ସ୍କୁଲ ପାଚେରି ଭାଙ୍ଗିଲେ ହାତୀପଲ

ରାଇକିଆ,୧୩ା୫ (ପ୍ରଦୀପ ବେହେରା): ରାଇକିଆ ବ୍ଲକ୍‌ ରଣବା ପଞ୍ଚାୟତରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସୋମବାର ମଧ୍ୟ ରାତିରେ ହାତୀପଲ ଢିମିରିପଲି ଗ୍ରାମରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ଗୋଟିଏ ପାଖ ପାଚେରି ଓ ଫାଟକ ଭାଙ୍ଗିଛନ୍ତି। ବିଦ୍ୟାଳୟ ଭିତରେ ପଶି ଗୋପବନ୍ଧୁ କକ୍ଷର ଲୁହା କବାଟକୁ ମଧ୍ୟ ଧକ୍କା ମାରି ନଷ୍ଟ କରିଛନ୍ତି । କିଛିଦିନ ହେବ କରଡ଼ା ବନ୍ୟାଞ୍ଚଳର ଏହି ସବୁ ଅପହଞ୍ଚ, ଘଞ୍ଚ ଜଙ୍ଗଲ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା […] The post ସ୍କୁଲ ପାଚେରି ଭାଙ୍ଗିଲେ ହାତୀପଲ appeared first on Dharitri Odia News.

ସ୍କୁଲ ପାଚେରି ଭାଙ୍ଗିଲେ ହାତୀପଲ

ରାଇକିଆ,୧୩ା୫ (ପ୍ରଦୀପ ବେହେରା): ରାଇକିଆ ବ୍ଲକ୍‌ ରଣବା ପଞ୍ଚାୟତରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସୋମବାର ମଧ୍ୟ ରାତିରେ ହାତୀପଲ ଢିମିରିପଲି ଗ୍ରାମରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ଗୋଟିଏ ପାଖ ପାଚେରି ଓ ଫାଟକ ଭାଙ୍ଗିଛନ୍ତି। ବିଦ୍ୟାଳୟ ଭିତରେ ପଶି ଗୋପବନ୍ଧୁ କକ୍ଷର ଲୁହା କବାଟକୁ ମଧ୍ୟ ଧକ୍କା ମାରି ନଷ୍ଟ କରିଛନ୍ତି । କିଛିଦିନ ହେବ କରଡ଼ା ବନ୍ୟାଞ୍ଚଳର ଏହି ସବୁ ଅପହଞ୍ଚ, ଘଞ୍ଚ ଜଙ୍ଗଲ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ଅନେକ ଲୋକଙ୍କ ଫସଲ, ଘର ଭାଙ୍ଗି ନଷ୍ଟ ହୋଇଛି। ଏନେଇ ଲୋକେ ଭୟଭୀତ ହୋଇ ରହୁଛନ୍ତି। ଗତ ସପ୍ତାହରେ ୪ଜଣଙ୍କ ଘର ନଷ୍ଟ ହୋଇଛି।

The post ସ୍କୁଲ ପାଚେରି ଭାଙ୍ଗିଲେ ହାତୀପଲ appeared first on Dharitri Odia News.