ଦାମ ରାଉତ ଗୁରୁତର

ଭୁବନେଶ୍ୱର,୨୧ା୩: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର ଅଛନ୍ତି। ଏନେଇ ତାଙ୍କ ପୁଅ ସମ୍ବିତ ସୂଚନା ଦେଇଛନ୍ତି। ଦାମ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହୃଦଘାତ ପରେ  ଗୁରୁତର ହୋଇପଡିଛନ୍ତି। ବାପାଙ୍କ ବ୍ରେନ୍‌ ଡେଡ୍‌ ହୋଇଥିବା ସମ୍ବିତ କହିଛନ୍ତି। ରାଜ୍ୟ ରାଜନୀତିରେ ଦାମ ଜଣେ ସ୍ପଷ୍ଟବାଦୀ ନେତା ଭାବରେ ଜଣାଶୁଣା। ତାଙ୍କର ରୋକ୍‌ଠୋକ୍‌ କଥା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ […] The post ଦାମ ରାଉତ ଗୁରୁତର appeared first on Dharitri Odia News.

ଦାମ ରାଉତ ଗୁରୁତର

ଭୁବନେଶ୍ୱର,୨୧ା୩: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର ଅଛନ୍ତି। ଏନେଇ ତାଙ୍କ ପୁଅ ସମ୍ବିତ ସୂଚନା ଦେଇଛନ୍ତି। ଦାମ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହୃଦଘାତ ପରେ  ଗୁରୁତର ହୋଇପଡିଛନ୍ତି। ବାପାଙ୍କ ବ୍ରେନ୍‌ ଡେଡ୍‌ ହୋଇଥିବା ସମ୍ବିତ କହିଛନ୍ତି।

ରାଜ୍ୟ ରାଜନୀତିରେ ଦାମ ଜଣେ ସ୍ପଷ୍ଟବାଦୀ ନେତା ଭାବରେ ଜଣାଶୁଣା। ତାଙ୍କର ରୋକ୍‌ଠୋକ୍‌ କଥା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ନବୀନଙ୍କ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ୨୦୧୯ରେ ବିଜେଡି ଛାଡ଼ି ଭାଜପା ଟିକେଟରେ ନିର୍ବାଚନ ଲଢ଼ି ଦାମ ପରାଜୟ ଲାଭ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଭାଜପା ଛାଡ଼ି ନିଜ ଦଳକୁ ଫେରିଥିଲେ। କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ବହିଷ୍କାର ପ୍ରତ୍ୟାହାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାମଙ୍କୁ ପୁଣି ଦଳକୁ ଫେରାଇ ଆଣିଥିଲେ।

ସୂଚନା ଥାଉକି, ତିନି ମାସ ତଳେ ଦାମ ରାଉତ ଅସୁସ୍ଥ ହୋଇପଡ଼ିଥିଲେ। ଯକୃତରେ ପାଣି ଜମିଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

The post ଦାମ ରାଉତ ଗୁରୁତର appeared first on Dharitri Odia News.