ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ହତ୍ୟା: ହାତଗୋଡ଼ ବାନ୍ଧି ଫିଙ୍ଗିଦେଇ…
ଆନନ୍ଦପୁର,୧ା୫(ସୁଶାନ୍ତ କୁମାର ସାହୁ): ଦାନନ ଖଟିବାକୁ ଯାଇଥିବା ଓଡ଼ିଆ ଯୁବକଙ୍କୁ ତାମିଲନାଡୁରେ ହତ୍ୟା ହାତ ଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା ମୃତଦେହ। କିଏ ଏବେ କେଉଁ କାରଣର ହତ୍ୟା କଲା ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି। ପୁଅର ମୃତଦେହ ଘରକୁ ଫେରାଇ ଆଣିବା ସହ ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ। ମୃତ ଯୁବକ ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କୁମୁଣିଆଁ ଗାଁର ରାହାସ ନାଇକଙ୍କ ପୁଅ ମଧୁସୂଦନ। ସେ ଅନେକ […] The post ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ହତ୍ୟା: ହାତଗୋଡ଼ ବାନ୍ଧି ଫିଙ୍ଗିଦେଇ… appeared first on Dharitri Odia News.
ଆନନ୍ଦପୁର,୧ା୫(ସୁଶାନ୍ତ କୁମାର ସାହୁ): ଦାନନ ଖଟିବାକୁ ଯାଇଥିବା ଓଡ଼ିଆ ଯୁବକଙ୍କୁ ତାମିଲନାଡୁରେ ହତ୍ୟା ହାତ ଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା ମୃତଦେହ। କିଏ ଏବେ କେଉଁ କାରଣର ହତ୍ୟା କଲା ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି। ପୁଅର ମୃତଦେହ ଘରକୁ ଫେରାଇ ଆଣିବା ସହ ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ। ମୃତ ଯୁବକ ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କୁମୁଣିଆଁ ଗାଁର ରାହାସ ନାଇକଙ୍କ ପୁଅ ମଧୁସୂଦନ। ସେ ଅନେକ ବର୍ଷ ହେବ ତାମିଲନାଡୁରେ ରହି ବିଭିନ୍ନ କମ୍ପାନୀରେ କାମ କରୁଥିଲେ। ପ୍ରାୟ ଏକବର୍ଷ ହେବ ମଧୁସୂଦନଙ୍କ ଭିଣୋଇ ଶଶିକାନ୍ତ ମଧ୍ୟ ତାମିଲନାଡୁଠାରେ କାମ କରୁଛନ୍ତି। ହେଲେ ଉଭୟ ଶଳା ଭିଣୋଇ ଭିନ୍ନ ଜାଗାରେ କାମ କରୁଥିଲେ। ଗତକାଲି କେହି ଜଣେ ଶଶିକାନ୍ତଙ୍କୁ ମଧୁସୂଦନଙ୍କ ମୃତ୍ୟୁ ବିଷୟରେ ଖବର ଦେବାରୁ ଶଶିକାନ୍ତ ସେଠାକୁ ଯାଇ ଦେଖିବା ପରେ ନିଜ ଆଖିକୁ ବିଶ୍ବସ କରିପାରି ନଥିଲେ। ହାତଗୋଡ଼ ବନ୍ଧା ଅବସ୍ଥାରେ ପଡ଼ିରହିଥିଲା ମଧୁସୂଦନଙ୍କ ମୃତଦେହ। ପାରିପାଶର୍ବିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣି ଘର ଲୋକଙ୍କୁ ଖବର କରିଥଲେ ଶଶିକାନ୍ତ। ପୂରା ଘଟଣାର ତଦନ୍ତ କରି ହତ୍ୟାକାରୀଙ୍କୁ ଖୋଜି ବାହାର କରିବା ସହ ମୃତଦେହକୁ ନଜ ଗାଁରେ ପହଞ୍ଚାଇବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ପରିବାର ଲୋକେ।
The post ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ହତ୍ୟା: ହାତଗୋଡ଼ ବାନ୍ଧି ଫିଙ୍ଗିଦେଇ… appeared first on Dharitri Odia News.