ବଢିଲା ଆତିଶୀଙ୍କ ଅଡୁଆ, ସମନ କଲେ କୋର୍ଟ
ନୂଆଦିଲ୍ଲୀ,୨୮।୫: ବଢିଲା ଆମ ଆଦମୀ ପାର୍ଟି ନେତ୍ରୀ ଆତିଶୀଙ୍କ ଅଡୁଆ। ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ହାଜର ହେବାକୁ ସମନ କରିଛନ୍ତି। ଦିଲ୍ଲୀ ଭାଜପାର ମିଡିଆ ମୁଖ୍ୟ ପ୍ରବୀଣ ଶଙ୍କର କପୁର ରୁଜୁ କରିଥିବା ମାନହାନୀ ମାମଲାରେ କୋର୍ଟ ଏପରି ସମନ କରିଛନ୍ତି। ମଙ୍ଗଳବାର କୋର୍ଟ ତାଙ୍କୁ ଜୁନ ୨୯ରେ ହାଜର ହେବାକୁ ସମନ କରିଛନ୍ତି। ଭାଜପା, ଏଏପିର କିଛି ବିଧାୟକଙ୍କୁ ଟଙ୍କା ଦେଇ କିଣିବାକୁ ଚେଷ୍ଟା କରୁଥିବା ଆତିଶୀ ଅଭିଯୋଗ ଆଣିଥିଲେ। ଏନେଇ ତାଙ୍କ ପାଖରେ […] The post ବଢିଲା ଆତିଶୀଙ୍କ ଅଡୁଆ, ସମନ କଲେ କୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୨୮।୫: ବଢିଲା ଆମ ଆଦମୀ ପାର୍ଟି ନେତ୍ରୀ ଆତିଶୀଙ୍କ ଅଡୁଆ। ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ହାଜର ହେବାକୁ ସମନ କରିଛନ୍ତି। ଦିଲ୍ଲୀ ଭାଜପାର ମିଡିଆ ମୁଖ୍ୟ ପ୍ରବୀଣ ଶଙ୍କର କପୁର ରୁଜୁ କରିଥିବା ମାନହାନୀ ମାମଲାରେ କୋର୍ଟ ଏପରି ସମନ କରିଛନ୍ତି। ମଙ୍ଗଳବାର କୋର୍ଟ ତାଙ୍କୁ ଜୁନ ୨୯ରେ ହାଜର ହେବାକୁ ସମନ କରିଛନ୍ତି।
ଭାଜପା, ଏଏପିର କିଛି ବିଧାୟକଙ୍କୁ ଟଙ୍କା ଦେଇ କିଣିବାକୁ ଚେଷ୍ଟା କରୁଥିବା ଆତିଶୀ ଅଭିଯୋଗ ଆଣିଥିଲେ। ଏନେଇ ତାଙ୍କ ପାଖରେ ଫୋନ କଲ ରେକର୍ଡ ରହିଥିବା ମଧ୍ୟ ସେ ଦାବି କରିଥିଲେ। କିନ୍ତୁ ଏପରି ଅଭିଯୋଗକୁ ଖଣ୍ଡନ କରିଥିଲା ଭାଜପା। ଏହାକୁ ନେଇ ପ୍ରବୀଣ ଆତିଶୀଙ୍କ ବିରୋଧରେ ମାନହାନୀ କେସ କରିଥିଲେ। ତେବେ କୋର୍ଟ ଏହାର ବିଚାର କରି ଆତିଶୀଙ୍କୁ ଅଭିଯୁକ୍ତ ଭାବେ ବିବେଚନା କରିବା ସହ ତାଙ୍କୁ ଜୁନ ୨୯ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
The post ବଢିଲା ଆତିଶୀଙ୍କ ଅଡୁଆ, ସମନ କଲେ କୋର୍ଟ appeared first on Dharitri Odia News.