ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀ : ନବୀନା,ସୁରେଶ ବିଜେଡି ଆଶାୟୀ , କାହାକୁ ମିଳିବ ଟିକେଟ୍
ଉମରକୋଟ, ୨୫।୨(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ୪ ଆଶାୟୀଙ୍କୁ ନେଇ ଏବେ ଚାଲିଛି ଚର୍ଚ୍ଚା। କଂଗ୍ରେସରୁ ସନରାଜ ଗଣ୍ଡ ଜଣେମାତ୍ର ଆଶାୟୀ ଥିବା ବେଳେ ଭାଜପାର ସଂଖ୍ୟା ମଧ୍ୟ ସେହି ଏକ। ଅର୍ଥାତ୍ ବର୍ତ୍ତମାନ ଭାଜପାରୁ ବିଧାୟକ ଥିବା ନିତ୍ୟାନନ୍ଦ ଗଣ୍ଡଙ୍କ ବ୍ୟତୀତ ଆଉ କାହାରି ନାମ ଚର୍ଚ୍ଚାକୁ ଆସିନାହିଁ। ତେବେ ଶାସକ ବିଜେଡିରୁ ୨ ଜଣ ଆଶାୟୀ ଅଛନ୍ତି। ରାଇଘର ବ୍ଲକ […] The post ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀ : ନବୀନା,ସୁରେଶ ବିଜେଡି ଆଶାୟୀ , କାହାକୁ ମିଳିବ ଟିକେଟ୍ appeared first on Dharitri Odia News.
ଉମରକୋଟ, ୨୫।୨(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ୪ ଆଶାୟୀଙ୍କୁ ନେଇ ଏବେ ଚାଲିଛି ଚର୍ଚ୍ଚା। କଂଗ୍ରେସରୁ ସନରାଜ ଗଣ୍ଡ ଜଣେମାତ୍ର ଆଶାୟୀ ଥିବା ବେଳେ ଭାଜପାର ସଂଖ୍ୟା ମଧ୍ୟ ସେହି ଏକ। ଅର୍ଥାତ୍ ବର୍ତ୍ତମାନ ଭାଜପାରୁ ବିଧାୟକ ଥିବା ନିତ୍ୟାନନ୍ଦ ଗଣ୍ଡଙ୍କ ବ୍ୟତୀତ ଆଉ କାହାରି ନାମ ଚର୍ଚ୍ଚାକୁ ଆସିନାହିଁ। ତେବେ ଶାସକ ବିଜେଡିରୁ ୨ ଜଣ ଆଶାୟୀ ଅଛନ୍ତି। ରାଇଘର ବ୍ଲକ ଅଧ୍ୟକ୍ଷା ନବୀନା ନାୟକଙ୍କ ନାମ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ଯୁବ ଡାକ୍ତର ସୁରେଶ ଝାଙ୍କର ଆଶାୟୀ ତାଲିକାରେ ସାମିଲ ହୋଇଛନ୍ତି।
।ମରକୋଟ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି। ଭାଜପାର ନିତ୍ୟାନନ୍ଦ ଗଣ୍ଡ ବିଧାୟକ ହେବା ପୂର୍ବରୁ ଓକିଲାତି କରୁଥିଲେ। ୨୦୧୯ରେ ଭାଜପା ତାଙ୍କ ଉପରେ ଭରସା କରିଥିଲା। ପ୍ରଥମ ଥର ରାଜନୀତିକୁ ଓହ୍ଲାଇଥିବା ନିତ୍ୟାନନ୍ଦ ବିଜେଡିରୁ ୨ ଥର (୨୦୧୧ ଉପନିର୍ବାଚନ ଓ ୨୦୧୪ ସାଧାରଣ ନିର୍ବାଚନ) ବିଧାୟକ ହୋଇଥିବା ସୁବାସ ଗଣ୍ଡଙ୍କୁ ପରାସ୍ତ କରିଥିଲେ। ଚଳିତ ଥର ଏଠାରେ ଶାସକ ବିଜେଡି ମହିଳା କାର୍ଡ ଖେଳିପାରେ ବୋଲି ଆଲୋଚନା ହେଉଛି। ସେହି ଅନୁଯାୟୀ ପୂର୍ବତନ ବିଧାୟକ ସୁବାସ ଗଣ୍ଡଙ୍କ ସ୍ତ୍ରୀ ତଥା ରାଇଘର ବ୍ଲକ ଅଧ୍ୟକ୍ଷା ନବୀନା