କୋକୁଆ ଭୟ: ନଦୀରେ ଘୂରି ବୁଲୁଛନ୍ତି ଶତାଧିକ କୁମ୍ଭୀର
ମହାକାଳପଡ଼ା,୧୫ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ବ୍ରାହ୍ମଣୀ, ଖରସ୍ରୋତା, ମହାନଦୀ, ଗୋବରୀ, ଲୁଣା, ଚିତ୍ରୋତ୍ପଳା ଓ ପାଇକା ନଦୀ କୂଳିଆ ଅଞ୍ଚଳରେ ବଉଳା କୁମ୍ଭୀରଙ୍କ ଆତଙ୍କ ସୃଷ୍ଟି ହୋଇଛି। ଗତ ୨ଦିନ ତଳେ ବ୍ରାହ୍ମଣୀ ନଦୀରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିଲା। ସମ୍ପୃକ୍ତା ମହିଳାଙ୍କ ମୃତଦେହ କିଛି ଦୂରରେ ଠାବ କରାଯାଇଥିଲା। ଏନେଇ ବନ ବିଭାଗ ପକ୍ଷରୁ ବାରମ୍ବାର ଲୋକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ହେଲେ ସଚେତନତା ଅଭାବରୁ ଲୋକେ କୁମ୍ଭୀର ଆକ୍ରମଣରେ […] The post କୋକୁଆ ଭୟ: ନଦୀରେ ଘୂରି ବୁଲୁଛନ୍ତି ଶତାଧିକ କୁମ୍ଭୀର appeared first on Dharitri Odia News.
ମହାକାଳପଡ଼ା,୧୫ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ବ୍ରାହ୍ମଣୀ, ଖରସ୍ରୋତା, ମହାନଦୀ, ଗୋବରୀ, ଲୁଣା, ଚିତ୍ରୋତ୍ପଳା ଓ ପାଇକା ନଦୀ କୂଳିଆ ଅଞ୍ଚଳରେ ବଉଳା କୁମ୍ଭୀରଙ୍କ ଆତଙ୍କ ସୃଷ୍ଟି ହୋଇଛି। ଗତ ୨ଦିନ ତଳେ ବ୍ରାହ୍ମଣୀ ନଦୀରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିଲା। ସମ୍ପୃକ୍ତା ମହିଳାଙ୍କ ମୃତଦେହ କିଛି ଦୂରରେ ଠାବ କରାଯାଇଥିଲା। ଏନେଇ ବନ ବିଭାଗ ପକ୍ଷରୁ ବାରମ୍ବାର ଲୋକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ହେଲେ ସଚେତନତା ଅଭାବରୁ ଲୋକେ କୁମ୍ଭୀର ଆକ୍ରମଣରେ ଶିକାର ହେଉଛନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।
ବର୍ଷାଦିନେ ଭରା ନଦୀରେ କୁମ୍ଭୀରଙ୍କ ଭୟ ରହିଥାଏ ା ଗୋଳିଆ ପାଣିର ସୁଯୋଗ ନେଇ କୁମ୍ଭୀରମାନେ ଅନେକଙ୍କ ଜୀବନ ନେଇ ଥାଆନ୍ତି। ଏହି ପରିପ୍ରେକ୍ଷୀରେ ମହାକାଳପଡ଼ା ଅଞ୍ଚଳରେ ଥିବା ନଦୀନାଳରେ କୁମ୍ଭୀରଙ୍କ ଉପଦ୍ରବ ବଢ଼ିଛି ା ମତ୍ସ୍ୟଜୀବୀମାନେ ବର୍ଷ ତମାମ ମାଛ ଧରି ପରିବାର ପ୍ରତିପୋଷଣ କରିଥାଆନ୍ତି ା ଟିକେ ଅସାବଧାନ ହେଲେ କୁମ୍ଭୀର ଆକ୍ରମଣ କରିବାର ନଜିର ରହିଛି ା ନଦୀ କୂଳରେ ଥିବା ଘଞ୍ଚ ବୁଦାମୂଳେ କୁମ୍ଭୀର ନିରାପଦରେ ଖରା ପୁଇଁ ଥାନ୍ତି। ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବତୀଘର ପଞ୍ଚାୟତ ମହାନଦୀ ତ୍ରିକୋଣ ଭୂମି ସନ୍ତସନ୍ତିଆ ନଦୀ କୂଳରେ ଏକ ବଡ଼ ବଉଳା କୁମ୍ଭୀର ଛକି ରହିଛି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ଆମ ଅଞ୍ଚଳର ସବୁ ନଦୀରେ ଶତାଧିକ ବଉଳା କୁମ୍ଭୀର ଭାସୁଥିବା ନିଶିକାନ୍ତ ମଣ୍ଡଳ, ହରେକୃଷ୍ଣ ମାନ୍ନା, କ୍ଷିତିଶ ମଣ୍ଡଳ, ରାମହରି ଦାସ ପ୍ରମୁଖ ମତ୍ସ୍ୟଜୀବୀ କହିଛନ୍ତି। ସେଥିପାଇଁ ସେମାନେ ମାଛ ନ ଧରି ଫେରି ଆସିଥିବା ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ମହାକାଳପଡ଼ା ରେଞ୍ଜ ଅଧିକାରୀ ନଳିନୀକାନ୍ତ ବେହେରା କୁହନ୍ତି, ନଦୀ କୂଳିଆ ଅଞ୍ଚଳ ଲୋକମାନଙ୍କୁ ବନ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ପ୍ରଚାର ଗାଡ଼ି ମାଧ୍ୟମରେ ଆମେ ସତର୍କ, ସଚେତନ କରାଯାଉଛୁ ା ନଦୀକୁ ନ ଯିବା ପାଇଁ ବାରଣ କରୁଛୁ ା ହେଲେ ଅଧିକାଂଶ ଲୋକ ସଚେତନ ନ ହେବାରୁ କୁମ୍ଭୀର ଆକ୍ରମଣର ଶିକାର ହେଉଛନ୍ତି।
The post କୋକୁଆ ଭୟ: ନଦୀରେ ଘୂରି ବୁଲୁଛନ୍ତି ଶତାଧିକ କୁମ୍ଭୀର appeared first on Dharitri Odia News.