ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ
କେନ୍ଦୁଝର,୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ବ୍ରାହ୍ମଣୀପାଳ ରେଞ୍ଜ ହରିଚନ୍ଦନପୁର ବ୍ଲକ ବରେଇଗୋଡା ପଞ୍ଚାୟତ ତୁର୍କିପଦା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ପବନା ଜୁଆଙ୍ଗ(୫୦)। ପ୍ରକାଶ ଯେ ପବନା ଘର ନିକଟରେ ଥିବା ଚନ୍ଦାଡିହ ଜଙ୍ଗଲ ମଧ୍ୟରେ ଥିବା ଜମିରେ ଧାନ ଚାଷ ଜଗିବାକୁ ଯାଇଥିଲେ। ଆଜି ସକାଳେ ସେ ଶୌଚ ହେବା ପାଇଁ ତଳକୁ ଓହ୍ଲାଇ ଯାଉଥିବା ବେଳେ ଭାଲୁ ହାବୁଡରେ ପଡ଼ି ଯାଇଥିଲେ। ଦୁଇଟି […] The post ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ appeared first on Dharitri Odia News.
କେନ୍ଦୁଝର,୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ବ୍ରାହ୍ମଣୀପାଳ ରେଞ୍ଜ ହରିଚନ୍ଦନପୁର ବ୍ଲକ ବରେଇଗୋଡା ପଞ୍ଚାୟତ ତୁର୍କିପଦା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ପବନା ଜୁଆଙ୍ଗ(୫୦)। ପ୍ରକାଶ ଯେ ପବନା ଘର ନିକଟରେ ଥିବା ଚନ୍ଦାଡିହ ଜଙ୍ଗଲ ମଧ୍ୟରେ ଥିବା ଜମିରେ ଧାନ ଚାଷ ଜଗିବାକୁ ଯାଇଥିଲେ। ଆଜି ସକାଳେ ସେ ଶୌଚ ହେବା ପାଇଁ ତଳକୁ ଓହ୍ଲାଇ ଯାଉଥିବା ବେଳେ ଭାଲୁ ହାବୁଡରେ ପଡ଼ି ଯାଇଥିଲେ। ଦୁଇଟି ଭାଲୁ ତାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ। ଖବରପାଇ ଗ୍ରାମବାସୀ ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।
The post ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ appeared first on Dharitri Odia News.