ନାୟକଙ୍କ ନାମକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ନବୀନା ୨ଥର ରାଇଘର ବ୍ଲକ ଅଧ୍ୟକ୍ଷା, ୩ଥର ସମିତି ସଭ୍ୟ ଓ ଥରେ ଜିଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଏବେ ବିଜେଡି ମହିଳା ସେଲ୍ ରାଜ୍ୟ ସମ୍ପାଦକ ଅଛନ୍ତି। ଇତିମଧ୍ୟରେ ଡାକ୍ତର ସୁରେଶ ଝାଙ୍କର ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ପାଗ ଭିଡ଼ିଥିବା କୁହାଯାଉଛି। ସୁରେଶଙ୍କ ଘର ରାଇଘର ବ୍ଲକ କାଲିଆପଦର। ସେ କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ଡେଙ୍ଗାପଦର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟରତ। ତାଙ୍କର ରାଜନୀତିରେ କୌଣସି ପ୍ରତ୍ୟକ୍ଷ ଅଭିଜ୍ଞତା ନ ଥିଲେ ମଧ୍ୟ ରାଜନୀତିଆ ପରିବାରରୁ ଆସିଛନ୍ତି। ସୁରେଶଙ୍କ ବଡ଼ବାପା ଖେଦୁରାମ ଝାଙ୍କର ରାଇଘର ବ୍ଲକର କୁରାବେଡ଼ା ପଞ୍ଚାୟତରୁ ୪ଥର ସରପଞ୍ଚ ଓ ପୂର୍ବରୁ ଦୁଇଥର ରାଇଘର ବ୍ଲକ ଅଧ୍ୟକ୍ଷ ମଧ୍ୟ ରହିଥିଲେ। ସେ ବିଜୁ ବାବୁଙ୍କ ଅନୁଗାମୀ ରହିଆସିଛନ୍ତି। ପୂର୍ବରୁ ଜନତା ଦଳ ଓ ଏବେ ବିଜେଡିର ସମର୍ଥକ। ସେହିଭଳି ସୁରେଶଙ୍କ ବଡ଼ ଭାଇ ଗୁପ୍ତ ପ୍ରସାଦ ଝାଙ୍କର ବର୍ତ୍ତମାନ ରାଇଘର ବ୍ଲକ ଉପାଧ୍ୟକ୍ଷ ଏବଂ ଭାଉଜ କୁରାବେଡ଼ା ସମିତି ସଭ୍ୟ ରହିଛନ୍ତି। ସୁରେଶ ଜାନୁଆରୀ ୧୯ରେ ବିଜେଡି ଉଚ୍ଚ ନେତାଙ୍କୁ ଭୁବନେଶ୍ୱରରେ ଭେଟି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ଜଣାଇଛନ୍ତି ବୋଲି କହୁଛନ୍ତି। ସେ ଏବେ ଅନେକ ଗ୍ରାମରେ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରୁଥିବା ଦେଖିବାକୁ ମିଳୁଛି। ବିଜେଡିର ଗୋଟିଏ ଗୋଷ୍ଠୀ ସୁରେଶଙ୍କୁ ସମର୍ଥନ ଜଣାଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଫଟୋ ମଧ୍ୟ ପୋଷ୍ଟ କରୁଛନ୍ତି। ବିଜେଡି ତାଙ୍କୁ ବିଶ୍ୱାସକୁ ନେଇ ପ୍ରାର୍ଥୀ କରାଇଲେ ସେ ବହୁ ଭୋଟ ବ୍ୟବଧାନରେ ବିରୋଧୀଙ୍କୁ ହରାଇବେ ବୋଲି ତାଙ୍କ ସମର୍ଥକ କହୁଛନ୍ତି।
The post ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀ : ନବୀନା,ସୁରେଶ ବିଜେଡି ଆଶାୟୀ , କାହାକୁ ମିଳିବ ଟିକେଟ୍ appeared first on Dharitri Odia News.