟଙ୍କ ତାମିଲାଗା ଭେତ୍ରି କାଗଜମ(ତିଭିକେ) […] The post ପ୍ରଥମ ରାଲିରେ ଦମ୍ଭୋକ୍ତି ଦେଖାଇଲେ ବିଜୟ; ଜାଣନ୍ତୁ କାହାକୁ କରିବେ ସମର୍ଥନ appeared first on Dharitri Odia News.

ପ୍ରଥମ ରାଲିରେ ଦମ୍ଭୋକ୍ତି ଦେଖାଇଲେ ବିଜୟ; ଜାଣନ୍ତୁ କାହାକୁ କରିବେ ସମର୍ଥନ

ଚେନ୍ନାଇ,୨୭।୧୦: ଅଭିନୟରୁ ରାଜନୀତିରେ ପ୍ରବେଶ କରିଥିବା ତାମିଲନାଡୁର ଚର୍ଚ୍ଚିତ ଅଭିନେତା ଥାଲପଥି ବିଜୟ ରବିବାର ପ୍ରଥମ ରାଜନୈତିକ ରାଲିକୁ ସମ୍ବୋଧନ କରିଛନ୍ତି। ଏଠାରେ ସେ ନିଜ ପାର୍ଟିର ବିଚାରଧାରା, ଏବଂ ଲକ୍ଷ୍ୟ ଘୋଷଣା କରିଛନ୍ତି। ଏହି ରାଲିରେ ବିଜୟ ସମାନତା, ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା, ତାମିଲ ଭାଷାକୁ କୋର୍ଟରେ ପ୍ରଶାସନିକ ଭାଷା ଭାବରେ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟପାଳ ପଦବୀ ହଟାଇବା ଉପରେ ଜୋର ଦେଇଥିଲେ।

ରାଜ୍ୟରେ ନୂଆକରି ଆରମ୍ଭ ହୋଇଥିବା ବିଜୟଙ୍କ ତାମିଲାଗା ଭେତ୍ରି କାଗଜମ(ତିଭିକେ) ପାର୍ଟିର ପ୍ରଥମ ରାଲିରେ ଅସହ୍ୟ ଖରାକୁ ଖାତିର ନ କରି ଲକ୍ଷାଧିକ ଲୋକେ ଯୋଗ ଦେଇଥିଲେ। ନିଜ ଦଳର ଆଦର୍ଶକୁ ପ୍ରକାଶ କରି ବିଜୟ ତାମିଲନାଡୁରେ ତାମିଲ ଭାଷାକୁ “କୋର୍ଟ ଏବଂ ମନ୍ଦିରର ମୁଖ୍ୟ ଭାଷା” ଭାବରେ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରି ଆଞ୍ଚଳିକ ଐତିହ୍ୟକୁ ସମ୍ମାନ କରୁଥିବା ସାଂସ୍କୃତିକ ନବୀକରଣ ପାଇଁ ଦାବି କରିଥିଲେ।

ବିଜୟଙ୍କ ଦଳର ପ୍ରମୁଖ ଏଜେଣ୍ଡା ହେଉଛି,

ରାଜ୍ୟପାଳଙ୍କ ପଦବୀ ଶେଷ କରିବା, ତାମିଲ ଭାଷାକୁ କୋର୍ଟରେ ସରକାରୀ ଭାଷା କରିବା, ମହିଳାଙ୍କ ପାଇଁ ସମାନ ସୁବିଧା ସୁଯୋଗ, ଜାତି ଭିତ୍ତିକ ଜନଗଣନା କରିବା, ଶିକ୍ଷାକୁ ରାଜ୍ୟ ସରକାରଙ୍କ ଅଧୀନକୁ ପୁଣିଆଣିବା, ଜାତି, ଧର୍ମ, ଜାତି, ରଙ୍ଗ ଇତ୍ୟାଦି ଉପରେ ଆଧାରିତ ଭେଦଭାବ ଦୂର କରିବା, ଦୁର୍ନୀତି ମୁକ୍ତ ଶାସନ, କେନ୍ଦ୍ର ସରକାରଙ୍କ ଲୋକବିରୋଧୀ ଯୋଜନାକୁ ବିରୋଧ କରିବା, ତାମିଲନାଡୁ ପାଇଁ 2 ଭାଷା ନୀତି, ତାମିଲନାଡୁକୁ ନିଶାଦ୍ରବ୍ୟ ମୁକ୍ତ କରିବା, ରାଜନେତା ମାନଙ୍କ ପାଇଁ ଆଦର୍ଶ ଆଚରଣବିଧି ରଖିବା, ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ, ସମାନତା ଏବଂ ଗଣତନ୍ତ୍ର ଉପରେ ଜୋର ଦେବା।

The post ପ୍ରଥମ ରାଲିରେ ଦମ୍ଭୋକ୍ତି ଦେଖାଇଲେ ବିଜୟ; ଜାଣନ୍ତୁ କାହାକୁ କରିବେ ସମର୍ଥନ appeared first on Dharitri Odia News.