ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍
ପ୍ୟାରିସ୍,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ ପ୍ଲେ ଅଫ୍ରେ ୧୦-୦ ବ୍ୟବଧାନରେ ବ୍ରାଜିଲର ଡି ଓଲିଭରେଙ୍କୁ ପରାସ୍ତ କରିଥିଲେ। ମଧ୍ୟପ୍ରଦେଶର ଶେହୋରେରୁ ଆସୁଥିବା ୨୩ ବର୍ଷୀୟ କପିଲ ଜଣେ ଟ୍ୟାକ୍ସି ଚାଳକଙ୍କ ପୁଅ। ପିଲାଦିନେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଗାଁ ପଡିଆରେ ଖେଳୁଥିବା ସମୟରେ ଏକ ପାଣି ପମ୍ପରୁ ତାଙ୍କ ଦେହରେ ବିଦ୍ୟୁତ୍ ଆଘାତ […] The post ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍ appeared first on Dharitri Odia News.
ପ୍ୟାରିସ୍,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ ପ୍ଲେ ଅଫ୍ରେ ୧୦-୦ ବ୍ୟବଧାନରେ ବ୍ରାଜିଲର ଡି ଓଲିଭରେଙ୍କୁ ପରାସ୍ତ କରିଥିଲେ। ମଧ୍ୟପ୍ରଦେଶର ଶେହୋରେରୁ ଆସୁଥିବା ୨୩ ବର୍ଷୀୟ କପିଲ ଜଣେ ଟ୍ୟାକ୍ସି ଚାଳକଙ୍କ ପୁଅ। ପିଲାଦିନେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଗାଁ ପଡିଆରେ ଖେଳୁଥିବା ସମୟରେ ଏକ ପାଣି ପମ୍ପରୁ ତାଙ୍କ ଦେହରେ ବିଦ୍ୟୁତ୍ ଆଘାତ ଲାଗିଥିଲା। ବିଦ୍ୟୁତ୍ ଆଘାତ ଏତେ ଭୟଙ୍କର ରହିଥିଲା ଯେ, କପିଲ ୬ ମାସ ଯାଏ କୋମାରେ ରହିଥିଲେ। କୋମାରୁ ବାହାରିବା ପରେ କପିଲଙ୍କ ଦୃଷ୍ଟିଶକ୍ତି ୯୦ ପ୍ରତିଶତ ଖରାପ ହୋଇ ସାରିଥିଲା। ଦୀର୍ଘ ବର୍ଷର କଠିନ ପରିଶ୍ରମ ପରେ ପାରାଲିମ୍ପିକ୍ସରେ ପଦକ ଜିତି କପିଲ ଦେଶକୁ ଗୌରବାନ୍ବିତ କରିଛନ୍ତି।
ଚାରି ଭାଇ ଭଉଣୀଙ୍କ ମଧ୍ୟରେ କପିଲ ସବୁଠାରୁ ସାନ। ପିତା ଟ୍ୟାକ୍ସି ଡ୍ରାଇଭର ଭାବରେ କାମ କରୁଥିବା ବେଳେ ଭଉଣୀ ଏକ ପ୍ରାଥମିକ ସ୍କୁଲରେ ପାଠ ପଢାନ୍ତି। ଅନ୍ୟପକ୍ଷରେ ଗୁଜୁରାଣ ମେଣ୍ଟାଇବା ପାଇଁ ବଡ଼ ଭାଇ ଲଳିତଙ୍କ ସହ ମିଶି ଏକ ଚା’ ଦୋକାନ ଚଳାନ୍ତି କପିଲ। ଜୀବନର ସଂଘର୍ଷ ମଧ୍ୟରେ ଜୁଡୋ ପ୍ରତି ଥିବା କପିଲଙ୍କ ଭଲ ପାଇବା କମ୍ ହୋଇ ନ ଥିଲା। ଦୃଷ୍ଟିବାଧିତ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ଜୁଡୋରେ କପିଲ ଭାଗ ନେଉଥିବା ବେଳେ କୋଚ୍ ମୁନାଓ୍ବର ଅଜିଜ୍ ତାଙ୍କୁ ସବୁଠାରୁ ଅଧିକ ସାହାଯ୍ୟ କରିଥିଲେ। ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା କପିଲ ସ୍ବର୍ଣ୍ଣ ଆଶା ଲକ୍ଷ୍ୟ ରଖିଥିବା ବେଳେ ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ତେବେ ଏହି ପଦକ ଭବିଷ୍ୟତରେ ଭାରତୀୟ ଜୁଡୋର ଭାଗ୍ୟ ପରିବର୍ତ୍ତନ କରିପାରିବ ବୋଲି କହିଛନ୍ତି କପିଲ।
The post ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍ appeared first on Dharitri Odia News.