ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶ ନେଇ ଯାଇଥିବା ସ୍ପେସ୍କ୍ରାଫ୍ଟ ଫେରିଲା, ଏହି ସମୟର ଭିଡିଓ ଦେଖିଲେ…
ଓ୍ବାଶିଂଟନ,୭ା୯: ନାସା ମହାକାଶଚାରୀ ସୁନୀତା ଓ୍ବଲିୟମ୍ସ ଏବଂ ବୁଚ୍ ଓ୍ବିଲ୍ମୋରଙ୍କୁ ମହାକାଶକୁ ନେଇଥିବା ମହାକାଶଯାନ ପୃଥିବୀକୁ ଫେରିଛି। ଜୁନ୍ ପ୍ରଥମ ସପ୍ତାହରେ, ବୋଇଂ ଷ୍ଟାର୍ଲାଇନର ମହାକାଶଯାନ ସୁନୀତା ଏବଂ ବୁଚ୍ଙ୍କୁ ମହାକାଶକୁ ନେଇଥିଲା। ଏହା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଭୟ ମହାକାଶଚାରୀ ପୃଥିବୀକୁ ଫେରିପାରିଲେ ନାହିଁ। ବର୍ତ୍ତମାନ ଏହି ମହାକାଶଯାନ ବିନା କ୍ରୁ’ରେ ପୃଥିବୀକୁ ଫେରିଆସିଛି। ମହାକାଶଯାନ ସିନା ଫେରିଛି ମାତ୍ର ସୁନୀତା ଏବଂ ବୁଚ୍ ଆସନ୍ତା ବର୍ଷ ଫେବୃଆରୀରେ ଫେରିବେ। ଷ୍ଟାର୍ଲାଇଇନର ସେପ୍ଟେମ୍ବର ୬ […] The post ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶ ନେଇ ଯାଇଥିବା ସ୍ପେସ୍କ୍ରାଫ୍ଟ ଫେରିଲା, ଏହି ସମୟର ଭିଡିଓ ଦେଖିଲେ… appeared first on Dharitri Odia News.
ଓ୍ବାଶିଂଟନ,୭ା୯: ନାସା ମହାକାଶଚାରୀ ସୁନୀତା ଓ୍ବଲିୟମ୍ସ ଏବଂ ବୁଚ୍ ଓ୍ବିଲ୍ମୋରଙ୍କୁ ମହାକାଶକୁ ନେଇଥିବା ମହାକାଶଯାନ ପୃଥିବୀକୁ ଫେରିଛି। ଜୁନ୍ ପ୍ରଥମ ସପ୍ତାହରେ, ବୋଇଂ ଷ୍ଟାର୍ଲାଇନର ମହାକାଶଯାନ ସୁନୀତା ଏବଂ ବୁଚ୍ଙ୍କୁ ମହାକାଶକୁ ନେଇଥିଲା। ଏହା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଭୟ ମହାକାଶଚାରୀ ପୃଥିବୀକୁ ଫେରିପାରିଲେ ନାହିଁ। ବର୍ତ୍ତମାନ ଏହି ମହାକାଶଯାନ ବିନା କ୍ରୁ’ରେ ପୃଥିବୀକୁ ଫେରିଆସିଛି।
ମହାକାଶଯାନ ସିନା ଫେରିଛି ମାତ୍ର ସୁନୀତା ଏବଂ ବୁଚ୍ ଆସନ୍ତା ବର୍ଷ ଫେବୃଆରୀରେ ଫେରିବେ। ଷ୍ଟାର୍ଲାଇଇନର ସେପ୍ଟେମ୍ବର ୬ ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ସ୍ପେସ୍ ସେଣ୍ଟରରୁ ବାହାରି ୭ ସେପ୍ଟେମ୍ବର ଅର୍ଥାତ୍ ଶନିବାର ପୃଥିବୀକୁ ଫେରିଛି। ଏହି ମିଶନ ଉପରେ ସାରା ବିଶ୍ୱର ବୈଜ୍ଞାନିକଙ୍କ ନଜର ରହିଥିଲା।
ସୂଚନାନୁସାରେ, ଷ୍ଟାର୍ଲାଇନାର ମହାକାଶଯାନ ଆଜି ଭାରତୀୟ ସମୟ ଭୋର୍ ୩.୩୦ରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେଶନ (ଆଇଏସ୍)ରୁ ଅଲଗା ହୋଇଛି। ସକାଳ ୯.୩୨ରେ ଏହା ଆମେରିକାର ନ୍ୟୁ ମେକ୍ସିକୋର ହ୍ବାଇଟ୍ ସ୍ୟାଣ୍ଡ ସ୍ପେସ ହାରବର୍ (ମରୁଭୂମି)ରେ ଅବତରଣ କରିଛି।
ବୋଇଂ କମ୍ପାନୀ ଏହି ସ୍ପେସ କ୍ରାଫ୍ଟ ତିଆରି କରିଛି। ଜୁନ୍ ୫ରେ ସୁନୀତା ଏବଂ ବୁଚ୍ଙ୍କୁ ଆଇଏସ୍ଏସ୍କୁ ପଠାଯାଇଥିଲା। ଏହା କେବଳ ୮ ଦିନର ଏକ ମିଶନ ଥିଲା। କିନ୍ତୁ ବୈଷୟିକ ତ୍ରୁଟି ଯୋଗୁ ଏହା ମହାକାଶରେ ଅଟକିଛି। ବର୍ତ୍ତମାନ ଏହି ମହାକାଶଯାନ ବିନା କ୍ରୁରେ ପୃଥିବୀକୁ ଫେରିଛି ସୁନୀତା ଏବଂ ବୁଚ୍ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେଶନରେ ରହିବେ। ଫେବୃଆରୀରେ ସ୍ପେସ୍ ଏକ୍ସ ବିମାନ ଦ୍ୱାରା ସେମାନଙ୍କୁ ଫେରାଇ ଅଣାଯିବ।
The post ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶ ନେଇ ଯାଇଥିବା ସ୍ପେସ୍କ୍ରାଫ୍ଟ ଫେରିଲା, ଏହି ସମୟର ଭିଡିଓ ଦେଖିଲେ… appeared first on Dharitri Odia News.