ଲୋକସଭା ନିର୍ବାଚନ ପାଇଁ ଏଏପି ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା

ଚଣ୍ଡୀଗଡ,୧୪।୩: ଲୋକସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ପଞ୍ଜାବରେ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୫ ଜଣ ମନ୍ତ୍ରୀଙ୍କ ସମେତ ୮ ଜଣ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଅମୃତସରରୁ କ୍ୟାବିନେଟ ମନ୍ତ୍ରୀ କୁଲଦୀପ ସିଂ ଧଲିଓ୍ବାଲା ମଇଦାନକୁ ଓହ୍ଲାଇବେ। ମନ୍ତ୍ରୀ ଲଲଜିତ ସିଂ ଭୁଲାର ଖଦୁର ସାହିବରୁ ପ୍ରାର୍ଥୀ ହେବେ। ପଞ୍ଜାବର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ବଲବୀର ସିଂଙ୍କୁ ପଟିଆଲାରୁ ପ୍ରାର୍ଥୀ କରାଯାଇଛି। Lok Sabha elections | Among the Punjab […] The post ଲୋକସଭା ନିର୍ବାଚନ ପାଇଁ ଏଏପି ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା appeared first on Dharitri Odia News.

ଲୋକସଭା ନିର୍ବାଚନ ପାଇଁ ଏଏପି ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା

ଚଣ୍ଡୀଗଡ,୧୪।୩: ଲୋକସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ପଞ୍ଜାବରେ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୫ ଜଣ ମନ୍ତ୍ରୀଙ୍କ ସମେତ ୮ ଜଣ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଅମୃତସରରୁ କ୍ୟାବିନେଟ ମନ୍ତ୍ରୀ କୁଲଦୀପ ସିଂ ଧଲିଓ୍ବାଲା ମଇଦାନକୁ ଓହ୍ଲାଇବେ। ମନ୍ତ୍ରୀ ଲଲଜିତ ସିଂ ଭୁଲାର ଖଦୁର ସାହିବରୁ ପ୍ରାର୍ଥୀ ହେବେ। ପଞ୍ଜାବର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ବଲବୀର ସିଂଙ୍କୁ ପଟିଆଲାରୁ ପ୍ରାର୍ଥୀ କରାଯାଇଛି।

କହିରଖୁଛୁ ଯେ, ପଞ୍ଜାବରେ ଭାଜପା ଏବଂ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ଲୋକସଭା ନିର୍ବାଚନ ପାଇଁ ଭାଜପା ୨୬୭ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ଭାଜପା ୧୯୫ ପ୍ରାର୍ଥୀ ଏବଂ ଦ୍ୱିତୀୟ ତାଲିକାରେ ୭୨ ଜଣ ପ୍ରାର୍ଥୀ ଘୋଷଣା କରିଛି। ସେହିପରି କଂଗ୍ରେସ ପ୍ରଥମ ତାଲିକାରେ ୩୯ ଜଣ ପ୍ରାର୍ଥୀ ଏବଂ ଦ୍ୱିତୀୟ ତାଲିକାରେ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

The post ଲୋକସଭା ନିର୍ବାଚନ ପାଇଁ ଏଏପି ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା appeared first on Dharitri Odia News.