ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ବଦଳିଲେ ଅନେକ ଜିଲ୍ଲାପାଳ
ଭୁବନେଶ୍ଵର: ମୋହନ ମାଝୀଙ୍କ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ବଦଳିଛନ୍ତି ଅନେକ ଜିଲ୍ଲାର ଜିଲ୍ଲାପାଳ। ବିଜୟକେତନ ଉପାଧ୍ୟାୟ ହେଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ। ଆଶିଷ ଠାକରେଙ୍କୁ ବୋର୍ଡ ଅଫ୍ ରେଭେନ୍ୟୁ ସଚିବ ପଦରେ ଅବସ୍ଥାପିତ କରାଯାଇଛି। ପ୍ରଶାସନିକସ୍ତରରେ ବିଜେପି ସରକାରର ଏହା ହେଉଛି ଦ୍ଵିତୀୟ ବଡ଼ ଅଦଳ ବଦଳ। ଏ ନେଇ ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, କମଳ ଲୋଚନ ମିଶ୍ରଙ୍କୁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଛି। ନିଖିଲ ପୱନ କଲ୍ୟାଣଙ୍କୁ ମୂର୍ତ୍ତିକା ସଂରକ୍ଷଣ, ଜଳଛୟ ଉନ୍ନୟନ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି। ସ୍ବଧାଦେବ ସିଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଅତିରିକ୍ତ ସଚିବ ଦାୟିତ୍ଵ ଦିଆଯାଇଛି।ସେହିପରି ଦିଲ୍ଲୀପ ରାଉତରାୟ ହେଲେ ଭଦ୍ରକ ଜିଲ୍ଲାପାଳ, ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲାପାଳ, ସ୍ମୃତିରଞ୍ଜନ ପ୍ରଧାନ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ପାରୁଲ ପଟୱାରୀଙ୍କୁ ରାୟଗଡ଼ା ଜିଲ୍ଲାପାଳ, ଅମୃତ ଋତୁରାଜଙ୍କୁ କନ୍ଧମାଳ ଜିଲ୍ଲାପାଳ, ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କୁ ସମ୍ବଲପୁର ଜିଲ୍ଲାପାଳ, ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ କଟକ ଜିଲ୍ଲାପାଳ ଏବଂ ହେମକାନ୍ତ ସଏଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ନି
ଭୁବନେଶ୍ଵର: ମୋହନ ମାଝୀଙ୍କ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ବଦଳିଛନ୍ତି ଅନେକ ଜିଲ୍ଲାର ଜିଲ୍ଲାପାଳ। ବିଜୟକେତନ ଉପାଧ୍ୟାୟ ହେଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ। ଆଶିଷ ଠାକରେଙ୍କୁ ବୋର୍ଡ ଅଫ୍ ରେଭେନ୍ୟୁ ସଚିବ ପଦରେ ଅବସ୍ଥାପିତ କରାଯାଇଛି। ପ୍ରଶାସନିକସ୍ତରରେ ବିଜେପି ସରକାରର ଏହା ହେଉଛି ଦ୍ଵିତୀୟ ବଡ଼ ଅଦଳ ବଦଳ। ଏ ନେଇ ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତି ଅନୁଯାୟୀ, କମଳ ଲୋଚନ ମିଶ୍ରଙ୍କୁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଛି। ନିଖିଲ ପୱନ କଲ୍ୟାଣଙ୍କୁ ମୂର୍ତ୍ତିକା ସଂରକ୍ଷଣ, ଜଳଛୟ ଉନ୍ନୟନ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି। ସ୍ବଧାଦେବ ସିଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଅତିରିକ୍ତ ସଚିବ ଦାୟିତ୍ଵ ଦିଆଯାଇଛି।
ସେହିପରି ଦିଲ୍ଲୀପ ରାଉତରାୟ ହେଲେ ଭଦ୍ରକ ଜିଲ୍ଲାପାଳ, ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲାପାଳ, ସ୍ମୃତିରଞ୍ଜନ ପ୍ରଧାନ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ପାରୁଲ ପଟୱାରୀଙ୍କୁ ରାୟଗଡ଼ା ଜିଲ୍ଲାପାଳ, ଅମୃତ ଋତୁରାଜଙ୍କୁ କନ୍ଧମାଳ ଜିଲ୍ଲାପାଳ, ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କୁ ସମ୍ବଲପୁର ଜିଲ୍ଲାପାଳ, ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ କଟକ ଜିଲ୍ଲାପାଳ ଏବଂ ହେମକାନ୍ତ ସଏଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।