ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କଲା ରାଜ୍ୟ ବିଜେପି, ମୋହର ମାରିବ କେନ୍ଦ୍ରୀୟ ସଂସଦୀୟ ବୋର୍ଡ଼
ଭୁବନେଶ୍ଵର: ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କଲା ରାଜ୍ୟ ବିଜେପି । ଏହି ତାଲିକାକୁ କେନ୍ଦ୍ରୀୟ କମିଟି ପାଖକୁ ପଠାଯିବ । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର କୋର କମିଟି ବୈଠକ ଓ ରାଜ୍ୟ ନିର୍ବାଚନ କମିଟି ବୈଠକରେ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ଉପରେ ହୋଇଛି ମାନସ ମନ୍ଥନ । ଭଲ ସଂଗଠନ ଏବଂ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାଁ ସର୍ଟ ଲିଷ୍ଟ କରିଛନ୍ତି ଦଳର ତୁଙ୍ଗ ନେତା।ପ୍ରାର୍ଥୀ ତାଲିକା ପ୍ରସ୍ତୁତ କଲା ରାଜ୍ୟ ବିଜେପି । ମୋହର ମାରିବ କେନ୍ଦ୍ରୀୟ ସଂସଦୀୟ ବୋର୍ଡ଼ । ଏପଟେ ନିର୍ବାଚନ ତାରିଖ ଘୋଷଣା କରୁଥିଲେ ନିର୍ବାଚନ କମିଶନ । ସେପଟେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରୁଥିଲା ରାଜ୍ୟ ବିଜେପି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିଥିଲା ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ବୈଠକ । ପ୍ରଥମେ ରାଜ୍ୟ ବିଜେପିର କୋର କମିଟି ବୈଠକ ହୋଇଥିଲା । ପରେ ପରେ ବସିଥିଲା ରାଜ୍ୟ ନିର୍ବାଚନ କମିଟି ବୈଠକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସମେତ ଦଳର ବରିଷ୍ଠ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ। ବୈଠକରେ ଓଡ଼ିଶାର ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ଉପରେ ହୋଇଥିଲା ମାନସ ମନ୍ଥନ । ଦଳର ପର୍ଯ୍ୟବେକ୍ଷକମାନେ ଦେଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲି
ଭୁବନେଶ୍ଵର: ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କଲା ରାଜ୍ୟ ବିଜେପି । ଏହି ତାଲିକାକୁ କେନ୍ଦ୍ରୀୟ କମିଟି ପାଖକୁ ପଠାଯିବ । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର କୋର କମିଟି ବୈଠକ ଓ ରାଜ୍ୟ ନିର୍ବାଚନ କମିଟି ବୈଠକରେ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ଉପରେ ହୋଇଛି ମାନସ ମନ୍ଥନ । ଭଲ ସଂଗଠନ ଏବଂ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାଁ ସର୍ଟ ଲିଷ୍ଟ କରିଛନ୍ତି ଦଳର ତୁଙ୍ଗ ନେତା।
ପ୍ରାର୍ଥୀ ତାଲିକା ପ୍ରସ୍ତୁତ କଲା ରାଜ୍ୟ ବିଜେପି । ମୋହର ମାରିବ କେନ୍ଦ୍ରୀୟ ସଂସଦୀୟ ବୋର୍ଡ଼ । ଏପଟେ ନିର୍ବାଚନ ତାରିଖ ଘୋଷଣା କରୁଥିଲେ ନିର୍ବାଚନ କମିଶନ । ସେପଟେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରୁଥିଲା ରାଜ୍ୟ ବିଜେପି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିଥିଲା ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ବୈଠକ । ପ୍ରଥମେ ରାଜ୍ୟ ବିଜେପିର କୋର କମିଟି ବୈଠକ ହୋଇଥିଲା । ପରେ ପରେ ବସିଥିଲା ରାଜ୍ୟ ନିର୍ବାଚନ କମିଟି ବୈଠକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସମେତ ଦଳର ବରିଷ୍ଠ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ।
ବୈଠକରେ ଓଡ଼ିଶାର ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ଉପରେ ହୋଇଥିଲା ମାନସ ମନ୍ଥନ । ଦଳର ପର୍ଯ୍ୟବେକ୍ଷକମାନେ ଦେଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ସର୍ଟ ଲିଷ୍ଟ କରାଯାଇଥିଲା । ଭଲ ସଂଗଠନ ଏବଂ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାଁ ସର୍ଟ ଲିଷ୍ଟ କରିଛନ୍ତି ଦଳର ତୁଙ୍ଗ ନେତା । ଆଜି ପ୍ରସ୍ତୁତ ହୋଇଥିବା ପ୍ରାର୍ଥୀ ତାଲିକାକୁ କେନ୍ଦ୍ରୀୟ ବୋର୍ଡ଼ ପାଖକୁ ପଠାଯିବ । ଆଉ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକାରେ ମୋହର ମାରିବେ କେନ୍ଦ୍ରୀୟ ନେତା ।
ମେଣ୍ଟ ଚର୍ଚ୍ଚା ଭିତରେ ରାଜ୍ୟ ବିଜେପିର କସରତ ଅନେକ କିଛି ସଂକେତ ଛାଡ଼ିଛି । ଗତକାଲି ଜାତୀୟ ଗଣମାଧ୍ୟମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ମନ୍ତବ୍ୟ ଦ୍ବନ୍ଦ୍ବ ବଢ଼ାଇଥିଲା । ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ଶାହା କହିଥିଲେ ଓଡ଼ିଶାରେ ବିଜେପି କେମିତି ଆଗକୁ ବଢ଼ିବ ସେନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ନିଷ୍ପତ୍ତି ନେଇ ନାହାନ୍ତି । ହେଲେ ଏଥର ଓଡ଼ିଶାରେ ବିଜେପି ଉଭୟ ବିଧାନସଭା ଓ ଲୋକସଭାରେ ଭଲ ପ୍ରଦର୍ଶନ କରିବ । ତେବେ ସରକାରୀ ଦଳ ଓ ବିରୋଧୀ ଦଳ କେମିତି ଏକାଠି ହେବେ ବୋଲି ପ୍ରଶ୍ନରେ ଶାହା କହିଥିଲେ, ହାର ଜିତ୍ ଗଣିତ ଓ ଦଳର ବିଚାରଧାରାକୁ ଦେଖିକି ମେଣ୍ଟ ହୁଏ ।
ସେପରେ ରାଜ୍ୟ ନେତାଙ୍କ ମତ ତୃଣମୂଳସ୍ତରରେ ବିଜେପିର ସଂଗଠନ ସୁଦୃଢ଼ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟଶୈଳୀ, ବିଚାରଧାରା ଓ ଦୃଢ଼ ନେତୃତ୍ବ ପ୍ରତି ଓଡ଼ିଶାବାସୀଙ୍କ ସମର୍ଥନ ରହିଛି । ଯେହେତୁ ବିଜେପି ଏକ ରାଷ୍ଟ୍ରୀୟ ଦଳ ତେଣୁ ଏହାର ସବୁ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ବ ନିଅନ୍ତି । ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ହାତରେ ସମୟ କମ୍ । ଏହା ଭିତରେ ଦଳର ଯୋଦ୍ଧାଙ୍କୁ ତୟାର କରି ଯୁଦ୍ଧ ପାଇଁ ମଇଦାନକୁ ଓହ୍ଲାଇବାକୁ ତୟାରି କରିଛି ରାଜ୍ୟ ବିଜେପି ।